ବିଦ୍ୟୁତ୍‌ ସଂଯୋଗ ଦାବିରେ ରାସ୍ତାରୋକୋ

ନିମାପଡ଼ା,୧୩ା୬(ଡି.ଏନ୍‌.ଏ.): ବାତ୍ୟାକୁ ୪୦ଦିନ ବିତିଯାଇଥିଲେ ହେଁ ନିମାପଡ଼ା ବ୍ଲକ ଅନ୍ତର୍ଗତ ଶଗଡା, ଆଙ୍କୁଶୁପୁର, ଶଗଡ଼ା ହେଉଳି ଆଦି ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ କି ପୁନରୁଦ୍ଧାର କାର୍ଯ୍ୟ ହୋଇପାରିନାହିଁ। ଗୋଟିଏ ପଟେ ଦିନକୁ ଦିନ ଖରାର ପ୍ରକୋପ ବଢ଼ୁଥିବାବେଳେ ଅନ୍ୟପଟେ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରିବା ଦାବିରେ ଶତାଧିକ ଗ୍ରାମବାସୀ ବୁଧବାର ନିମାପଡ଼ା-ପିପିଲି ରାସ୍ତାର ଏକମକୋଣା ଛକଠାରେ ଟାୟାରଜାଳି ରାସ୍ତାରୋକୋ କରିଥିଲେ। ଖବରପାଇ ନିମାପଡ଼ା ତହସିଲଦାର କମଲଜିତ ଦାଶ, ଥାନା ଆଇଆଇସି ଜନାର୍ଦ୍ଦନ ପାଢ଼ୀ, ବିଦ୍ୟୁତ ବିଭାଗ ଏସ୍‌ଡିଓ ଡ.ଜୟ କୁମାର ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ଶହ ଆଲୋଚନା କରିଥିଲେ। ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧଭିତିରେ ଚାଲିଥିବାବେଳେ ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ବିଦ୍ୟୁତ ବିଭାଗ ଏସଡିଓ ପ୍ରତିଶ୍ରୁତି ଦେବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତାରୋକୋ ହୋଇଥିବାରୁ ଉଭୟପାର୍ଶ୍ୱରେ ଥିବା ଶତାଧିକ ଯାନବାହନ ଅଟକି ରହିଥିଲା। ରାସ୍ତାରୋକୋ ହଟିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ରାଜରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ବିଧା, ଗୋଇଠା ମାରିଲେ ଏକାଧିକ ଯୁବକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମହିଳା ଅସୁରକ୍ଷିତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ରାଜରାସ୍ତାରେ। ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ବୁଧବାର ସବିତା...

ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୧ା୬(ବ୍ୟୁରୋ):ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆରମ୍ଭ ହେବ। ଏନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ...

ନନ୍ଦନକାନନ: ଭାଲୁ ଆରତି ଅସୁସ୍ଥ

ବାରଙ୍ଗ,୧୬।୯(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଭାଲୁ ସଫାରିରେ ଥିବା ଭାଲୁ ଆରତି ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏହି ଭାଲୁଟିକୁ ସୋମବାର ନନ୍ଦନକାନନରେ...

ସ୍ବଚ୍ଛ ଭୁବନେଶ୍ୱର ପାଇଁ ଅଭିନବ ନିଷ୍ପତ୍ତି: ୫ଶହ ଗ୍ରାମ୍‌ ପ୍ଲାଷ୍ଟିକ୍‌ ଦେଲେ ‘ଆହାର’ ମିଲ୍‌

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ସ୍ବଚ୍ଛ ସହର ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜୋର୍‌ଦାର ଉଦ୍ୟମ ଚଳାଇଛି। ଶୁକ୍ରବାର ସହରବାସୀଙ୍କୁ ସଚେତନ...

ଓମଫେଡ୍‌ କ୍ଷୀର ଲିଟର ପିଛା ୪ଟଙ୍କା ବଢିଲା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଓମଫେଡ୍‌ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି। ଆସନ୍ତା ୨୭ରୁ ଏହି ଦର ଲାଗୁ ହେବ ବୋଲି ଓମଫେଡ ପକ୍ଷରୁ...

‘ମୋ କଲେଜ ଅଭିଯାନ’ ଶୁଭାରମ୍ଭ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):‘ମୋ ସ୍କୁଲ୍‌’ର ସଫଳତା ପରେ ରାଜ୍ୟ ସରକାର ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଭିଡିଓ...

ଜାଗରରେ ଝଲସିବ ଶ୍ରୀଲିଙ୍ଗରାଜ କ୍ଷେତ୍ର: ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.): ଆସନ୍ତା ୨୧ତାରିଖ ତଥା ଶୁକ୍ରବାର ମହାଶିବରାତ୍ରି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଉପଲକ୍ଷେ ସୋମବାର ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ଏକ...

ଗାଧୋଇବାକୁ ଯାଇ ଫେରିଲେନି ମହିଳା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ

ରଣପୁର,୩୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ତାଳକଣି ଗ୍ରାମର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଗାଁ ପୋଖରୀ ପାହାଚରୁ ବୁଧବାର ଉଦ୍ଧାର...

Advertisement
Archives

Model This Week