ବିଦେଶରେ ଫସିଛନ୍ତି ୪୦ ହଜାର ଭାରତୀୟ

ଓ୍ବାଶିଂଟନ,୧୪ ।୪: ମହାମାରୀ କରୋନା ବିଶ୍ୱବ୍ୟାପୀ ଅଚଳାବସ୍ଥା ସୃଷ୍ଟି କରିଛି। ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଶ୍ୱର ବିଭିନ୍ନ ଭାଗରେ ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ପ୍ରାୟ ୪୦ ହଜାର ପ୍ରବାସୀ ଭାରତୀୟ ଫସିରହିଛନ୍ତି। ସେମାନେ ନିଜ କର୍ମକ୍ଷେତ୍ରରୁ ଘରକୁ ଫେରିପାରି ନାହାନ୍ତି।
କାର୍ଗୋ ଓ କୁଜ୍‌ ଜାହାଜଗୁଡ଼ିକରେ ଫସିଥିବା ହଜାର ହଜାର ଭାରତୀୟ କ୍ରିଉ ମେମ୍ବର ଘରକୁ ଫେରିବା ପାଇଁ ଆକୁଳ ହୋଇ ଅପେକ୍ଷା କରିଛନ୍ତି। ଏନେଇ ଆମେରିକାର ମିଆମି ବନ୍ଦର ନିକଟରେ ଲାଗିଥିବା ଏମ୍‌ଏସ୍‌ସି ଡିଭିନା କ୍ରୁଜ୍‌ ଶିପ୍‌ର କ୍ରିଉ ମେମ୍ବରମାନଙ୍କ ମଧ୍ୟରୁ ଅନ୍ୟତମ ଆନନ୍ଦ କୁମାର କହିଛନ୍ତି, ଭାରତୀୟ ସରକାର ଆମ ସମସ୍ତଙ୍କୁ ଅଣଦେଖା କରିଛନ୍ତି। ଆମେ ସ୍ବଦେଶକୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିବାକୁ ଆଗ୍ରହୀ। ହେଲେ ଆମକୁ ଅନ୍ତତଃ ଭାରତକୁ ନେଇଯାଆନ୍ତୁ। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ଓ ଆଟଲାଣ୍ଟାରେ ଥିବା କନ୍‌ସୁଲେଟରେ ପହଞ୍ଚତ୍ବା ଲାଗି ଆମେ ଉଦ୍ୟମ କରୁଛୁ। କିନ୍ତୁ ଭାରତ ସରକାରଠାରୁ ଆମ ସମ୍ପର୍କରେ କୌଣସି ଅପ୍‌ଡେଟ୍‌ ନାହିଁ ବୋଲି ସେମାନେ କହୁଛନ୍ତି।
ଭାରତର ଜାହାଜ ମାଲିକ, ଜାହାଜ ପରିଚାଳକ ଓ ଏଜେଣ୍ଟମାନଙ୍କୁ ନେଇ ଗଠିତ ମାରିଟାଇମ୍‌ ଆସୋସିଏଶନ (ଏମ୍‌ଏଏସ୍‌ଏସ୍‌ଏ)ର ଆକଳନ ଅନୁସାରେ ବିଦେଶରେ ଫସିରହିଥିବା ଭାରତୀୟ କ୍ରିଉ ମେମ୍ବରଙ୍କ ସଂଖ୍ୟା ପ୍ରାୟ ୪୦,୦୦୦। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୪ ତାରିଖରେ ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ତାଲାବନ୍ଦ ଘୋଷଣା ପରଠୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବାତିଲ କରାଯାଇଥିବାରୁ କୌଣସି କ୍ରିଉ ମେମ୍ବର ନିଜ ଘରକୁ ଫେରିନାହାନ୍ତି। କ୍ରୁଜ୍‌ ଲାଇନ୍ସର ଅଧିକାଂଶ ଭାରତକୁ ଭାରତୀୟ କର୍ମଚାରୀଙ୍କୁ ଫେରାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଭାରତ ସରକାର ସେମାନଙ୍କୁ ଏଥିଲାଗି ଅନୁମତି ଦେଉନାହାନ୍ତି ବୋଲି କ୍ଷୋଭବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ କେତେଜଣ ଭାରତୀୟ କର୍ମଚାରୀ ଜାହାଜରେ ପ୍ରାଣ ହରାଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri