Posted inଖେଳ

ବିଜୟ ହଜାରେ ଟ୍ରଫି: କର୍ନାଟକକୁ ଚତୁର୍ଥ ଟାଇଟଲ

ବେଙ୍ଗାଲୁରୁ, ୨୫।୧୦(ପି.ଟି.)- ନିଜ ଜନ୍ମଦିନରେ ଅଭିମୁନ୍ୟ ମିଥୁନ୍‌ ହ୍ୟାଟ୍ରିକ ଉଇକେଟ ନେବା ସହ କର୍ନାଟକକୁ ବିଜୟ ହଜାରେ ଟ୍ରଫିରେ ଚାମ୍ପିୟନ କରାଇଛନ୍ତି। ଦେଶର ସର୍ବବୃହତ୍‌ ଦିନିକିଆ ଟୁର୍ନାମେଣ୍ଟ ବା ଦିନିକିଆ ରଣଜୀ ଟ୍ରଫି ରୁପେ ପରିଚିତ ବିଜୟ ହାଜାରେ ଟ୍ରଫିରେ ଏଥର କର୍ନାଟକ ପ୍ରତିପକ୍ଷ ତାମିଲନାଡୁକୁ ଭିଜେଡି ନିୟମରେ ୬୦ ରନରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ହାସଲ କରିଛି। ପୂର୍ବରୁ ତାମିଲନାଡୁ ୫ଥର ଚାମ୍ପିୟନ ହୋଇଥିଲେ ମଧ୍ୟ ଏଥର ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। କର୍ନାଟକ ପୂର୍ବରୁ ୨୦୧୩-୧୪, ୨୦୧୪-୧୫ ଓ ୨୦୧୭- ୧୮ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା।
ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ କର୍ନାଟକ ମେଘୁଆ ପାଗରେ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ତାମିଲନାଡୁ ଓପନର ଅଭିନବ ମୁକୁନ୍ଦ ଓ ବାବା ଅପରାଜିତଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୪୯.୫ ଓଭରରେ ୨୫୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ କର୍ନାଟକ ବ୍ୟାଟିଂ ଆରମ୍ଭ କରି ୨୩ ଓଭରରେ ୧ ଉଇକେଟ ହରାଇ ୧୪୬ ରନ କରିଥିବା ବେଳେ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ବର୍ଷା କାରଣରୁ ଘରୋଇ କ୍ରିକେଟରେ ଫଳାଫଳ ପାଇଁ ବ୍ୟବହୃତ ହେଉଥିବା ଭିଜେଡି ମେଥଡ ବା ନିୟମରେ କର୍ନାଟକ ବୃହତ୍‌ ୬୦ ରନରେ ବିଜୟୀ ଘୋଷିତ ହୋଇଥିଲା। ହ୍ୟାଟ୍ରିକ ଅର୍ଜନ କରିବା ସହ ୩୪ ରନ ବ୍ୟୟ କରି ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରିଥିବା ମିଥୁନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଓପନର ଲୋକେଶ ରାହୁଲ ୭୨ ବଲ୍‌ରୁ ୫ ଚୌକା ସହ ୫୨ ଓ ମୟଙ୍କ ଅଗ୍ରଓ୍ବାଲ ୫୫ ବଲରୁ ୭ ଚୌକା ଓ ୩ ଛକା ସହ ୬୯ ରନ କରି ଅପରାଜିତ ରହିଥିଲେ। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଦେବଦୁତ୍ତ ପଡିକାଲ ୧୧ ରନ କରି ଓ୍ବାଶିଂଟନ ସୁନ୍ଦରଙ୍କ ଦ୍ୱାରା କ୍ଳିନ୍‌ ବୋଲ୍ଡ ହୋଇଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ତାମିଲନାଡୁ ତରଫରୁ ମୁକୁନ୍ଦ ୧୧୦ଟି ବଲର ସମ୍ମୁଖୀନ ହୋଇ ସର୍ବାଧିକ ୮୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ବାବା ଅପରାଜିତ ୬୬ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର ୩୮, ଏମ୍‌. ଶାହରୁଖ ଖାଁ ୨୭, ଏମ୍‌. ମହମ୍ମଦ ୧୦, ଉଇକେଟକିପର ତଥା ଅଧିନାୟକ ଦୀନେଶ କାର୍ତ୍ତିକ ୧୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। କର୍ନାଟକ ବୋଲର ମିଥୁନ ୫୦ତମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ କ୍ରମାଗତ ଭାବେ ଶାହୁରଖ ଖାଁ, ଏମ୍‌. ମହମ୍ମଦ ଓ ମୁରୁଗାନ ଅଶ୍ୱିନଙ୍କ ଆଉଟ କରି ହ୍ୟାଟ୍ରିକ ଅର୍ଜନ କରିଥିଲେ। ଏଥି ସହିତ ସେ ଲିଷ୍ଟ ଏ’ ଗେମ୍‌ରେ ସେ ତାଙ୍କର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବୋଲିଂରେ ଅନ୍ୟମାନଙ୍କ ମଧ୍ୟରେ କର୍ନାଟକ ତରଫରୁ ଭି. କୌଶିକ ୨, ପ୍ରତୀକ ଜୈନ ଓ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଦଳର ବିଜୟରେ କର୍ନାଟକ ଅଧିନାୟକ ମନୀଷ ପାଣ୍ଡେ ଖୁସି ଜାହିର କରିଛନ୍ତି। ସାରା ଟୁର୍ନାମେଣ୍ଟ ଆମ ଦଳ ଯେପରି ଖେଳିଲା ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି।
ସଂକ୍ଷିପ୍ତ ସ୍କୋର:
ତାମିଲନାଡୁ ୪୯.୫ ଓଭରରେ ୨୫୨ ଅଲଆଉଟ
(ମୁକୁନ୍ଦ- ୮୫, ଅପରାଜିତ- ୬୬, ଶଙ୍କର- ୩୮, ଶାହରୁଖ- ୨୭, ମିଥୁନ- ୫/୩୪, କୌଶିକ- ୨/୩୯)।
କର୍ନାଟକ ୨୩ ଓଭରରେ ୧୪୬/୧
(ରାହୁଲ- ୫୨*, ଅଗ୍ରଓ୍ବାଲ- ୬୯*, ଓ୍ବାଶିଂଟନ- ୧/୫୯)।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri