ବିଜେପୁର ପ୍ରାର୍ଥୀ ଚୟନରେ ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି : ସଞ୍ଜୟ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଅକ୍ଟୋବର ୨୧ରେ ବିଜେପୁର ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ଭାଜପା, କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିବାବେଳେ ରବିବାର ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାଶବର୍ମା ମତ ରଖିଛନ୍ତି। ସେ କହିଛନ୍ତି, ସୋମବାର ବିଜେଡିର ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ବିଜେପୁର ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ଆଲୋଚନା କରାଯିବ। ବୈଠକରେ ଆଶାୟୀ ପ୍ରାର୍ଥୀଙ୍କ ମତାମତ ଲୋଡ଼ାଯିବ। ଏହା ପରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଚୟନରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସଞ୍ଜୟ କହିଛନ୍ତି।
ସୂଚନାଯୋଗ୍ୟ, ବିଜେପୁର ନିର୍ବାଚନମଣ୍ଡଳୀ ଲାଗି ୨୧ରେ ଭୋଟ ଗ୍ରହଣ ହେବ। ୨୮୫ ବୁଥ୍‌ରେ ୨ ଲକ୍ଷ ୩୨ ହଜାର ୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୨୪ ତାରିଖରେ ଭୋଟ ଗଣତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବିତଙ୍କ ପରେ ପ୍ରୀତିନନ୍ଦାଙ୍କ ପ୍ରତିକ୍ରିୟା: କହିଲେ ‘ଭାଜପାରେ ଯୋଗ ଦେବା ଭଳି ଛାଡ଼ିବା ମଧ୍ୟ ବାପାଙ୍କ ନିଷ୍ପତ୍ତି’

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ବୁଧବାର ବରିଷ୍ଠ ଭାଜପା ନେତା ଦାମୋଦର ରାଉତ ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତି ସରଗରମ। ଏହାକୁ ନେଇ ପୁଅ ତଥା ପାରାଦୀପ...

ଭଗାମୁଣ୍ଡାର ପରିଚୟ ରେଶମ ଶିଳ୍ପ

ଯୋଡ଼ା,୬।୩(ଡି.ଏନ.ଏ.)-ଖଣି, ବୈତରଣୀ ଓ ମା’ ତାରିଣୀଙ୍କୁ ନେଇ ସାରା ରାଜ୍ୟ ତଥା ଦେଶରେ କେନ୍ଦୁଝର ଜିଲା ପ୍ରସିଦ୍ଧି ଲାଭ କରିଥିବାବେଳେ ଏବେ ଆଉ ଏକ କୁଟୀରଶିଳ୍ପ...

କରୋନା ଯୋଦ୍ଧା ଏଏସ୍‌ଆଇଙ୍କର କରୋନାରେ ମୃତ୍ୟୁ: ଗାର୍ଡ ଅଫ୍‌ ଅନର ଦେଲା ଗଞ୍ଜାମ ପୋଲିସ

ଛତ୍ରପୁର, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ତାରସିଂ ଥାନାର କରୋନା ଯୋଦ୍ଧା ଏଏସ୍‌ଆଇ ଶିବରାମ ଦାଶଙ୍କର ସୋମବାର କରୋନାରେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଛତ୍ରପୁର...

ସୀମାରୁ ନେଇ ସୀମାରେ ଛାଡୁଛି ପୋଲିସ

କଟକ ଅଫିସ,୨୦।୫: ଓଡ଼ିଶା ଦେଇ ରାଜପଥଗୁଡ଼ିକରେ ଚାଲିଚାଲି ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଛି ରାଜ୍ୟ ପୋଲିସ। ଗୋଟିଏ ପଟ ସୀମାରୁ ନେଇ...

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି

ଖୋର୍ଦ୍ଧା ଅଫିସ, ୩ା୯:ରାଜୁଆ ଓ ଦୟା ଆଣିଛି ଦୁଃଖ। ଏହି ଦୁଇ ନଦୀରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା, ଜଟଣୀ, ବାଲିଅନ୍ତା,...

ବନ୍ଦ ହେଲା ଯାତ୍ରୀନିବାସ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର, ୪।୫ (ବ୍ୟୁରୋ):  କାର୍ଯ୍ୟରତ ଖବରଦାତାଙ୍କୁ ଟିକାକରଣ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଯାତ୍ରୀନିବାସଠାରେ...

କ୍ୱାଲିଟି ଦିଏ ଗ୍ରାହକ ସନ୍ତୁଷ୍ଟି

ନିରବଚ୍ଛିନ୍ନ ୨୧ ବର୍ଷ ଧରି ସ୍ବଚ୍ଛତା, ଶୁଦ୍ଧତା ଓ ଗୁଣବତ୍ତା ବଜାୟ ରଖିଥିବା ‘ଭାରତ ମସଲା’ ଓଡ଼ିଶାର ଅଧିକାଂଶ ରୋଷେଇ ଘରେ ଉପସ୍ଥିତି ଜାହିର କରିସାରିଛି।...

ଆର୍‌ଏସ୍‌ପିରେ ଗ୍ୟାସ୍‌ ଲିକ୍‌ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଉରକେଲା ଅଫିସ, ୬।୧: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପ୍ଲାଣ୍ଟ କୋଲ କେମିକାଲ ବିଭାଗରେ...

Advertisement
Archives

Model This Week