ବିଜେପୁର: ପ୍ରସଙ୍ଗ ନୁହେଁ, ପତିଆରା ରାଜନୀତି

ବିଜେପୁର,୧୩।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଅଛି। ଦେଢ଼ବର୍ଷ ମଧ୍ୟରେ ତୃତୀୟଥର ନିର୍ବାଚନ ଦେଖୁଛନ୍ତି ବିଜେପୁର ଭୋଟର। ଲଗାତର ନିର୍ବାଚନ ଫଳରେ ପୂର୍ବ ସରଗରମ ଏତେଟା ଦେଖିବାକୁ ମିଳୁ ନ ଥିଲେ ସୁଦ୍ଧା ଆଉ ଦିନେ ଦୁଇଦିନ ମଧ୍ୟରେ ରାଜନୈତିକ ପାଣିପାଗ ଜୋର୍‌ ଧରିବ ବୋଲି ଦଳୀୟ ପ୍ରାର୍ଥୀମାନେ ମତ ଦେଇଛନ୍ତି। ନିର୍ବାଚନ ରଣାଙ୍ଗନରେ ଏଥର ଶାସକ ଦଳରୁ ପୁନର୍ବାର ରୀତା ସାହୁ, ଭାଜପାରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ମୋଟ୍‌ ଉପରେ କହିବାକୁ ଗଲେ ପୁରୁଣା ମୁହଁରେ ବିଜେପୁର ଏକ ନୂଆ ଲଢ଼େଇ ଦେଖିବାକୁ ଯାଉଛି। ବିଜେପୁର ମାଟିରେ ପ୍ରସଙ୍ଗର ଅଭାବ ନାହିଁ। ହେଲେ ତାକୁ ନେଇ ଭୋଟ୍‌ ରାଜନୀତି କରିବାରେ ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଗତ ଦୁଇ ନିର୍ବାଚନ ପରି ଶାସକ ବିଜେଡି ନିଜ ପତିଆରା ବଜାୟ ରଖିବା ପାଇଁ ଚେଷ୍ଟା ଚଳାଇଛି। ସେହିପରି ଭାଜପା ସଂସଦୀୟ ଜନମତକୁ ବିଧାନସଭାରେ ରୂପାନ୍ତରିତ କରିବା ପାଇଁ ପ୍ରୟାସ କରୁଛି। ଅପରପକ୍ଷେ ଏକଦା ଦୁଇ ଦଶନ୍ଧି ଧରି ବିଜେପୁରକୁ କବ୍‌ଜା କରିଥିବା କଂଗ୍ରେସ ନିଜ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ମନେ ହେଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ଛାଡ଼ିଲେ କ’ଣ ପାଇଁ। ଏହି ପ୍ରସଙ୍ଗ ହିଁ ଦଳର ମୁଖ୍ୟ ଆୟୁଧ ବୋଲି ଭାଜପା ଜିଲା ସଭାପତି ଡା. ଅରୂପାନନ୍ଦ ସାହୁ କହିଛନ୍ତି। ଭାଜପା ପ୍ରାର୍ଥୀ ସନତ ଏବଂ ତାଙ୍କ ସମର୍ଥକ ତୃଣମୂଳ ସ୍ତରରେ ପରିଶ୍ରମ କରୁଛନ୍ତି। ମାତ୍ର ତାହା ଶାସକ ବିଜେଡି ତୁଳନାରେ ଆଖିଦୃଶିଆ ହେଉ ନ ଥିବା ଜଣାପଡ଼ିଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପରେ ଦଳୀୟ ଶିବିର ପୂର୍ବାପେକ୍ଷା ଚଳଚଞ୍ଚଳ ହୋଇଛି। ଆଗକୁ ପ୍ରତାପ ଷଡ଼ଙ୍ଗୀ, ସ୍ମୃତି ଇରାନୀଙ୍କ ଭଳି ନେତ୍ରୀଙ୍କୁ ଆଣି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ରାଜନୈତିକ ଅନୁପସ୍ଥିତି ଓ ବିଜେଡି ବିରୋଧୀ ଜନମତକୁ ଭାଜପା କେତେମାତ୍ରାରେ ଟାଣିପାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ। ମୁଖ୍ୟମନ୍ତ୍ରୀ ବିଜୟୀ ହେବା ପରେ ଆସନଟି ଛାଡ଼ିଥିବାରୁ ଯେକୌଣସି ମତେ ବିଜୟୀ ହେବା ବିଜେଡ଼ିର ଏକମାତ୍ର ଲକ୍ଷ୍ୟ ରହିଛି। ଏତେସବୁ ପରେ ବି ବିଜେପୁରର ଭୋଟର ଉତ୍ସାହିତ ନ ଥିବା ଭଳି ଦେଖାଯାଇଛି। ନିୟମିତ ବ୍ୟବଧାନରେ ତୃତୀୟ ନିର୍ବାଚନ ନେଇ ସେମାନଙ୍କ ମଧ୍ୟରେ ରୋଷ ରହିଛି। ହେଲେ ରୋଷ ଶାସକ ଦଳକୁ ଯେ ବହୁଳ ଭାବେ ପ୍ରଭାବିତ କରିବ ତାହା ଜଣାପଡୁନାହିଁ।
ବରପାଲି ଅଞ୍ଚଳରେ ବିଜେଡି ଓ ଭାଜପା ଉଭୟଙ୍କ ରାଜନୈତିକ ଉପସ୍ଥିତି ବେଶ୍‌ ବାରି ହୋଇ ପଡୁଛି। ଅପେକ୍ଷାକୃତ ଅନୁନ୍ନତ ଅଞ୍ଚଳ ବୋଲାଉଥିବା ଗାଇସିଲେଟ୍‌ ବ୍ଲକର ଭୋଟ ଗତଥର ଅଧିକାଂଶ ବିଜେଡିକୁ ଯାଇଥିଲା। ହେଲେ ସେହି ପରମ୍ପରାକୁ ଭାଙ୍ଗିବା ପାଇଁ ଭାଜପା ନିଜର ଟାଣୁଆ ସଙ୍ଗଠକ ପ୍ରଦୀପ ପୁରୋହିତଙ୍କୁ ଗାଇସିଲେଟ ବ୍ଲକ ଦାୟିତ୍ୱ ଦେଇଛି। ଅପରପକ୍ଷେ ୨୦୧୮ ଉପନିର୍ବାଚନର ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଶନିବାର ଭାଜପାରୁ ଇସ୍ତଫା ଦେବା ପରେ ଏବେ ରାଜନୈତିକ ପାଣିପାଗ ଟିକେ ଭିନ୍ନ ହେବାର ଲାଗୁଛି। ସ୍ବାଧୀନ ଭାବେ ଲଢ଼ି ୨୦୧୪ ନିର୍ବାଚନରେ ପ୍ରାୟ ୧୮ହଜାର ଭୋଟ୍‌ ପାଇଥିବା ଅଶୋକଙ୍କ ସମର୍ଥକ କାହାକୁ ଭୋଟ୍‌ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିବ। ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ମେ ମାସ ସାଧାରଣ ନିର୍ବାଚନଠାରୁ ଅଶୋକ ଏକ ପ୍ରକାର ଅସନ୍ତୁଷ୍ଟ ରହି ଆସୁଥିଲେ। ତେଣୁ ତାଙ୍କ ସମର୍ଥକଙ୍କୁ ଭାଜପା ପାଇଁ ପ୍ରଚାର କରିବା କିମ୍ବା ଭୋଟ ଦେବା ପାଇଁ ସେ ଉତ୍ସାହିତ କରିବେ ନାହିଁ। ଏହାର କେତେକାଂଶରେ ଫାଇଦା ଶାସକ ଦଳକୁ ହେବ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଭାଜପା ପ୍ରାର୍ଥୀ ହୋଇ ସନତ ପ୍ରାୟ ୫୩ ହଜାରରୁ ଅଧିକ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନାହାନ୍ତି, ତେଣୁ ସେ ପାଇଥିବା ଭୋଟ୍‌ ଦୁଇଗୁଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସନତ କହିଛନ୍ତି। ଏସବୁ ପରେ ବି ବିଜେପୁରବାସୀ କାହାକୁ ମୁକୁଟ ପିନ୍ଧାଇବେ ତାହା ଇଭିଏମ ଗଣତି ପରେ ହିଁ ଜଣାପଡ଼ିବ।
ସେହିପରି ୨୦୧୮ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଏବେ ବିଜେଡ଼ିରେ। ଯେଉଁ ରୀତାଙ୍କ ବିରୋଧରେ ସେ ଲଢ଼ିଥିଲେ, ଏବେ ତାଙ୍କରି ପାଇଁ ଗାଇସିଲେଟ୍‌ରେ ଭୋଟ୍‌ ମାଗୁଛନ୍ତି। ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରିପୁନାଥ ସେଠଙ୍କୁ ଦଳ ଟିକେଟ୍‌ ଦେଇନାହିଁ। ତାଙ୍କ ଅସନ୍ତୋଷ ଦାଣ୍ଡରେ ପଡ଼ି ହାଟରେ ଗଡ଼ି ସାରିଲାଣି। ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ମାନଭଞ୍ଜନ କଲାପରେ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ରିପୁ କହିଛନ୍ତି। ହେଲେ ରିପୁଙ୍କ ପ୍ରଚାର କଂଗ୍ରେସର ପୁରୁଣା ଭୋଟ୍‌ବ୍ୟାଙ୍କ ଫେରାଇ ଆଣିବାରେ କେତେ ସହାୟକ ହେଉଛି, ତାହା ଫଳାଫଳ ହିଁ କହିବ। ସ୍ଥାନୀୟ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ରିପୁ ଅନୁସୂଚିତ ଜାତି(ଏସ୍‌ସି) ହୋଇଥିବାରୁ ତାଙ୍କର ଏକ ନିଜସ୍ବ ଭୋଟ୍‌ବ୍ୟାଙ୍କ ରହିଥିଲା। ହେଲେ ଚଳିତଥର ପ୍ରାର୍ଥୀ ବଦଳାଇ ଦିଲୀପଙ୍କୁ ପ୍ରାର୍ଥୀ କରାଯାଇ ଥିବାରୁ ସେହି ଭୋଟ୍‌ ଅନ୍ୟଦଳକୁ ଚାଲିଯିବା ସମ୍ଭାବନା ରହିଛି। ବିଶେଷ ଭାବେ ୭ରୁ ୮ହଜାର ଭୋଟ୍‌ ଯେଉଁ ଦଳକୁ ଯିବ, ତାହା ବିଜୟ/ପରାଜୟର ବ୍ୟବଧାନ ବୃଦ୍ଧି/ହ୍ରାସରେ ସହାୟକ ହେବ ବୋଲି ସମୀକ୍ଷକ କହିଛନ୍ତି।
ଚିଦାନନ୍ଦ ଜେନା

-ସହାୟତା
ପ୍ରେମାନନ୍ଦ ଖମାରୀ, ମେଘନାଦ ସାହୁ, ରାଜେଶ୍ୱର ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଭାରତ ବନ୍ଦ

କେନ୍ଦୁଝର,୨୭ା୯(ସ୍ବ.ପ୍ର.): ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ କେନ୍ଦୁଝର ଜିଲାରେ ଶାନ୍ତପୂର୍ଣ୍ଣ ଭାବରେ ଆରମ୍ଭ ହୋଇଛି। କେନ୍ଦୁଝରରେ ଏନ୍‌ଏଚ୍‌ ୪୯ ଗାନ୍ଧିଛକରେ...

ଦିନକର ଦରମା ଦେବେ ସଚିିବାଳୟ କର୍ମଚାରୀ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସଂଗ୍ରହ କରୁଛନ୍ତି। ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ...

ଜାଲ ବିଛାଉଛନ୍ତି ଡିଜିଟାଲ ସୁନ୍ଦରୀ

ଭୁବନେଶ୍ୱର,୭।୩(ବ୍ୟୁରୋ): ପ୍ରତିଦନ ସାଇବର ଠକମାନେ ନୂଆ ନୂଆ ପନ୍ଥା ଆପଣାଇ ଟଙ୍କା ଲୁଟୁଛନ୍ତି। ବିଶେଷ କରି ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀମାନେ ମାତିଛନ୍ତି। ସେମାନେ ଜାଲ...

ପୁରୁଣା ହସ୍ତଶିଳ୍ପ ଉଜ୍ଜୀବିତ ପାଇଁ ଗୁରୁତ୍ୱନିଖିଳ ଉକତ୍ଳ କଂସାରି ସମାଜର ୪୭ ତମ ଅଧିବେଶନ ଉଦ୍‌ଯାପିତ

ଖଣ୍ଡପଡା,୧୧।୬(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ କଲ୍ୟାଣ ମଣ୍ଡପଠାରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ନିଖିଳ ଉକତ୍ଳ କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖାର ୪୭ ତମ ବାର୍ଷିକ...

ଚାନ୍ଦବାଲିରେ ବିଜେଡି ଆଗରେ

ଚାନ୍ଦବାଲି, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ୬ଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ୧୧,୯୦୩...

ବେଆଇନ ପୋଖରୀ ଖୋଳା: ପୋତି ହେଉଛି କାଦୁଆ ନଦୀ

ଗୋପ,୧୫।୫(ଡି.ଏନ୍‌.ଏ.): ବେଆଇନ୍‌ ପୋଖରୀ ଖୋଳି କିଛି ଦିନ ଧରି ସରକାରୀ ଜମି ଜବରଦଖଲ କରିବା ସହ ଏହି ପଞ୍ଚାୟତ ନିକଟରେ ଥିବା କାଦୁଅ ନଦୀକୁ ପୋତି...

‘ସୁନ୍ଦରୀ’ ସ୍ଥିତି ଜଣାଇବାକୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସାତକୋଶିଆରେ ଏବେ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ‘ସୁନ୍ଦରୀ’। ସୁନ୍ଦରୀର ଘର ବାହୁଡ଼ା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରୁନି। ଏ ସଂକ୍ରାନ୍ତରେ ମଧ୍ୟପ୍ରଦେଶ...

ପାରାଦୀପରେ ପର୍ଯ୍ୟଟକଙ୍କ ଭିଡ଼

ପାରାଦୀପ,୨୯ା୧୨(ସ୍ବ.ପ୍ର.): ୨୦୨୨ ବର୍ଷର ଶେଷ ବୁଧବାର ପାରାଦୀପ ଦୁଇଟି ଘଟଣା ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। ପାରାଦୀପରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି।...

Advertisement
Archives

Model This Week