ବିଜୁଳି ବିଲ୍‌ ବକେୟା ପାଇଁ ବିଏସ୍‌ଏନ୍‌ଏଲ୍‌ର ୧୦୦୦ ମୋବାଇଲ ଟାଓ୍ବାର

ନୂଆଦିଲ୍ଲୀ,୧୪-୭: ବକେୟା ବିଜୁଳି ବିଲ୍‌ ପ୍ରଦାନ କରାଯାଇ ନ ଥିବାରୁ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ୧୦୦୦ ମୋବାଇଲ ଟାଓ୍ବାର ଏବଂ ୫୦୦ରୁ ଊର୍ଦ୍ଧ୍ୱ ଟେଲିଫୋନ୍‌ ଏକ୍ସଚେଞ୍ଜ ଏବେ ବନ୍ଦ ହୋଇପଡିଛି। ଏ ସମ୍ପର୍କରେ ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିକଟରେ ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ପୁନରୁଜ୍ଜୀବନ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏଦିଗରେ ପଦକ୍ଷେପ ନେବା ଆରମ୍ଭ ହୋଇଛି। ତାଙ୍କର କହିବାନୁଯାୟୀ, ବିଜୁଳି ବିଲ୍‌ ପ୍ରଦାନ କରା ନ ଯିବାରୁ ଦେଶର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା ୧୦୮୩ ମୋବାଇଲ ଟାଓ୍ବାର ଏବଂ ୫୨୪ ଟେଲିଫୋନ ଏକ୍ସଚେଞ୍ଜ ବନ୍ଦ ହୋଇଯାଇଛି। ସେହିଭଳି ଜମି ମାଲିକଙ୍କ ଭଡା ବାବଦରେ ବକେୟା ପ୍ରଦାନ କରା ନ ଯିବାରୁ ସାରା ଦେଶରେ ୨୫୮ ମୋବାଇଲ ଟାଓ୍ବାରକୁ ବନ୍ଦ କରିବାକୁ କମ୍ପାନୀ ବାଧ୍ୟ ହୋଇଛି। ବିଜୁଳି ବିଲ୍‌ ପ୍ରଦାନ କରା ନ ଯିବାର ମହାରାଷ୍ଟ୍ରରେ ୧୭୮, କର୍ନାଟକରେ ୧୫୬, ଉତ୍ତର ପ୍ରଦେଶରେ ୧୩୨, ପଶ୍ଚିମ ବଙ୍ଗରେ ୨୦, ତେଲେଙ୍ଗାନା ତଥା ହରିୟାଣାରେ ୧୩ ଲେଖାଏ ଟେଲିଫୋନ ଏକ୍ସଚେଞ୍ଜ ବନ୍ଦ କରିଦିଆଯାଇଛି। ସେହିପରି ଉତ୍ତର ପ୍ରଦେଶରେ ସର୍ବାଧିକ ୩୯୧, ମହାରାଷ୍ଟ୍ରରେ ୨୦୮, କର୍ନାଟକରେ ୧୨୦, ତାମିଲନାଡୁରେ ୧୧୧, ତେଲେଙ୍ଗାନାରେ ୭୬, ପଶ୍ଚିମବଙ୍ଗରେ ୫୦, ମଣିପୁରରେ ୩୬, ଜମ୍ମୁ-କଶ୍ମୀରରେ ୧୯, ଗୁଜରାଟରେ ୧୭, ବିହାରରେ ୧୪, ଆସାମ ଓ ଆନ୍ଧ୍ରପ୍ରଦେଶରେ ୧୧ ଲେଖାଏ ମୋବାଇଲ ଟାଓ୍ବାରରୁ ବିଜୁଳି ସଂଯୋଗ କାଟି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ ନେଇ ଯୋଜନା

ନୂଆଦିଲ୍ଲୀ,୪। ୫: ଭାରତକୁ ଏକ ମାନ୍ୟୁଫାକଚରିଂ ହବ୍‌ରେ ରୂପାନ୍ତରିତ କରିବା ଲାଗି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏବେ ଯୋଜନା ହାତକୁ ନେଇଛି। ସମ୍ଭାବନା ଥିବା...

ପ୍ରଥମ ତ୍ରୈମାସ ଜିଡିପି ୩୫% ଖସିପାରେ

ନୂଆଦିଲ୍ଲୀ,୩୧।୮: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୩୫% ଖସିପାରେ ବୋଲି ବଜାର ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। ମାତ୍ର...

ସୁପ୍ରିମକୋର୍ଟ ଗଲା ମିସ୍ତ୍ରି-ଟାଟାସନ୍ସ ମାମଲା

ନୂଆଦିଲ୍ଲୀ,୩-୧: ଟାଟାସନ୍ସର ଅଧ୍ୟକ୍ଷ ଭାବେ ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କୁ ଅବସ୍ଥାପିତ କରାଇବା ଲାଗି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନସିଏଲ୍‌ଏଟି) ରାୟ ଦେଇଥିଲେ। ଏହି...

ସ୍ପର୍ଶ ହସ୍ପିଟାଲ୍‌ର ‘ୱିନର୍ସ ଅଫ୍‌ ଲାଇଫ୍‌’

ଭୁବନେଶ୍ୱର,୧୮।୧୦:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘ସ୍ପର୍ଶ ହସ୍ପିଟାଲ’ ପକ୍ଷରୁ ବିଶ୍ୱ ସ୍ତନ କର୍କଟ ସଚେତନତା ମାସ ପରିପ୍ରେକ୍ଷୀରେ ‘ୱିନର୍ସ ଅଫ୍‌ ଲାଇଫ୍‌’ ଶୀର୍ଷକ ଏକ କର୍ମଶାଳା...

ମହଙ୍ଗା ହେଉଛି ବିଭିନ୍ନ ସାମଗ୍ରୀ

ନୂଆଦିଲ୍ଲୀ,୯।୪ : କରୋନା ଯୋଗୁ ଟିଭି, ଫ୍ରିଜ, ଔଷଧ ସମେତ ଘରୋଇ ବଜାରରେ ବିଭିନ୍ନ ସାମଗ୍ରୀ ମହଙ୍ଗା ଦେଉଥିବା ଦେଖାଯାଇଛି। ଇଲେକଟ୍ରୋନିକ୍ସ ଶିଳ୍ପରେ କାର୍ଯ୍ୟରତ କମ୍ପାନୀଗୁଡିକ...

ଓଡ଼ିଶାରେ ଗ୍ରାହକଙ୍କ କ୍ରୟଶକ୍ତି ବେଶ୍‌ ଉନ୍ନତ: ସଞ୍ଜୟ ଲୋହିଆ

ବ୍ରାଣ୍ଡେଡ୍‌ ଜୋତାର ସୁପର ଷ୍ଟକିଷ୍ଟ ଭାବେ ଭୁବନେଶ୍ୱରର ରାମ୍‌ଜୀ ଏଣ୍ଟରପ୍ରାଇଜେସ ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର୍ସଙ୍କ କ୍ଷେତ୍ରରେ ବେଶ୍‌ ଜଣାଶୁଣା। ଶୁ’ର ବିଭିନ୍ନ ବ୍ରାଣ୍ଡ ଯୋଗାଣ ଦିଗରେ...

ସେଲୁନ ବ୍ୟବସାୟରେ ପାଦ ଦେବ ଆରଆଇଏଲ

ମୁମ୍ବାଇ,୫ା୧୧: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରମୁଖ ସଂସ୍ଥା ରିଲାଏନ୍ସ ରିଟେଲ ଜରିଆରେ ଆର୍‌ଆଇଏଲ୍‌ ଆଉ ଏକ ବ୍ୟବସାୟରେ ପ୍ରବେଶ...

ସ୍ପଷ୍ଟ କଲା ଆର୍‌ବିଆଇ ୫ ଦିନିଆ ହେବନି ବ୍ୟାଙ୍କ କାର୍ଯ୍ୟଦିବସ

ମୁମ୍ବାଇ,୨୧ା୪: ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଦିବସ ୫ ଦିନିଆ ହେବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶନିବାର ସ୍ପଷ୍ଟ କରିଛି। ମିଡିଆରେ ପ୍ରକାଶ ପାଇଥିବା...

Advertisement
Archives

Model This Week