Posted inଫୁରସତ

ବିଚିତ୍ର ପରମ୍ପରା: ଭିଲ୍‌ ଜନଜାତିର ଗବରି ପର୍ବ

ଉଦୟପୁର: ରାଜସ୍ଥାନର ମେବାର ଅଞ୍ଚଳରେ ରହନ୍ତି ଭିଲ ସମ୍ପ୍ରଦାୟର ଜନଜାତି। ଏମାନଙ୍କୁ ମାନବ ଜାତିର ସବୁଠୁ ପୁରୁଣା ଜାତି ବୋଲି କୁହାଯାଏ। ଏହି ସମ୍ପ୍ରଦାୟର ଲୋକମାନେ ଭାଦ୍ରବ ମାସରେ ଲୋକନୃତ୍ୟନାଟିକା ଗବରି ପାଳନ କରନ୍ତି। ବାଂସବାଡା,ଡୁଙ୍ଗରପୁର, ରାଜସମନ୍ଦ ଓ ଉଦୟପୁରର କିଛି ଗାଁରେ ଏହା ଏବେ ପାଳନ କରାଯାଉଛି। ଏହି ପର୍ବ ୪୦ଦିନ ଧରି ଚାଲେ। ଗବରି କରୁଥିବା ଲୋକମାନେ ଏହି ଦିନମାନଙ୍କରେ ମଦ ପିଅନ୍ତିନାହିଁ କି ଜୋତା ପିନ୍ଧନ୍ତିନି। ସେମାନେ ତଳେ ଶୁଅନ୍ତି ଓ ଦିନବେଳା ଥରେ ଖାଆନ୍ତି। ଏହି ଲୋକନୃତ୍ୟ ଗାଁରେ ସୁଖଶାନ୍ତି ଆଣେ ବୋଲି ସେମାନେ ବିଶ୍ୱାସ କରନ୍ତି। ପୂରା ଗାଁ ଏହି ପର୍ବ ପାଳନରେ ମାତିଯାଆନ୍ତି। ମେବାର ବ୍ୟତୀତ ଗବରି ଲୋକ ପରମ୍ପରା ଦେଶରେ ଆଉ କେଉଁଠାରେ ପାଳନ କରାଯିବା ଦେଖାଯାଏନି। ଶିବ-ପାର୍ବତୀଙ୍କୁ କେନ୍ଦ୍ର କରି ଏହି ପର୍ବ ପାଳନ କରାଯାଏ। ଗବରି ପାଳନ କରାଯାଉଥିବା ଗାଁର ପ୍ରତ୍ୟେକ ଆଦିବାସୀ ପରିବାରରେ ଜଣେ ସଦସ୍ୟ ଏହି ବ୍ରତ ରଖନ୍ତି। ଯେଉଁ ଗାଁରେ ଝିଅଙ୍କର ବାହାଘର ହୋଇଥାଏ ସେହି ଗାଁକୁ ଗବରି ନୃତ୍ୟ କରୁଥିବା ବ୍ୟକ୍ତି ଯାଇ ନୃତ୍ୟ କରିଥାନ୍ତି। ମାଦଲ ଓ ଥାଳି ବଜାଇ ସେମାନେ ନୃତ୍ୟ କରନ୍ତି ଓ ଏହାକୁ ରାଇ ନୃତ୍ୟ କୁହାଯାଏ। ଏହି ନୃତ୍ୟ କେବଳ ପୁରୁଷମାନେ ହିଁ କରନ୍ତି। ଗବରି ଶବ୍ଦ ମା’ ଗୌରୀରୁ ଆସିଛି। ଏହାକୁ ଉଦ୍ଧବ ଶିବ-ଭସ୍ମାସୁର କଥା ବୋଲି ମାନିଥାନ୍ତି। ଗବରି ଅବସରରେ ଗଣପତି କାନାଗୁଜରି,ଯୋଗୀ ,ଲାକ୍ଷା ବଞ୍ଜାରା ଆଦି ଖେଳ ଅନୁଷ୍ଠିତ ହୋଇଥାଏ। ଏହି ଖେଳ ପାଇଁ ଭିଲ ଲୋକମାନେ ଗୈରଜା ମାତା ମନ୍ଦିରକୁ ଯାଇ ପାତି (ଖେଳିବା ପାଇଁ ଅନୁମତି) ଭିକ୍ଷା କରନ୍ତି। ଏହା ଏକ ପରମ୍ପରା। ଏହି ପରମ୍ପରା ଅନୁଯାୟୀ ଦେବୀଙ୍କୁ ପୂଜା କରାଯିବା ପରେ ମନ୍ଦିରରେ ଥିବା ପୂଜାରୀଙ୍କୁ ଯେତେବେଳେ ମା ପ୍ରସନ୍ନ ହୁଅନ୍ତି ସେତେବେଳେ ତାଙ୍କୁ ଗବରି ଖେଳିବା ପାଇଁ ଅନୁମତି ଭିକ୍ଷା କରାଯାଏ। ଏହା ପାଇବା ପରେ ଖେଳକୁ ବାହାରିଯାଆନ୍ତି ଭିଲ୍‌ମାନେ।


Enter your email to get our daily news in your inbox.

All Right Reserved By Dharitri.Com

ବିରିୟାନି ଖାଇବାକୁ ଲାଗିଲା ଦେଢ କିଲୋମିଟର ଲମ୍ବା ଲାଇନ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧ ।୧୦: କର୍ନାଟକର ବେଙ୍ଗାଲୁରୁରେ ବିରିୟାନି ପ୍ରେମିଙ୍କ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାବୁ ମିଳିଛି । ଏକ ଭିଡିଓରେ ଦେଖିବାକୁ ମିଳିଛି ବେଙ୍ଗାଲୁରର ଏକ ରେସ୍ତୋରାଁ...

ଯୁଦ୍ଧବିମାନ ଉଡାଇ ପାରନ୍ତି ରତନ ଟାଟା: ରହିଛି ଏଭଳି ସଉକ

ଟାଟା ଗ୍ରୁପ୍‌ ଚେୟାରମ୍ୟାନ୍‌ ଥିବା ରତନ ଟାଟା ନୈତିକତାର ଏକ ଜ୍ୱଳନ୍ତ ଉଦାହରଣ। ସେ ନିଜର ସେବା ମନବୃତ୍ତିକୁ ନେଇ ବେଶ୍‌ ଲୋକପ୍ରିୟ। ୧୯୯୧ରେ ଟାଟା...

ଭୋଟର ପରିଚୟ ପତ୍ରରେ କୁକୁର ଫଟୋ

କୋଲକାତା,୫।୩ : ଭୋଟର ପରିଚୟ ପତ୍ରରେ ସମ୍ପୃକ୍ତ ଭୋଟରଙ୍କ ଫଟୋ ରହିଥାଏ। ତେବେ ପଶ୍ଚିମବଙ୍ଗରେ ଜଣେ ଲୋକଙ୍କ ଭୋଟର ପରିଚୟ ପତ୍ରରେ ତାଙ୍କ ନିଜ ଫଟୋ...

୨ବର୍ଷରେ ନିମକାଠରେ ନିର୍ମାଣ କଲେ ତିରୁପତି ବାଲାଜୀଙ୍କ ୩ ମୂର୍ତ୍ତି: ଦାମ ୩ଲକ୍ଷ ୫୦ ହଜାର

ଫରିଦାବାଦ୍‌,୯।୨: ସୁରଜକୁଣ୍ଡ ମେଳାରେ ନିମକାଠରେ ନିର୍ମିତ ହୋଇଥିବା ୭ ଫୁଟ ଉଚ୍ଚର ତିରୁପତି ବାଲାଜୀଙ୍କ ମୂର୍ତ୍ତି ଦର୍ଶକଙ୍କ ଆକର୍ଷିତ କରୁଛି। ଏହାକୁ ଆନ୍ଧ୍ରପ୍ରଦେଶର ଚିତୌଡ଼ ଜିଲାର...

ରେଳ ଟ୍ରାକ୍‌ରେ ବି ଗଡ଼ିବ ବସ୍‌

ପରମାଣୁ ବୋମା ଆକ୍ରମଣର ସମ୍ମୁଖୀନ ହେବା ପରେ ଜାପାନ ଯେଉଁ ପ୍ରଗତିରେ ଆଜି ଠିଆ ହୋଇଛି, ତାହା ବିଶ୍ୱ ସାମ୍ନାରେ ଏକ ଅନନ୍ୟ ଉଦାହରଣ ଅଟେ।...

ପାକିସ୍ତାନରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ

ଇସଲାମାବାଦ୍‌,୨୧।୧୧: ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଖାତ୍‌ ଜିଲାରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ ମିଳିିଛି। ଏହା ହିନ୍ଦୁ ଶାହୀ ଅବା...

ରାଷ୍ଟ୍ରପତିଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଭାରତରେ ବିବାହ କଲେ ଆମେରିକା ଯୁବତୀ

ଥିରୁଭାନନ୍ତପୁରମ୍‌, ୯।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଜଣେ ଆମେରିକା ମହିଳା ଭାରତରେ ବିବାହ କରିଛନ୍ତି। ଆଶଲେ ହଲ୍‌ ନାମକ ଜଣେ ଯୁବତୀଙ୍କ...

ଗର୍ଭବତୀଙ୍କ ପାଦ ଖସିଯିବାରୁ ଚାଲିଗଲା ପେଟରେ ଥିବା ଶିଶୁର ଜୀବନ; ମହିଳାଙ୍କୁ ମିଳିଲା ଏମତି ଦଣ୍ଡ

୨୯ ବର୍ଷୀୟା ଜଣେ ଗର୍ଭବତୀ ମହିଳାଙ୍କ ପାଦ ଖସିଯିବାରୁ ପେଟରେ ଥିବା ପିଲାଟାର ଜୀବନ ଚାଲିଗଲା। ଏନେଇ ମହିଳାଙ୍କୁ ୯ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଲା।...

Advertisement


Archives

Model This Week