ବିକାଶର ନାଁ ଗଁଧ୍‌ ନାଇଁ, ତଥାପି ବିତୁଛେ ଜୀବନ୍‌

ଭବାନୀପାଟଣା, ୩ା୬ (ଡି.ଏନ୍‌.ଏ):  କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକ ଅଁଲାଭଟା ପଁଚେତ୍‌ର ପାହାଡ଼ ସିଘେ ପଟାକୁସୁମୀ, ଟେଣ୍ଡକାଚୁଆଁ, କର୍ଲାକୋଟ, ଦାବ୍ରିଘାଟି, କରାଘାଟି ଲେଖେଁ ଗାଁମାନ ରହିଛେ। ଗୁଟେ ଅପହଁଚ୍‌ ଇଲାକା ସଂଗେ ଅଣ ସର୍ବେକ୍ଷଣ ଭୂଇଁରେ ଇ ଗାଁମାନ ବସିଥିଲାବେଲେ ପଟାକୁସୁମୀ ବହୁତ ଦିନୁ ରାଜସ୍ବ ଗାଁର ମାଏନ୍‌ତା ପାଇ ସାରିଛେ। ସବୁ ଗାଁର ଲୋକ ସଂଖ୍ୟା ପାଖାପାଖି ୫ଶହରୁ ଅଧ୍‌କା ହେବା। ହେଲେ ସରକାରୀ ଉଦିଅମ ଆଏଜ୍‌ ବି ଅପହଁଚ୍‌ ହେଇ ରହିଛେ। କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକ ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡି ଆର ତେନ୍ତୁଳିଖୁଣ୍ଟି ବ୍ଲକର ତିନକୁନିଆଁ ସୀମାନାମାନ୍‌କେ ଇ ଗାଁ ସବୁ ରହିଛେ। ଇମାନକର ପାସକେ ପୁହୁଁଚିବାକେ ହେଲେ ପରଶାସନକେ ବଡ଼ା କସରତ କରବାକେ ପଡ଼ୁଛେ। ଇ ଗାଁମାନ ଅତଡ଼ିଆ ଜାଗାମାନକେ ଥିଲାବେଲେ ନବରଙ୍ଗପୁର ଜିଲାର ସୀମା ଭିତରେ ଯିବାକେ ପଡ଼ୁଛେ। ଏନ୍‌ତା କି ଇମାନେ ୧୦ କି.ମି. ଏରିଆ ଭିତରେ ଥିଲେ ବି ରାସ୍‌ତାଘାଟ ଅଭାବୁ ସମକୁ ଜାନବାର ଭିଡ଼ ହେଇଯାଉଛେ। ଅନେକ ସମିଆରେ ଗଁବାସୀମାନକୁ ୫ କେ.ଜି. ଚାଉଲ ଆର କିରାସିନ ଲାଗି ୧୪ରୁ ୧୭ କି.ମି. ପାହାଡ଼ ଚଢ଼ା ଉତରା କରବାକେ ପଡ଼ୁଛେ। ହେଲେ ଭିଟାମାଟି ଉପରେ ଇମାନକର ବହୁତ୍‌ ଲୋଭ୍‌, ବିସ୍ଥାପନର କଥା କହେଲେ ଇମାନେ ନାକ୍‌ ଟେକୁଛନ୍‌। ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡି ଆର ତେନ୍ତୁଳିଖୁଣ୍ଟି ବ୍ଲକ ପାର ହେଲା ଉତାରୁ ସାନକରାଘାଟିରେ ପୁହୁଚି ହେସି। ଗାଁରେ ଏହେଦେ ୨୭ଟା ପରିବାରର ପାଖାପାଖି ୧୫୦ ଲୋକ୍‌ ବାସ୍‌ କରୁଛନ୍‌। ଅନେକ ବଛର ବଁଧାରରେ ବିତାଲା ଉତାରୁ ସୌରଶକ୍ତି ବିଜଲିବତୀର ୬ଟା ଖୁଁଟା ଦେଖ୍‌ବାକେ ମିଲିଥିଲା। ଜୟପାଟଣା ବ୍ଲକର ଅଁଳାଭଟା ପଁଚେତ୍‌ର ଜରିଗୁମା ଗାଁର ତଳ କରାଘାଟି ଗାଁ। ଇ ଗାଁରେ ମୋଟ ୨୭ଟା ପରିବାର ରହୁଥିଲାବେଲେ ଆଏଜ୍‌ ବି ୮ଟା ପରିବାର ସରକାରୀ ଯୋଜନାରେ ଚାଉଲ ପାଏବାରୁ ବଁଚିତ୍‌ ଥିବାର କହିଥିଲେ। ସେନ୍‌ତା ଜବକାର୍ଡ ଥିଲେ ବି କାମ ନାଇଁ ମିଲୁଥିବାର ଅନେକ ଲୋକ ଅଭିଯୋଗ କରିଥିଲେ। ଗାଁରେ ପାଏନ୍‌ର ବଡ଼ଭାରି ଅଭାବ ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆର ହେଉଥିବାର ଘରମାନେ ବଁଦ୍‌ ପଡ଼ିଛେ। ଗାଁର ବଡ଼ଭାଗି ଭୂମିହୀନ ହେଇଥିଲାବେଲେ ୪ ଝନ୍‌ ଲୋକ୍‌ ଆବାସ ଯୋଜନାର ଲାଭ ପାଇଛନ୍‌। ବାକି ଲୋକ୍‌ ୪ ଡିସିମିଲ ଜମି ପଟ୍ଟା ଅଭାବୁ ଅବାସ ଯୋଜନାରୁ ବଁଚିତ ହେଇଥିବାର କହିଛନ୍‌। ପାହାଡ଼ ତଲେ ଟିଙ୍ଗୋପଖାନ ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ର ଥିବାର ଲାଗି ଗାଁର ଛୁଆମାନେ ରଁଧା ଖାଏଦ୍‌ ଖାଏବାରୁ ବଁଚିତ୍‌ ହେଇଥିବାର କହିଥିଲେ। ଜୟପାଟଣା ବ୍ଲକର ଏନ୍‌ତା ଅତଡ଼ିଆ ଅଂଚଲମାନକେ ଥିବାର ଗାଁର ବିକାଶ ଲାଗି ପଦକ୍ଷେପ ନାଇଁ ନେଲେ ସୁଆଧୀନତା ଆଗରୁ ଦୁଖ୍‌ ପାଇଆସୁଥିବାର ଇ ଲୋକ୍‌ମାନକର ଜିଁବାର ଖାଏବାର ବି ବହୁତ ଭିଡ଼ ହେଇଯିବା ବଲି ଆଲୋଚନା ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri