ବିଏମ୍‌ସିର ଏନ୍‌ଓସି ପ୍ରସ୍ତାବକୁ ପୂଜା କମିଟିର ନା

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜଧାନୀରେ ଦୁର୍ଗାପୂଜା ପାଇଁ ମଣ୍ଡପଗୁଡ଼ିକ ବିଭିନ୍ନ ବିଭାଗର ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ଆଣିଥାନ୍ତି। ପୋଲିସ, ଅଗ୍ନିଶମ, ପୂର୍ତ୍ତ, ବିଦ୍ୟୁତ୍‌, ସାଧାରଣ ପ୍ରଶାସନ ବିଭାଗ ସମେତ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏନ୍‌ଓସି ପାଇଁ କମିଶନରେଟ ପୋଲିସ ମୁଖ୍ୟାଳୟରେ ଆବେଦନ କରିଥାନ୍ତି। ହେଲେ ଚଳିତ ବର୍ଷ ବିଏମ୍‌ସି ପୂଜା କମିଟିଗୁଡିକୁ ନିଜ ସହ ୩ ବିଭାଗ ଯଥା ପୂର୍ତ୍ତ, ସାଧାରଣ ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗର ଏନ୍‌ଓସି ପ୍ରଦାନ କରିବାର ପ୍ରସ୍ତାବ ରଖିଛି। ଏ ନେଇ ସୋମବାର ବିଏମ୍‌ସି ମୁଖ୍ୟାଳୟରେ ପୂଜା କମିଟି କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ବସିଥିଲା। କିନ୍ତୁ ବିଏମ୍‌ସିର ଏହି ପ୍ରସ୍ତାବରେ ପୂଜାକମିଟି ଅମଙ୍ଗ ହୋଇଛି। କମିଶନରେଟ ପୋଲିସଠାରୁ ସମସ୍ତ ଏନ୍‌ଓସି ନେବାକୁ ଜିଦ୍‌ ଧରିଛନ୍ତି।
ସହରର ପାଖାପାଖି ୫୦ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଓ ଅନ୍ୟ ଅଧିକାରୀମାନେ ଆଲୋଚନା କରିଥିଲେ। କମିଶନର ଚୌଧାରୀ କହିଲେ, ବିଏମ୍‌ସି ଏନ୍‌ଓସି ପାଇଁ ପୂଜା କମିଟିଗୁଡିକର କଷ୍ଟକୁ ଅଧା କରିବାକୁ ଚାହୁଁଛି। କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ଏନ୍‌ଓସି ବିଏମ୍‌ସି ଯୋଗାଇ ଦେବା ସହ ମଣ୍ଡପର ଭଲମନ୍ଦ କଥା ଆମ ଅଧିକାରୀମାନେ ବୁଝିବେ। ସେହିଭଳି ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ଓ ସଫେଇ ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯିବ। ସବୁ ମଣ୍ଡପରେ ବଡ଼ ବଡ଼ ଡଷ୍ଟ୍‌ବିନ୍‌ ରଖାଯିବା ସହ ପ୍ଲାଷ୍ଟିକମୁକ୍ତ ପୂଜା ପରିଚାଳନା ପାଇଁ ଆହ୍ବାନ ଦେଇଥିଲେ। ପୂଜାରେ ବ୍ୟବହାର ହେଉଥିବା ବିଜ୍ଞାପନ ହୋର୍ଡିଂ ଓ ପ୍ରଚାର ଏବଂ ମଣ୍ଡପ ବାହାରେ ବ୍ୟବସାୟୀଙ୍କଠାରୁ ଟ୍ୟାକ୍ସ ଆଦାୟ ହେବ ବୋଲି କମିଶନର ତାଙ୍କ ସ୍ବତନ୍ତ୍ର କାର୍ଯ୍ୟାନ୍ବୟନ ପଦ୍ଧତି (ଏସ୍‌ଓପି) ଜରିଆରେ ଜଣାଇଥିଲେ। ତେବେ ଅନ୍ୟ ସମସ୍ତ ପ୍ରସ୍ତାବକୁ ପୂଜା କମିଟି କର୍ତ୍ତୃପକ୍ଷ ସ୍ବାଗତ କରିଥିବାବେଳେ ଟ୍ୟାକ୍ସ ଓ ଏନ୍‌ଓସି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଏହା ପରେ କମିଶନର କହିଲେ, ଯଦି ପୂଜାକମିଟିଗୁଡ଼ିକ ପୂର୍ବପରି ଏନ୍‌ଓସି ପାଇପାରିବେ ତା’ହେଲେ ସେମାନେ ବିଏମ୍‌ସି ଆସିବା କିଛି ଆବଶ୍ୟକ ନାହିଁ। ତେବେ ବିଏମ୍‌ସି ସବୁପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। ବିଏମ୍‌ସି ମୁଖ୍ୟାଳୟ ସମେତ ମଣ୍ଡଳ କାର୍ଯ୍ୟାଳୟ ଓ ଓ୍ବାର୍ଡ ଅଫିସ୍‌ରେ ଏନ୍‌ଓସି ପାଇଁ ଆବେଦନ ସୁବିଧା ରହିଛି। ୨-୩ ଦିନ ମଧ୍ୟରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ କ୍ଷେତ୍ରସ୍ଥଳ ବୁଲି କେଉଁଠି ମଣ୍ଡପ ହେବ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ସ୍ଥାନ ଚିହ୍ନଟ କରିବେ। ତା’ପରେ ଏନ୍‌ଓସି ଦିଆଯିବ ଓ ମଣ୍ଡପ ପାଖରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି କମିଶନର ଚୌଧାରୀ କହିଛନ୍ତି। ଏଥିସହ ୧୧ ପ୍ରସଙ୍ଗକୁ ଆଧାର କରି ବିଏମ୍‌ସି ଏସ୍‌ଓପି ଉପରେ କମିଶନର ଗୁରୁତ୍ୱାରୋପ କରିଛନ୍ତି।
ବୈଠକରେ ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ମୁଖ୍ୟଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର, ସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ବସନ୍ତ କୁମାର ମିଶ୍ର, ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ, ସମସ୍ତ ଜୋନାଲ ଡେପୁଟି କମିଶନରଙ୍କ ସହ ଦୁର୍ଗାପୂଜା ଭସାଣି କମିଟି ସଭାପତି ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜେଣ୍ଟଲ ମ୍ୟାନ’ ଲୁକରେ ବୈଭବ ସୂର୍ଯ୍ୟବଂଶୀ, ଯୁବରାଜ ସିଂହଙ୍କୁ ଭେଟିବା ସହ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୩।୭: ୧୫ ବର୍ଷୀୟ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଶେଷ ହେବା ପରେ,…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ…

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡି ବନାଞ୍ଚଳକୁ ବଡ଼ ସଫଳତା, ମିଳିତ ଚଢ଼ାଉରେ ଶାଳ ଗଣ୍ଡି ଜବତ, ୪ ଗିରଫ, ଟ୍ରକ, ବୋଲେରୋ, ଜେସିବି ସହ ୨ ବାଇକ ଜବତ

ଦାରିଙ୍ଗବାଡି,୧୩।୭, (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ଅଭିଯୋଗରେ ବନ ବିଭାଗ ୪…

ଆଜିଠୁ ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୧୩ା୭: ଏଥର ରଥରେ ପ୍ରବଳ ବର୍ଷିବ। ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ…

ପୂରଣ ହେଲା ଇରାନର ଇଚ୍ଛା! ଏମତି ଆଘାତ ଦେଲା ଆଣ୍ଠେଇବ ଆମେରିକା

ତେହରାନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଯଦି ଏହି ସଂଘର୍ଷ ଆହୁରି ଲମ୍ବିଥାଏ ତେବେ କ’ଣ ହେବ? ପଶ୍ଚିମ ଏସିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri