ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ନୂଆଦିଲ୍ଲୀ,୨୩-୪: ଦୁଇଚକିଆ ଗାଡ଼ିଚାଳକମାନେ ବ୍ୟବହାର କରୁଥିବା ହେଲମେଟର ସୁରକ୍ଷା ମାନକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ଅଧୀନକୁ ଅଣାଯିବ। ଏଥିପାଇଁ ଏକ ନୂଆ ନିୟମ ଲାଗୁ ହେବ। ହେଲମେଟ ପ୍ରସ୍ତୁତି ବିଆଇଏସ୍‌ ମାନଦଣ୍ଡ ଅନୁଯାୟୀ ହେଉ ନ ଥିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ଉଠିଛି। ଦେଶରେ ବର୍ଷରେ ପ୍ରାୟ ୨ କୋଟି ହେଲମେଟ ତିଆରି ହେଉଥିବା ବେଳେ ତହିଁରୁ ୭୦ ପ୍ରତିଶତ କ୍ଷୁଦ୍ର ଓ ଅସଂଗଠିତ କମ୍ପାନୀ ଦ୍ୱାରା ତିଆରି କରାଯାଉଛି। ସରକାର ପୂର୍ବରୁ ସଂଗଠିତ କ୍ଷେତ୍ରରେ ହେଲମେଟ ନିର୍ମାତାଙ୍କ ପାଇଁ ବିଆଇଏସ୍‌ ମାନଦଣ୍ଡ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ଟୁ-ହ୍ବିଲର ହେଲମେଟ ମ୍ୟାନୁଫାକଚରର୍ସ ଆସୋସିଏଶନର ପ୍ରେସିଡେଣ୍ଟ ତଥା ଷ୍ଟିଲବୋର୍ଡ ହେଲମେଟ୍ସ ଏମ୍‌ଡି ରାଜୀବ କପୁର କହିଛନ୍ତି ଯେ, ସରକାର ଆଇଏସ୍‌ଆଇ ମାର୍କକୁ ବାଧ୍ୟତାମୂଳକ କରିବା ଲାଗି ଏକ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଚଳିତବର୍ଷ ଜାନୁୟାରୀ ୧୫ରେ ଲାଗୁ କରାଯିବାର ଥିଲା। ପରେ ଏହାକୁ ଏପ୍ରିଲ ୧୫କୁ ଘୁଞ୍ଚାଇ ଦେବା ପରେ ଏବେ ଏହାକୁ ଜୁଲାଇ ୧୫ରୁ ଲାଗୁ କରାଯିବ। ସରକାର  ବିଆଇଏସ୍‌ ଆଇନ, ୨୦୧୬ ଅଧୀନରେ ସୁରକ୍ଷିତ ହେଲମେଟ ତିଆରି କରିବା ଲାଗି ସାର୍ଟିଫିକେଟ ନେବା ବାଧ୍ୟତାମୂଳକ କରିବା ନେଇ ଏକ ନୋଟିଫିକେଶନ ଗତବର୍ଷ ଅଗଷ୍ଟ ୨ରେ ଜାରି କରିଥିଲେ। ଏହାକୁ ହେଲମେଟ୍ସ(କ୍ୱାଲିଟି କଣ୍ଟ୍ରୋଲ) ଅର୍ଡର୨୦୧୮ ନାମ ଦିଆଯାଇଥିଲା, କିନ୍ତୁ ଏହା ଅଦ୍ୟାବଧି ଚିଠା ଆକାରରେ ରହିଯାଇଛି। ଏହାକୁ ନୋଟିଫାଇ କରାଯାଇନାହିଁ। ଦେଶରେ ଏବେ ୨୧୯ କମ୍ପାନୀ ହେଲମେଟ ତିଆରି କରୁଥିବା ବେଳେ ମାତ୍ର ୯ଟି ଆବଶ୍ୟକୀୟ ସାର୍ଟିଫିକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧,୨,୩ ନା ୫ ବର୍ଷ ପାଇଁ କରିବେ FD? ଜାଣନ୍ତୁ କେଉଁଟି ଅଧିକ ଲାଭଦାୟକ, ବୁଝନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୧୪।୧୧: ଦେଶବ୍ୟାପୀ ନିବେଶକାରୀଙ୍କ ମଧ୍ୟରେ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ (ଏଫ୍‌ଡି)ର କ୍ରେଜ୍ ରହିଛି।  ଏହାର କାରଣ ହେଉଛି ବ୍ୟାଙ୍କ ଏଫ୍‌ଡି ନିବେଶକାରୀଙ୍କୁ ସୁରକ୍ଷିତ ନିବେଶ ସହିତ...

ଡ୍ରାଇଭିଂ ଲାଇସେନ୍ସ Expire ହୋଇ ଯାଇଛି କି? ଫଟାଫଟ ଅନଲାଇନରେ ଏମିତି କରନ୍ତୁ ରିନ୍ୟୁ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୪।୧୧: ଭାରତରେ ବିନା ବୈଧ ଡ୍ରାଇଭିଂ ଲାଇସେନ୍ସରେ ଯାନ ଚଳାଇବା ଆଇନଗତ ଅପରାଧ। ଡ୍ରାଇଭିଂ ଲାଇସେନ୍ସ ହିଁ ଆପଣଙ୍କୁ ରାସ୍ତାରେ ଯେକୌଣସି ଯାନ ଚଳାଇବାର ଅଧିକାର...

ପ୍ରମୁଖ ଉତ୍ପାଦନ କ୍ଷେତ୍ର ଉପରେ ବୋଝ କମ କରିବା ପାଇଁ ୧୪ଟି ଗୁଣବତ୍ତା ମାନଦଣ୍ଡକୁ ବାତିଲ କଲେ ସରକାର

ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ସରକାର ମୁଖ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକ ଉପରୁ ନିୟାମକ ଚାପ ହ୍ରାସ କରିବା ଲକ୍ଷ୍ୟରେ ୧୪ଟି BIS (ଭାରତୀୟ ମାନକ ବ୍ୟୁରୋ) ଗୁଣବତ୍ତା ନିୟନ୍ତ୍ରଣ...

Post Officeର ଏହି ସ୍କିମ୍‌ କରିଦେବ ମାଲାମାଲ: ହୋଇଯିବେ ଲକ୍ଷପତି

ଆଜିର ସମୟରେ ଅଧିକାଂଶ ନିବେଶ ବିକଳ୍ପ ବଜାରର ଉତ୍ଥାନ-ପତନର ଶିକାର ହେଉଛି। ସମସ୍ତେ ଏପରି ଏକ ଯୋଜନା ଖୋଜୁଛନ୍ତି, ଯାହା କେବଳ ସେମାନଙ୍କ ଟଙ୍କାକୁ ସୁରକ୍ଷା...

ଶିକ୍ଷିତ କିନ୍ତୁ ବେରୋଜଗାର: ଓଡ଼ିଶାଠୁ ଆଗରେ ଥିବା ରାଜ୍ୟମାନଙ୍କ ପାଇଁ ବଡ଼ ସମସ୍ୟା?

ନୂଆଦିଲ୍ଲୀ,୧୩।୧୧: ଭାରତର ସର୍ବାଧିକ ସାକ୍ଷରତା ହାର ଥିବା ତିନୋଟି ରାଜ୍ୟ କେରଳ, ଗୋଆ ଏବଂ ମିଜୋରାମରେ ୯୦% ରୁ ଅଧିକ ଲୋକ ପାଠ ପଢିଥିବା ବେଳେ,...

ଡିଜିଟାଲ ପେମେଣ୍ଟରେ ବିଶ୍ୱରେ ଇତିହାସ ସୃଷ୍ଟି କରିଛି ଏହି ଦେଶ

ଆଜିର ପରିବର୍ତ୍ତିତ ଟେକ୍ନୋଲୋଜି ଯୁଗରେ ଅନ୍‌ଲାଇନ ପେମେଣ୍ଟ ଦ୍ରୁତଗତିରେ ଲୋକପ୍ରିୟ ହେଉଛି। ଅନେକ ଦେଶ ନଗଦହୀନ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ତଥାପି ଭାରତ ସମେତ ଅନେକ...

ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି...

ବିଶ୍ୱର ନୂଆ ଧନୀ ଲିଷ୍ଟ ଜାରି: ଜାଣନ୍ତୁ ନମ୍ବର-୧ କିଏ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଲୁଇସ ଭୁଇଟନ ଏବଂ ଟିଫାନି ଆଣ୍ଡ କୋ ଭଳି କମ୍ପାନୀର ପ୍ରତିନିଧିମାନେ ନିଜ ପାଇଁ ଏକ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri