ବାହାରୁ ଆସୁଥିବା ଲୋକଙ୍କ ପାଇଁ ୧୦୦ ମନିଟରିଂ ଟିମ୍‌ ମୁତୟନ: ସଂଗରୋଧ ସହ ସ୍ବାସ୍ଥାବସ୍ଥା ଉପରେ ନଜର ରଖିବାକୁ କରୁଛନ୍ତି ଯୋଗାଯୋଗ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା କବଳରେ ଏବେ ବିଶ୍ୱର ୧୮୯ ଦେଶ । ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୪ ହଜାର ୯୬୮ ଥିବା ବେଳେ ଶୁକ୍ରବାର ଏହା ୫ ଲକ୍ଷ ୩୭ହଜାର ୧୭୮ରେ ପହଞ୍ଚିଛି। ସେହିଭଳି ମୃତକଙ୍କ ସଂଖ୍ୟା ୨୧୩୫୩ରୁ ୨୪୧୨୬ରେ ପହଞ୍ଚିଛି। ଭାରତରେ ୬୮୬ଜଣ ଆକ୍ରାନ୍ତ ଥିବା ବେଳେ ଶୁକ୍ରବାର ୭୫୩ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ୧୩ରୁ ୨୦ରେ ମୃତକ ସଂଖ୍ୟା ପହଞ୍ଚିଛି ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ବାଗ୍‌ଚୀ ଆହୁରୀ ମଧ୍ୟ କହିଛନ୍ତି, ରାଜ୍ୟରେ ୧୬ ମାର୍ଚ୍ଚରୁ ୨୭ ମାର୍ଚ୍ଚ ଭିତରେ ବହୁତ କିଛି ବଦଳିଛି। ଯୁକ୍ତରାଷ୍ଟ୍ର ଆମେରିକା ସର୍ବୋଚ୍ଚ ସଂକ୍ରମିତ ଦେଶ ଭାବେ ଉଭା ହୋଇଛି। ଏହି ଦେଶରେ ୮୫୬୧୨ଜଣ ଆକ୍ରାନ୍ତ ଥିବା ବେଳେ ୧୩୦୧ଜଣଙ୍କ ମୃତ୍ୟୁ ଘଟିଛି। ବିଶ୍ୱର ସବୁଠାରୁ ଉନ୍ନତ ଦେଶରୁ ଗୋଟିଏ ହେବା ସତ୍ତ୍ୱେ ଏହା କରୋନା ମୁକାବିଲା ଦିଗରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟାକୁ କୋହଳରେ ନିଅନ୍ତୁ ନାହିଁ। ରାଜ୍ୟରେ ଦିନ ୧ଟା ସୁଦ୍ଧା ୨୫୬ଜଣଙ୍କ ନମୂନା ପରୀକ୍ଷଣ ପାଇଁ ଯାଇଥିବା ବେଳେ ୧୮୯ଙ୍କର ଫଳାଫଳ ମିଳିଛି। ରାଜ୍ୟରେ ମୋଟ ୩ଜଣ ଆକ୍ରାନ୍ତ ହୋଇଛନ୍ତି। ସମସ୍ତେ ଭୁବନେଶ୍ୱରର। ପ୍ରଥମ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ହେଲେ ୩ୟ ବ୍ୟକ୍ତିଙ୍କୁ ନଜରରେ ରଖାଯାଇଛି। ପ୍ରଥମ ଦୁଇଜଣ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣ ଆସିଥିବା ତଥ୍ୟ ମିଳିଛି। ତୃତୀୟ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି।

ରାଜଧାନୀରେ ୧୦ଟି ମନିଟରିଂ ଟିମ୍‌ ମୁତୟନ ହୋଇଛନ୍ତି। ରାଜ୍ୟରେ ମୋଟ ୧୦୦ଟିମ୍‌ ବାହାରୁ ଆସିଥିବା ଲୋକଙ୍କ ସହ ଯୋଗାଯୋଗ ରଖୁଛନ୍ତି। ବାହାରୁ ଆସିଥିବା ଲୋକଙ୍କୁ ସେମାନେ ସଂଗରୋଧ କରିବା ସହ ସ୍ବାସ୍ଥ୍ୟାବସ୍ଥା ଦେଖିବାକୁ ପରାମର୍ଶ ଦେଉଛନ୍ତି। ୧୦୪ନଂରେ ୪୪୯୫ଜଣ ପଞ୍ଜିକରଣ କରିଛନ୍ତି। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୩୭ଜଣ ଆଇସୋଲେସନରେ ରଖାଯାଇଛି ବୋଲି ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri