ବାହାନା କରି ବୁଲୁଛନ୍ତି: ୨୫ ଜଣଙ୍କ ନାମରେ ମାମଲା

ଅନୁଗୋଳ ଅଫିସ୍‌, ୨୫ା୩- କରୋନା ସଂକ୍ରମଣକୁ ରୋକିବା ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଥିଲେ ହେଁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି କଟକଣା ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। ଜରୁରୀ କାମ ନ ଥିଲେ ବି ଅନେକ ଲୋକ ବାଇକ୍‌, ସାଇକେଲ୍‌ ଧରି ରାସ୍ତାକୁ ଆସି ବୁଲାବୁଲି କରୁଥିବାରୁ ପୋଲିସ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି। ଏପରି ଆଇନ ଉଲ୍ଲଂଘନକାରୀ ୨୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଜରପଡ଼ା ଥାନାରେ ୨, ପାଲଲହଡା ଥାନାରେ ୨, ବଅଁରପାଳ ଥାନାରେ ୫, କଣିହଁା ଥାନାରେ ୧ ଏବଂ ଅନୁଗୋଳ ଥାନାରେ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ନିକଟରୁ ୧୧ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି। ସେହିପରି ପାଲଲହଡା ସହରରେ ମଧ୍ୟ ବିନା କାମରେ ଲୋକେ ରାସ୍ତାରେ ବୁଲାବୁଲି କରୁଥିବାରୁ ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଉପଖଣ୍ଡ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ ଓ ପାଲଲହଡ଼ା ଥାନା ଅଧିକାରୀ କିଶୋର କୁମାର ସାମଲ ସହରରେ ବୁଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ଏପରି ନ କରିବାକୁ ସଚେତନ ସହ ସତର୍କ କରାଇ ଦେଇଛନ୍ତି। କଣିହଁା ବ୍ଳକ ଅଞ୍ଚଳରେ ମଧ୍ୟ କେତେଜଣ ଏହି କଟକଣା ଉଲ୍ଲଂଘନ କରୁଥିବା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନ୍ୟାୟ ପ୍ରଦାନରେ ବିଳମ୍ବ ଜଣାଶୁଣା ବ୍ୟାଧି’

ନୂଆଦିଲ୍ଲୀ,୪ା୨: ହାଇକୋର୍ଟଗୁଡ଼ିକ ରାୟକୁ ପ୍ରକାଶ ନ କରି ମାସ ମାସ ଧରି ସଂରକ୍ଷିତ ରଖିବା ଅଭ୍ୟାସ ଏକ ଜଣାଶୁଣା ବେମାରି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ…

ସଇତାନ ସାଜିଲେ ପ୍ରେମିକା: ଯାହାକୁ ହୃଦୟ ଦେଇ ବସିଥିଲେ ,ତାକୁ ମାରିଦେଲେ: ମାତ୍ର ଏହି ଭୁଲ୍‌ ପାଇଁ…

ରାୟପୁର, ୪ା୨: ସାମାନ୍ୟ ମତାନ୍ତରକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟା ପ୍ରେମିକା ତାଙ୍କ ୨୫ ବର୍ଷୀୟ ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଛତିଶଗଡ଼…

ମା’ ହେଲେ ୭ମ ଶ୍ରେଣୀ ଛାତ୍ରୀ: ଲୋକଲଜ୍ଜ୍ୟା ଭୟରେ ଘର ଲୋକେ…

ରସୁଲପୁର,୪ା୨(ରଞ୍ଜିତ ରାଉତ):ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ମାତୃତ୍ୱଲାଭ କରିଛନ୍ତି। ଏହିଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ…

ମାଟିର ଗରିମା ବଢ଼ାଇଛି ନାରୀ ନେତୃତ୍ୱ

ବାଲେଶ୍ୱର/ରେମୁଣା,୪।୨ (ବାଞ୍ଛାନିଧି ଦେ/ରବୀନ୍ଦ୍ର ମହାକୁଡ଼): ସାହିତ୍ୟ ଓ ସଂଗ୍ରାମ ପାଇଁ ବାଲେଶ୍ୱର ଓ ଭଦ୍ରକ ମାଟି ସୁପ୍ରସିଦ୍ଧ। ଅନେକ ବରପୁତ୍ରଙ୍କୁ ଜନ୍ମଦେଇ ଏ ମାଟି ଭାରତମାତାର ମୁଖ…

ସରକାରୀ ଚାକୀରିଆଙ୍କୁ ୟୁଟ୍ୟୁବରଙ୍କ ଟକ୍କର: ବିବାହରେ ମିଳିଲା ୭୧ ଲକ୍ଷ ଟଙ୍କା, ୨୧ ତୋଳା ସୁନା

ମୁମ୍ବାଇ,୩।୨: ଆଗରୁ ବାହାଘର ପାଇଁ ସରକାରୀ ଚାକିରିଆଙ୍କ ପ୍ରବଳ ଡିମାଣ୍ଡ ଥିଲା। ଏବେ ୟୁଟ୍ୟୁବର ମଧ୍ୟ ଏହି ରେସରେ ସାମିଲ ହୋଇଯାଇଛନ୍ତି। ଜଣେ ଲୋକପ୍ରିୟ ଭାରତୀୟ ୟୁଟ୍ୟୁବରଙ୍କ…

ସାମାନ୍ୟ ବଚସା ପରେ ଧସ୍ତାଧସ୍ତି: ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ମୁଣ୍ଡ ପିଟି…

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ…

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri