ପୁରୀ ଅଫିସ, ୨୫ା୧୨: ପ୍ଲାଷ୍ଟିକ ପ୍ରଦୂଷଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ପ୍ଲାଷ୍ଟିକ କେବଳ ପରିବେଶକୁ ପ୍ରଦୂଷଣ କରୁଛି ତା’ ନୁହେଁ ମଣିଷ, ପଶୁପକ୍ଷୀ ସମସ୍ତଙ୍କ ପାଇଁ ଏହା ମାରାତ୍ମକ ସାଜିଲାଣିି। ପୁଣି ବିଭିନ୍ନ ପ୍ରକାର ରୋଗର କାରଣ ବିି। ତେଣୁ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଲାଗି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। କ୍ରିସ୍ମାସ ଉପଲକ୍ଷେ ଲାଇଟ୍ ହାଉସ ନିକଟସ୍ଥ ସ୍ବର୍ଣ୍ଣାଭ ବେଳାଭୂମିରେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ମାନସ ୩ଟି ବାଲୁକା କଳା କରିଛନ୍ତିି। ଏଥିରେ ସେ କ୍ରିସ୍ମାସକୁ ଏକ ନିଆରା ଢଙ୍ଗରେ ପାଳିବାକୁ ଚେଷ୍ଟା କରିଛନ୍ତିି। ବଡ଼ଦିନରେ ପୁରୀ ବେଳାଭୂମିକୁ ବହୁ ସଂଖ୍ୟାରେ ଯାତ୍ରୀ, ପର୍ଯ୍ୟଟକ ଆସିବେ। ତେଣୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ମାନସ ତାଙ୍କର ୩ଟି ଯାକ ବାଲୁକା କଳାରେ ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା ଦେଇଛନ୍ତିି। ସବୁ ବର୍ଗର ଲୋକେ ଯେପରି ଏହି ବାଲୁକା କଳାକୁ ବୁଝି ପାରିବେ ସେ ଉଦ୍ୟମ କରିଛନ୍ତିି। ଗୋଟିଏ ବାଲୁକା କଳାରେ ‘ଉଇ ଆର୍ ରେଡି ଟୁ ଫାଇଟ୍ ଏଗ୍ନେଷ୍ଟ ପ୍ଲାଷ୍ଟିକ’ ଲେଖାଯାଇଛିି। ସେହିପରି ଅନ୍ୟ ଏକ ବାଲୁକା କଳାରେ ଏକାଧିକ ଛୋଟ ସାଣ୍ଟା କ୍ଲଜ କରାଯାଇଥିବା ବେଳେ ଏକ ବଡ଼ ସାଣ୍ଟା ମଧ୍ୟ ରହିଛିି। ଏଥିରେ ସମ୍ପୃକ୍ତ ସାଣ୍ଟା ‘ଦିସ୍ ଇଜ୍ ମାଇଁ କଟନ ବ୍ୟାଗ୍, ହୋୟାର ଇଜ୍ ୟୋର କର୍ଟନ ବ୍ୟାଗ୍’ ବୋଲି ପ୍ରଶ୍ନ ପଚାରୁଥିବାକୁ ବେଶ୍ ନିଖୁଣ ଭାବେ ପ୍ରସ୍ତୁତ କରିଛନ୍ତି ମାନସ। ସେହିପରି ଅନ୍ୟ ଏକ ବାଲୁକା କଳାରେ ପ୍ଲାଷ୍ଟିକ ପ୍ରଦୂଷଣ ଦ୍ୱାରା କିପରି ପୃଥିବୀର ରୂପ ବେରୂପରେ ପରିବର୍ତ୍ତନ ହୋଇଯାଉଛି ତାହା ଦର୍ଶାଇଛନ୍ତିି। ଏହି ବାଲୁକା କଳାକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍ତିି। ଏହାକୁ ତିଆରି କରିବା ଲାଗି ମାନସଙ୍କୁ ପ୍ରାୟ ୧୫ ଦିନ ସମୟ ଲାଗିଛିି। ଏଥିରେ ତାଙ୍କୁ ତାଙ୍କ ଅନୁଷ୍ଠାନର ଛାତ୍ରୀଛାତ୍ର ଚିତ୍ତରଞ୍ଜନ ମହାନ୍ତି, ଇତିଶ୍ରୀ ସାହୁ, ସତ୍ୟନାରାୟଣ ପାତ୍ର ପ୍ରମୁଖ ସହଯୋଗ କରିଛନ୍ତିି। ପ୍ରତ୍ୟେକ ବାଲୁକା କଳାର ଉଚ୍ଚତା ପ୍ରାୟ ୮ରୁ ୧୦ ଫୁଟ ରହିଛିି। ଏଥିରେ ୪୦ ଟନ୍ରୁ ଅଧିକ ବାଲି ବ୍ୟବହାର କରାଯାଇଥିବା ମାନସ କହିଛନ୍ତିି।
Posted inଆମ ଜିଲା ଖବର, ପୁରୀ, ମେଟ୍ରୋ, ରାଜ୍ୟ View All

ବଡ଼ବିଲ ବାଇପାସ୍ ରିଂରୋଡ୍ ଦାବି : ତହସିଲ କାର୍ଯ୍ୟାଳୟ ପହଞ୍ଚିଲା ସିଭିଲ ସୋସାଇଟି
ବଡ଼ବିଲ,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହରକୁ ଟ୍ରାଫିକ ସମସ୍ୟାମୁକ୍ତ କରିବାକୁ ଏକ ବାଇପାସ୍ ରିଂରୋଡ଼ ନିର୍ମାଣ ଦାବି ଅଞ୍ଚଳରେ ଜୋର୍ ଧରିଛି। ଏ ନେଇ ପୂର୍ବରୁ...

ଏନଏଚ୍ ନଂ.୧୬ ରେ ଫ୍ଲାଇଓଭର, ଅଣ୍ଡରପାସ୍ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ଏମ୍ପି, ବିଧାୟକ
ଛତ୍ରପୁର,୧୭ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଗିରିଶୋଲାରୁ ପୁଇଁତଳା ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ନଂ. ର ଉନ୍ନତୀକରଣ କାମ ଚାଲିଛି। ୬ ଲେନ୍ ତ ଦୂରର କଥା ଆବଶ୍ୟକତା ଅନୁସାରେ...

ମଦ ବନ୍ଦ ପାଇଁ ମହିଳା ସଂଘର ମେଳି
ତୁମୁଡିବନ୍ଧ,୧୦।୬(ଡି.ଏନ୍.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ...

ମନ୍ଦିରରେ ଭିଡ, ୫ ଜଣଙ୍କ ନାମରେ ମାମଲା
ଫୁଲବାଣୀ ଅଫିସ, ୧୩ା୪- ଲକଡ଼ାଉନ ପାଇଁ ମନ୍ଦିରରେ ଭିଡ ଜମାଇବାକୁ ବାରଣ କରାଯାଇଛି। ହେଲେ ପଣା ସଂକ୍ରାନ୍ତିରେ ଏହାକୁ ନ ମାନି ମନ୍ଦିରରେ ଭିଡ ଜମାଇଥିବାରୁ...

ଜୀବିତ ବାଳକଙ୍କୁ ମୃତ ଘୋଷଣା : ଜଳେଶ୍ୱର ଡାକ୍ତରଖାନାରେ ଭଙ୍ଗାରୁଜା, ରାସ୍ତାରୋକ
ଜଳେଶ୍ୱର,୧୫ା୮: ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ଗୋପୀ କିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବା ନେଇ ଗୁରୁବାର...

ବର୍ଷା ଆଶଙ୍କା: ୨ ଡ୍ୟାମ୍ର ଗେଟ୍ ଖୋଲିଲା
କପ୍ତିପଦା,୧୬ା୫(ଡି.ଏନ.ଏ)- ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିବାଗ ବିଭାଗ ସୂଚନା ଦେଇଛି। ଏହାକୁ ଲକ୍ଷ୍ୟରଖି...

ଏବିଭିପି ପକ୍ଷରୁ ଭିସୁଟରେ ର଼୍ୟାଗିଂର ପ୍ରତିବାଦ
ଭବାନୀପାଟଣା,୨୫।୮(ଡି.ଏନ.ଏ.) ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍)ରେ ର଼୍ୟାଗିଂକୁ ଏବିଭିପି ପକ୍ଷରୁ ଶନିବାର ପ୍ରତିବାଦ କରାଯାଇଛି। ଭବାନୀପାଟଣାସ୍ଥିତ ସ୍ଥାନୀୟ କଲେଜ ଛକ ଏବଂ...

ଓଡ଼ିଶାର ମହିଳା ବନ ଅଧିକାରୀଙ୍କୁ ମିଳିବ ଜାତିସଂଘ ପୁରସ୍କାର
ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟ୍ ରୋକିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ମହିଳା ବନ ଅଧିକାରୀ ସସ୍ମିତା ଲେଙ୍କା ମିଳିତ ଜାତିସଂଘର ଏସିଆ...