ବାଲିଆପାଳର ପରିବା ଚାଷୀ ନିରୁତ୍ସାହିତ

ବାଲିଆପାଳ, ୨୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ପନିପରିବା ଚାଷୀ ପ୍ରାକୃତିକ ବିପର୍ଯ୍ୟୟ, ଅଭାବୀ ବିକ୍ରି ଓ ଶୀତଳଭଣ୍ଡାର ଅଭାବ ଆଦି କାରଣରୁ କ୍ରମେ ଚାଷ ଛାଡିବାକୁ ବସିଲେଣି। ଫନୀ ବାତ୍ୟାରେ ପନିପରିବା ଫସଲ କ୍ଷତିଗ୍ରସ୍ତ ହେବାରୁ ଏବେ ବେପାରୀମାନେ ପଶ୍ଚିମବଙ୍ଗରୁ ପରିବା ଆଣି ବିକ୍ରି କରୁଛନ୍ତି। ଏହି ବ୍ଲକ ଅନ୍ତର୍ଗତ ସିମୁଳିଆ, କାଳିପଦା ଓ ଲଙ୍ଗଳେଶ୍ୱର ମାର୍କେଟ ସମେତ ରତାଇ ହାଟରେ ପଶ୍ଚିମବଙ୍ଗର ଗଡବେତା ଅଞ୍ଚଳରୁ ଆସୁଥିବା ପନିପରିବା ବିକ୍ରି ହେଉଛି ା ବାଲିଆପାଳ ଅଞ୍ଚଳର ଦେଶୀ ପରିବା ବିକ୍ରି ଲାଗି ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ଚାଷୀମାନେ କ୍ଷତିରେ ପଡୁଥିବା କହିଛନ୍ତି। ବର୍ତ୍ତମାନ ଟ୍ରକ୍‌ ଓ ପିକ୍‌ଅପ୍‌ ଭ୍ୟାନରେ ବାହାରୁ ଆଳୁ, ପିଆଜ ସମେତ ବାଇଗଣ, କଲରା, ବୋଇତାଳୁ, ପୋଟଳ, ଫୁଲ, ବନ୍ଧା ଓ ଉଲକୋବି, ବିଲାତିବାଇଗଣ ବାହାର ଅଞ୍ଚଳରୁ ସ୍ଥାନୀୟ ମାର୍କେଟ ଓ ହାଟକୁ ଆସୁଛି ା ଗଡବେତା ଅଞ୍ଚଳରେ ଉତ୍ପାଦିତ ପରିବା ଅପେକ୍ଷାକୃତ କମ୍‌ ଦାମରେ ବିକ୍ରି ହେଉଛି। ସମ୍ପ୍ରତି ଝଡବର୍ଷା ଓ ବନ୍ୟା ଯୋଗୁ ବାଲିଆପାଳର ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ ବଜାର ସ୍ଥିତିକୁ ମୁକାବିଲା କରିବାରେ ସମର୍ଥ ହେଉନାହାନ୍ତି।
ଉଲ୍ଲେଖନୀୟ ଯେ, ଏହି ବ୍ଲକର ସୁବର୍ଣ୍ଣରେଖା ନଦୀର ଉର୍ବର ପଟୁମାଟିରେ ଭଲପରିବା ଚାଷ ହୋଇଥାଏ। ବିଶେଷକରି କୁମ୍ଭାରୀ, ନିଖିରା, ଘଣ୍ଟୁଆ, ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ଜାମକୁଣ୍ଡା ଓ ସମୁଦ୍ର ଉପକୂଳବର୍ତ୍ତୀ ଡଗରା, ବେତଗଡିଆ, ଅଳାଡିହା, ନୂଆଗାଁ, ରତାଇ, ଜମ୍ଭିରାଇ ପଞ୍ଚାୟତରେ ଅଧିକ ପରିବା ଚାଷ ହୋଇଥାଏ। ଏଠାରେ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଅମଳ ସମୟରେ ବାଧ୍ୟ ହୋଇ ଉପତ୍ାଦିତ ପନିପରିବାକୁ ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ ସ୍ବଳ୍ପ ମୂଲ୍ୟରେ ବିକ୍ରି କରି ଦେଉଥିବା କହିଛନ୍ତି। କୃଷି ବିଭାଗ ପନିପରିବା ସଂରକ୍ଷଣ ଓ ବଜାର ସୁବିଧା ନ କଲେ ଚାଷୀମାନେ ବାଧ୍ୟ ହୋଇ ଚାଷ ଛାଡିଦେବେ ବୋଲି ଅନନ୍ତ ରାଉତ, ଅନନ୍ତ ଜେନା, ଶରତ ପ୍ରଧାନ, ମଦନ ମହାନ୍ତି, ଗଣେଶ ଜେନା, ସୀତାଂଶୁ ଜେନା ଓ ଭଗବତୀ ଜେନା ପ୍ରମୁଖ ଚାଷୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri