Posted inଖେଳ

ବାରବାଟୀରେ ସିରିଜ ନିର୍ଣ୍ଣାୟକ ମୁକାବିଲା

କଟକ,୨୧।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟର ମକ୍କାଭାବେ ପରିଚିତ ବାରବାଟୀ ଷ୍ଟାଡିୟମ ଏବେ ଚଳଚଞ୍ଚଳ। ଏହି ଐତିହାସିକ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହେବ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ। ମ୍ୟାଚର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଭୟ ଦଳ ବେଶ୍‌ କିଛି ସମୟ ନେଟ୍ସରେ ଶନିବାର ଝାଳ ବୁହାଇଛନ୍ତି। ପ୍ରଥମ ୨ଟି ଗେମ୍‌ ପରେ ଚଳିତ ସିରିଜ ୧-୧ ସ୍ଥିତିରେ ଥିବାରୁ ବାରବାଟୀ ମ୍ୟାଚର ଗୁରୁତ୍ୱ ବଢ଼ି ଯାଇଛି। ଏଠାରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ। ଯିଏ ଜିତିବ ସିରିଜ୍‌ କବ୍‌ଜା କରିବ। ତେଣୁ ଓଡ଼ିଶା ଦର୍ଶକ ଏଠାରେ ଏକ ରୋମାଞ୍ଚକ ମ୍ୟାଚ ଉପଭୋଗ କରିବା ଆଶା ରହିଛି।
କ୍ରମାଗତ ସିରିଜ ବିଜୟ ଲକ୍ଷ୍ୟ:
ଭାରତ ଏହା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ୯ ଥର ଦ୍ୱିପାକ୍ଷିକ ସିରିଜ ବିଜୟୀ ହୋଇଛି। ତେଣୁ ବାରବାଟୀରେ ମ୍ୟାଚ ଜିତି ଦଳ ଏହି ସଂଖ୍ୟାକୁ ୧୦ରେ ପହଞ୍ଚାବା ଲକ୍ଷ୍ୟ ରଖିଛି। ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ବିସ୍ମିତ କଲାଭରି ପ୍ରଦର୍ଶନ କରିଥିଲେ ହେଁ ବିଶାଖାପାଟଣାରେ ଟିମ୍‌ ଇଣ୍ଡିଆ ଅଲରାଉଣ୍ଡ ଖେଳ ଦେଖାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଅଧିନାୟକ ବିରାଟ କୋହଲିଙ୍କ ବିରଳ ଡକ୍‌(୦)କୁ ଛାଡ଼ିଦେଲେ ଭାରତୀୟ ଦଳର ଅନ୍ୟ ସମସ୍ତ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଚମତ୍କାର ଖେଳିଥିଲେ।
ରେକର୍ଡ କରିବେ ରୋହିତ:
ଗତ ମ୍ୟାଚରେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦ୍ୱିଶତକୀୟ(୨୨୦) ଭାଗୀଦାରି ମୁଖ୍ୟ ଆକର୍ଷଣରେ ରହିଥିଲା। ସେହି ମ୍ୟାଚରେ ୧୫୯ ରନ କରିଥିବା ରୋହିତ ଶର୍ମା କଟକରେ ଏକ ରେକର୍ଡର ଅଧିକାରୀ ହେବାର ଦ୍ୱାରରେ ପହଞ୍ଚତ୍ ଯାଇଛନ୍ତି। ସେ କଟକରେ ମାତ୍ର ୯ ରନ କଲେ ଜଣେ ଓପନରଭାବେ କ୍ରିକେଟର ସମସ୍ତ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀଭାବେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିବେ। ଗତବର୍ଷ ଜୁନ୍‌ରେ ଆଇସିସି ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚଠାରୁ ରୋହିତ ସ୍ଥିର ପ୍ରଦର୍ଶନ କରି ଆସିଛନ୍ତି। ଚଳିତ ସିରିଜରେ ସେ ଓ୍ବେଷ୍ଟଇଣ୍ଡିଜ ଦଳ ପାଇଁ ଚିନ୍ତାର କାରଣ ପାଲଟି ଯାଇଛନ୍ତି। ତାଙ୍କ ବ୍ୟତୀତ ଗତ ମ୍ୟାଚରେ ଫର୍ମର ନମୁନା ଦେଖାଇଥିବା ଶ୍ରେୟାସ ଆୟାର ଓ ରିଷଭ ପନ୍ତ ଏଠାରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ବର୍ଷଶେଷ କରିବା ଲକ୍ଷ୍ୟରେ ଅଛନ୍ତି।
ଆରମ୍ଭ କରିବେ ସଇନୀ:
ଦିଲ୍ଲୀ ଦ୍ରୁତ ବୋଲର ନବଦୀପ ସଇନୀ ଆଗାମୀ ମ୍ୟାଚରେ ଏକଦିବସୀୟ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ଯଥେଷ୍ଟ ସମ୍ଭାବନା ରହିଛି। ଦୀପକ ଚହର ଆହତ ଥିବାରୁ ତାଙ୍କ ସ୍ଥାନରେ ସଇନୀଙ୍କୁ ଦଳରେ ନିଆ ଯାଇଛି। ମହମ୍ମଦ ସାମି ଓ ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ। ଗତ ମ୍ୟାଚରେ ଉଇକେଟ ନେବାରେ ହ୍ୟାଟ୍ରିକ କରିଥିବାରୁ କୁଲଦୀପ ଯାଦବ ମଧ୍ୟ ଦର୍ଶକଙ୍କ ନଜରରେ ରହିବେ।
ହାଇସ୍କୋରିଂ ମ୍ୟାଚ:
ବିଶାଖାପାଟଣା ପରି ବାରବାଟୀରେ ମଧ୍ୟ ହାଇସ୍କୋରିଂ ମ୍ୟାଚ ହେବା ସମ୍ଭାବନା ରହିଛି। ଏ ସମ୍ପର୍କରେ କ୍ୟୁରେଟର କିଛି ସ୍ପଷ୍ଟ କରି ନ ଥିଲେ ହେଁ ବାରବାଟୀ ଏହାର ଦର୍ଶକଙ୍କୁ ଏକ ରୋମାଞ୍ଚକ ମ୍ୟାଚ ଭେଟିଦେବା ଅପେକ୍ଷାରେ ରହିଛି। ମ୍ୟାଚକୁ ଶୃଙ୍ଖଳିତ, ସଫଳ ଏବଂ ଚର୍ଚ୍ଚିତ କରିବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ଆଶାରେ ଓ୍ବେଷ୍ଟଇଣ୍ଡିଜ:
ଚେନ୍ନାଇ ମ୍ୟାଚରେ ବାମ-ଡାହାଣହାତୀ ବ୍ୟାଟିଂ କମ୍ବିନେଶନ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲା। ହେଟମେର ଓ ଶାଇ ହୋପ୍‌ ଓ୍ବେଷ୍ଟଇଣ୍ଡିଜ ବିଜୟର ନେତୃତ୍ୱ ନେଇଥିଲେ। ବିଶାଖାପାଟଣାରେ ମଧ୍ୟ ଯଦି ଆୟାର ଡାଇରେକ୍ଟ ଥ୍ରୋ କରି ହେଟମେରଙ୍କୁ ରନଆଉଟ କରି ନ ଥାନ୍ତେ ତେବେ ହୁଏତ ଓ୍ବେଷ୍ଟଇଣ୍ଡିଜ ନିଶ୍ଚିତ ଲଢ଼େଇ କରିଥାନ୍ତା। ଚେନ୍ନାଇରେ କ୍ୟାରିୟର ଶ୍ରେଷ୍ଠ ୧୩୯ ରନ କରିଥିବା ହେଟମେରଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ ୮.୫ କୋଟି ଟଙ୍କାରେ କିଣିଛି। ତେଣୁ ହେଟମେରଙ୍କ ମନୋବଳ ଏବେ କାହିଁ କେତେ ଉପରେ। ଆଇପିଏଲ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି ବୋଲି କୋଚ୍‌ ଫିଲ୍‌ ସିମନ୍ସ ସ୍ବୀକାର କରିଛନ୍ତି। ଶାଇ ହୋପ୍‌ ଚଳିତ ବର୍ଷ ରୋହିତଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ତେଣୁ ଓ୍ବେଷ୍ଟଇଣ୍ଡିଜ ଆଗାମୀ ମ୍ୟାଚ ଜିତି ସିରିଜ ବିଜୟୀ ହେବାକୁ ଆଶା ରଖିଛି।
କାକରର ପ୍ରଭାବ ରହିବ:
ଗତ ୨ଟି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ଫିଲ୍ଡି ନିଷ୍ପତ୍ତି ନେଇଥିଲେ। ପ୍ରଥମ ମ୍ୟାଚରେ ସେ ନିଜ ରଣନୀତିରେ ସଫଳ ମଧ୍ୟ ହୋଇଥିଲେ। ଆଗାମୀ ମ୍ୟାଚରେ ମଧ୍ୟ ଟସ୍‌ ଜିତିବା ଦଳ କିଛି ନିଷ୍ପତ୍ତି ନେବାପୂର୍ବରୁ ଅନେକ କିଛି ଭାବିବେ ନିଶ୍ଚିତ। କାରଣ ଏଠାରେ କାକରର ପ୍ରଭାବ ରହିବ। ଦ୍ୱିତୀୟରେ ବୋଲିଂ କରିବା ଦଳ ପାଇଁ ହିତକର ହେବ କି ନାହିଁ ସେ ସମ୍ପର୍କରେ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିବ।
ଧାରା ଭାଙ୍ଗିବା ଲକ୍ଷ୍ୟ:
ଓ୍ବେଷ୍ଟଇଣ୍ଡିଜ ଗତ ୧୩ ବର୍ଷ ଧରି ଭାରତ ବିପକ୍ଷରେ ଦ୍ୱିପାକ୍ଷିକ ଦିନିକିଆ କ୍ରିକେଟ ସିରିଜ ଜିତି ପାରିନାହିଁ। ଏବେ ଦଳ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଏହାର ସଦୁପଯୋଗ କରି ଦଳ ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି। ବାରବାଟୀରେ ୨ ବର୍ଷ ପୂର୍ବରୁ ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେଥିରେ ଭାରତ ଇଂଲଣ୍ଡକୁ ୧୫ ରନରେ ଭାରତ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri