ବାପ-ପୁଅ ଦଳରେ ପରିଣତ ହୋଇଛି କଂଗ୍ରେସ : ନିରଞ୍ଜନଙ୍କ ଉପରେ ବର୍ଷିଲେ କାହ୍ନୁ

ଭୁବନେଶ୍ୱର,୨୭ା୫(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିବାପରେ ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବହୁ ବରିଷ୍ଠ ନେତା ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି। କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା ବର୍ତ୍ତମାନ ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନିରଞ୍ଜନ କଂଗ୍ରେସକୁ ବାପ-ପୁଅ ଦଳରେ ପରିଣତ କରିଛନ୍ତି ବୋଲି କାହ୍ନୁ ଲେଙ୍କା ଅଭିଯୋଗ କରିଛନ୍ତି। ଚଳିତ ନିର୍ବାଚନ ପୂର୍ବରୁ ଟଙ୍କା ନେଇ ପିସିସି ସଭାପତି ଟିକେଟ ବିକ୍ରି କରିଥିବା ଅଭିଯୋଗ କରି ବହୁ ନେତା ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ ଏହି ପ୍ରସଙ୍ଗକୁ ନେଇ ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ମୁହଁ ଖୋଲିବା ଆରମ୍ଭ କରିଛନ୍ତି। କିଛିଦିନ ତଳେ ଦଳର ଅନ୍ୟତମ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଓ ଶରତ ରାଉତ ମଧ୍ୟ ପିସିସି ସଭାପତିଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ରବିବାର କାହ୍ନୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା ପାଇଁ ନିରଞ୍ଜନ ବ୍ୟାକୁଳ ଥିଲେ। ସେଥିପାଇଁ ବହୁ ଜ୍ୟୋତିଷ ଓ ବଡବଡ ଲୋକଙ୍କ ସହ କଥା ହେଉଥିଲେ। ମାତ୍ର ସବୁଆଡୁ ନିରାଶ ହେବାପରେ ଉପମୁଖ୍ୟମନ୍ତ୍ରୀ ହେବାପାଇଁ ଚେଷ୍ଟା କରିଥିଲେ। ଏହାକୁ ସାକାର କରିବାକୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପଠାଇ ପିସିସି ସଭାପତି ଷଡ଼ଯନ୍ତ୍ର କରିଛନ୍ତି ବୋଲି କାହ୍ନୁ କହିଛନ୍ତି।
ସେ ଆହୁରି କହିଛନ୍ତି, କଂଗ୍ରେସ ବିପର୍ଯ୍ୟୟ ପାଇଁ ଦଳର ରାଜ୍ୟ ନେତୃବୃନ୍ଦ ଦାୟୀ। ଏହି ବିପର୍ଯ୍ୟୟ ପ୍ରାକୃତିକ ନୁହେଁ। କୃତ୍ରିମଭାବେ ଏହି ବିପର୍ଯ୍ୟୟ କରାଯାଇଛି। କଂଗ୍ରେସକୁ ତଳିତଳାନ୍ତ କରିବାକୁ ଏପରି ଏକ ଷଡ଼ଯନ୍ତ୍ର ରଛାଯାଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ପିସିସି ସଭାପତି ପରାଜୟ ସ୍ବୀକାର କରି ନେଉଛନ୍ତି। ଦୁଃଖର ସହ କହିବାକୁ ପଡୁଛି, ଟିକେଟ ଏଥର ବଣ୍ଟା ଗଲାନାହିଁ ବରଂ ପକେଟରୁ କାଢି ଦିଆଗଲା। ନେତୃତ୍ୱର ପରାକାଷ୍ଠା ରହିଲାନାହିଁ। ଯେତେବେଳେ ଯାହାକୁ ଚାହିଁଲେ ଟିକେଟ ବାଣ୍ଟିଲେ। ପ୍ରଥମେ କୁହାଗଲା ପରିବାରର ଜଣଙ୍କୁ ଟିକେଟ ଦିଆଯିବ। ହେଲେ ପରବର୍ତ୍ତୀ ସମୟରେ ସେହି ନିୟମକୁ ପରିବର୍ତ୍ତନ କରାଗଲା। ପିସିସି ସଭାପତି ଦୁଇଟି ସ୍ଥାନରୁ ଠିଆ ହେଲେ। ଏହାସହ ତାଙ୍କ ପୁଅଙ୍କୁ ମଧ୍ୟ ଗୋଟିଏ ଆସନରୁ ଟିକେଟ ଦେଲେ। ବାପ-ପୁଅ ସମସ୍ତେ ହାରିଗଲେ। ସେମାନେ କଂଗ୍ରେସକୁ ବାପ-ପୁଅ ଦଳରେ ପରିଣତ କରିଦେଲେ। ଅନ୍ୟ ଜଣେ ନେତା ଅଛନ୍ତି ଯିଏ ଏଥର ନିର୍ବାଚନ ଲଢିଲେନାହିଁ। କିନ୍ତୁ ନିଜର ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ବିଜେଡିରୁ ଓ ଅନ୍ୟ ଜଣଙ୍କୁ କଂଗ୍ରେସରୁ ଠିଆ କରାଇଥିଲେ। ସେ ବର୍ତ୍ତମାନ କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଅଛନ୍ତି ବୋଲି କହି ପରୋକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ କାହ୍ନୁ ଟାର୍ଗେଟ କରିଛନ୍ତି। ଚଳିତ ନିର୍ବାଚନରେ କଂଗ୍ରେସର କ’ଣ ପାଇଁ ବିପର୍ଯ୍ୟୟ ଘଟିଲା ତା’ର କାରଣ ଖୋଜିବାକୁ ୨୧ଜଣିଆ କମିଟି ଗଠନ କରାଯାଇଛି। କାରଣ ଖୋଜିବାକୁ ଯେଉଁମାନଙ୍କୁ କମିଟିରେ ରଖାଯାଇଛି ସେମାନେ ନିଜେ ଏହି ବିପର୍ଯ୍ୟୟ ପାଇଁ ଦାୟୀ । ଶୃଙ୍ଖଳା କମିଟିରେ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ପ୍ରମୁଖ ରହିଛନ୍ତି। ତେବେ କମିଟିରେ ରହିଥିବା ଅଧିକାଂଶ ନେତାଙ୍କ ମଧ୍ୟରୁ ବହୁଜଣ ନିରଞ୍ଜନଙ୍କୁ ପିସିସି ସଭାପତି କରିବା ପାଇଁ ଜୋର୍‌ଦାର ଉଦ୍ୟମ କରିଥିଲେ ବୋଲି କାହ୍ନୁ କହିଛନ୍ତି। ଅପରପକ୍ଷରେ କାହ୍ନୁଙ୍କ ଅଭିଯୋଗ ପରେ ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ କହିଛନ୍ତି, ଦଳରେ କୁହାଳିଆ ନେତାଙ୍କ ବାରବାଟି ଚାଷ। ଯିଏ କାମ କରେ ସିଏ କେବେ ହେଲେ କହେ ନାହିଁ। ତୃଣମୂଳସ୍ତରରେ କାମ କରିବା ଲୋକ ବହୁତ କମ୍‌। ଯେଉଁମାନେ ତୃଣମୂଳସ୍ତରରେ କାମ କରନ୍ତି ସେମାନେ କିଛି କୁହନ୍ତି ନାହିଁ। କଂଗ୍ରେସର ଏଭଳି ଅବସ୍ଥା ପାଇଁ ଦଳର ନେତୃବୃନ୍ଦ ମୁଖ୍ୟତଃ ଦାୟୀ। ଆମ ଦଳର ସବୁଠାରୁ ବଡ ସମସ୍ୟା ହେଉଛି, ଖାଲି ଘରେ ବସି କହିବା ଜାଣିଛନ୍ତି। ତାଙ୍କ ଦୁଇ ଝିଅ ଅଲଗା ଅଲଗା ଦଳରୁ ଲଢିବା ପ୍ରସଙ୍ଗରେ ସେ କହିଛନ୍ତି, ଏଇଟା କିଛି ନୂଆ କଥା ନୁହେଁ। ସବୁ ଦଳରେ ଏଭଳି ଉଦାହରଣ ଦେଖିବାକୁ ମିଳିବ। ଖୋଦ୍‌ ପିସିସି ସଭାପତିଙ୍କ କଥାକୁ ଲକ୍ଷ୍ୟ କଲେ ଏହା ପ୍ରମାଣିତ ହୋଇଯିବ। ସେ ତୃଣମୂଳସ୍ତରରେ କାମ କରିଥିବା କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ନିରଞ୍ଜନ କହିଛନ୍ତି ଯେ, ଲୋକ ଅଭିଯୋଗ କରିବେ। କଂଗ୍ରେସ ବିଗତ ଦିନରେ ୧୦ଟି ଆସନରେ ଜିତିଥିଲା ପରବର୍ତ୍ତୀ ସମୟରେ ୧୨୦ ଆସନ ପାଇ ସରକାର ମଧ୍ୟ କରିବାରେ ସକ୍ଷମ ହେଲା। ବହୁ ବଡବଡ ନେତା ମଧ୍ୟ ନିର୍ବାଚନ ହାରିଯାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭଳି ନେତା ମଧ୍ୟ ନିର୍ବାଚନ ହାରିବାର ଦୃଷ୍ଟାନ୍ତ ରହିଛି ବୋଲି ନିରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri