ବାପ୍‌ ଆରପାରେ: ଦୁଇ ପୁଓର ଭବିଷତ୍‌ ଚିନ୍‌ତାରେ ମା’

କୋମନା, ୪।୧୧(ଡି.ଏନ୍‌.ଏ.)-  ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ହାଟପଦା ପଡ଼ାର ବିଧବା ଶାନ୍ତି ରଣା(୨୦)। ଆପ୍‌ନେ ଆରପାରକେ ଚାଲିଗଲା ଉତାରୁ ଦୁଇ ଛୁଆକର ଦେଖ୍‌ଭାଲ, ଭବିଷତ୍‌ ଚିନ୍‌ତାରେ ସେ ଭାଂଗି ପଡ଼ିଛନ୍‌। ଏନ୍‌ତାଥି ସେ ସରକାରୀ ସାହାଯ୍‌ ଲାଗି ପରଶାସନକେ ଗୁହାରି କରିଛନ୍‌।
ସୂଚନା ଅନ୍‌ସାରେ ହାଟପଦା ପଡ଼ାର ସ୍ବର୍ଗତ ଗଣେଶ ରଣା(୩୨) ହାଇଦାବାଦ ସହରରେ ଭିନେ ଭିନେ କମ୍ପାନୀରେ କାମ୍‌ କରି ଦୁଇ ପଏସା ରୁଜଗାର କରୁଥିଲେ। ସେ ଯାହା ରୁଜଗାର କରୁଥିଲେ ସେଥ୍‌ରେ ତାକର ୪ ପରାନୀ କୁଟୁମ ଆରାମରେ ଚଲିଯାଉଥିଲେ। ହେଲେ ଗଣେଶ ସେଠାନେ କାମ୍‌ କଲା ଭିତରେ ତାକର ଦିହିପା ବିଗିଡ଼ି ଯାଇଥିଲା। ଏନ୍‌ତାଥି ସେ ଗଲା ଜୁଲାଇ ମାସେ ଗଁାକେ ଫିରିଆସିଥିଲେ। ମାଏକିନା ଶାନ୍ତି ଟଁକା ପଏସା ଧାର ଉଧାର କରି ଆପ୍‌ନେ ଗଣେଶକୁଁ ନୂଆପଡ଼ା ଜିଲା ମୁଖିଆ ଡାକ୍‌ତରଖାନାରେ ଚିକିଛା ଲାଗି ଭରତି କରିଥିଲେ। ହେଲେ ସେଠାନେ ଚିକିଛା ହେଲା ଅବସ୍‌ତାରେ କଲା ଜୁଲାଇ ୨୮ ତାରିଖ ଗଣେଶକଁର ମୁର୍‌ତୁ ହେଇଥିଲା। ଏନ୍‌ତା ପରିସ୍ଥିତିରେ ଶାନ୍ତି ପୁଓ ସୁନ୍ଦରଲାଲ(୯) ଆର ହେମନ୍ତ(୬)କୁଁ କେନ୍‌ଥେଇ ପାଲପୋଷ କରବେ, ପାଠ୍‌ ପଢ଼େଇ ମୁନୁଷ୍‌ କରବେ ସେ ଚିନ୍‌ତାରେ ଭାଂଗି ପଡ଼ିଛନ୍‌। ଇଆଡ଼େ ଘରେ ନିଜର ବଲି ଆହା କରବାକେ କେହି ନାଇଁ। ଜମିବାଡ଼ି, ସଁପତି ବଲି କିଛି ନାଇଁ। ସରକାରୀ ସାହାଯ୍‌ କହେଲେ ମାସିକ ମିଲୁଥିବାର ୨୦ କେ.ଜି. ଚାଉଲ ନ ସାହାଭରସା। ଏନ୍‌ତାଥି ସଖାଲ ପାଏଲେ ପରହର କାମ୍‌ବୁତା ନାଇଁ କଲେ ଦୁଇ ଛୁଆକୁ ଭାତ ମୁଠେ ଦେବାର ସମ୍‌ଭବ ନାଇଁ ହେବାର ବଲି ଶାନ୍ତି କଁଦ୍‌କଁଦ୍‌ନିଅଁା ହେଇ କହିଥିଲେ। ଶେଷେ ଉପେ ଶୂଇନ୍‌ ଶାନ୍ତି ବିଧବା ଭତା, ଜାତୀୟ ପରିବାର ମଙ୍ଗଳ ଯୋଜନାର ସାହାଯ୍‌, ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଆର ଦୁଇ ଛୁଆକର ପାଠ୍‌ପଢ଼ା ବେବସ୍‌ତା କରବାକେ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri