ବାପି ଯାହା ଚାହୁଁଥିଲେ..

ବେଳେବେଳେ ମଣିଷ ଯାହା ଚାହେଁ ତାହା ତାଙ୍କୁ ହାତ ପାଆନ୍ତାରେ ମିଳିଯାଏ। ଠିକ୍‌ ସେମିତି ଜଲିଉଡ୍‌ରେ ଏଣ୍ଟ୍ରି କରିବା ସମୟରେ ଯାତ୍ରା ଜଗତର ଅନ୍ୟତମ ଆଗଧାଡିର ଅଭିନେତା ତଥା ଆକ୍ସନ ମାଷ୍ଟର ବାପି ପଣ୍ଡାଙ୍କ ଆଖିରେ ଆଖିଏ ସ୍ବପ୍ନ। ହେଲେ ନିଜର ଅଭିନ ଦକ୍ଷତା ତାଙ୍କୁ ଦେଇଥିଲା ନିଆରା ପରିଚୟ। ବର୍ଷ କେଇଟାରେ ସେ ଅପେରା ପ୍ରେମୀଙ୍କ ହୃଦୟରେ ହାସଲ କରିଥିଲେ ସ୍ବତନ୍ତ୍ର ସ୍ଥାନ। ନିଜର ସଫଳତାକୁ ନେଇ ସେ କହନ୍ତି, ଏସବୁ ମୂଳରେ ଦର୍ଶକଙ୍କୁ ସବୁ ଶ୍ରେୟ ଦେବି। ସେମାନେ ନ ଥିଲେ ଆଜି ମୁଁ ଅପେରା ଜଗତରେ ନ ଥାନ୍ତି। ଯେ କୌଣସି ନାଟକ ହେଉ ଅବା ଭୂମିକା ତାକୁ କିପରି ସଠିକ୍‌ ଭାବରେ ତୁଲାଇବି ସେ ନେଇ ବେଶ୍‌ ପୂର୍ବରୁ ନିଜକୁ ପ୍ରସ୍ତୁତ କରିନିଏ। ଦର୍ଶଙକ ପାଇଁ ବାପି ପଣ୍ଡା। ସେମାନେ ମୋତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ତାହା ମୁଁ କଦାପି ସୁଝି ପାରିବି ନାହିଁ।’ ବାପିଙ୍କ ଅଭିନୟ ଜୀବନରେ ଅନେକ ସୁଖଦ ହେଉ କି ଦୁଃଖଦ ଘଟଣା ଘଟିଯାଇଛି। ସେଗୁଡିକ ମଧ୍ୟରୁ ତାଙ୍କର ଗୋଟିଏ ରୋମାଞ୍ଚକର କଥା ଏବେ ବି ମନେ ପଡିଥାଏ। ସେ ବିଷୟରେ ବାପି କହନ୍ତି, ଗୌରୀ ଗଣନାଟ୍ୟ ପରିବେଷିତ ସୁପରହିଟ୍‌ ନାଟକ ‘ଅର୍ଦ୍ଧାଙ୍ଗିନୀ’ର ଇନ୍ସପେକ୍ଟର ସିଦ୍ଧାର୍ଥ ଚରିତ୍ରରେ ମୁଁ ଅଭିନୟ କରିଥିଲି। ଏହି ନାଟକର ଟାଇଟଲ ପଛରେ ଲୁଚି ରହିଛି ଏକ ମଜାଦାର କଥା। ଗୋଟିଏ କଥା-ଏହା ହେଉଛି ମୋ କ୍ୟାରିୟରର ଅନ୍ୟତମ ସ୍ମରଣୀୟ ନାଟକ। ନାଟକର କାହାଣୀ ରଚନା ସମୟର କଥା। ସେଥିରେ ବ୍ୟସ୍ତ ଥାଆନ୍ତି ଆଶୁତୋଷ ସାର୍‌ (ଇଂ ଆଶୁତୋଷ ମହାପାତ୍ର) ।
ତା’ ସହ ଏହାର ଟାଇଟଲ କ’ଣ ଦିଆଗଲେ ତାହା ଦର୍ଶକଙ୍କୁ ଇମ୍ପ୍ରେଶ କରିବ ସେ ତାକୁ ନେଇ ବିଚାରବିମର୍ଶ ଚାଲିଥାଏ। ସେତିକିବେଳେ ମୋ ମୋବାଇଲକୁ ଘରୁ ଫୋନ୍‌ ଆସିଲା। ଧର୍ମପତ୍ନୀଙ୍କ ନାମକୁ ମୁଁ ‘ମୋ ଅର୍ଦ୍ଧାଙ୍ଗିନୀ’ ବୋଲି ସେଭ୍‌ କରିଥାଏ। ବାସ୍‌, ସତେଯେମିତି ଆମକୁ ଖୋଜିଲା ଚିଜ ମିଳିଗଲା। ନାଟକଟିର ଟାଇଟଲ ‘ଅର୍ଦ୍ଧାଙ୍ଗିନୀ’ ରହିଲେ କେମିତି ହେବ ବୋଲି ମୁଁ କହିବା ପରେ ତାହାକୁ ନାଟ୍ୟକାର ତଥା ନିର୍ଦ୍ଦେଶକ ଆଶୁତୋଷ ସାର୍‌ ଗ୍ରହଣ କରିଥିଲେ। ଏବେ ବି ନାଟକଟିର ପ୍ରତିଟି ସିକୁଏନ୍ସ ଏବେ ବି ମୋ ଆଖି ସାମ୍‌ନାରେ ଭାସିଯାଉଛି। ଏହି ନାଟକରେ ମୋ ବ୍ୟତୀତ ସୁବାସ ବେହେରା, ଟୁନି ପ୍ରମୁଖ କଳାକାରଙ୍କୁ ଗୁରୁତ୍ୱପୂର୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୋରାଙ୍କ ସିଜଲିଙ୍ଗ ଫଟୋ

ମୁମ୍ବାଇ: ନିଜର ଡ୍ୟାନ୍ସ ମୁଭକୁ ନେଇ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୋରା ଫତେହି ପୁଣିଥରେ ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି ।...

ସ୍ବାମୀଙ୍କଠାରୁ ୨୬ ବର୍ଷ ସାନ ଅଙ୍କିତା

ମୁମ୍ବାଇ: ଅଙ୍କିତା କୁଓ୍ବର ଏବେ ଏକ ପରିଚିତ ନାଁ। ସେ ଜଣାଶୁଣା ଅଭିନେତା ମିଲିନ୍ଦ ସୋନମଙ୍କ ପତ୍ନୀ। ଏକଥା ଅବଶ୍ୟ ସମସ୍ତେ ଜାଣିଛନ୍ତି ଅଙ୍କିତା ମିଲିନ୍ଦଙ୍କଠାରୁ...

ଅନୁଷ୍କା ଶର୍ମା ପ୍ରଯୋଜିତ ‘ବୁଲ୍‌ବୁଲ’ର ଟ୍ରେଲର ରିଲିଜ୍‌: ଅପରାଧ, ସସ୍‌ପେନ୍ସ, ପ୍ରେମରେ ଭରପୂର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଦ୍ୱିତୀୟ ଓ୍ବେବ୍‌ ସିରିଜ୍‌ ‘ବୁଲବୁଲ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ଅଭିନେତ୍ରୀ ତୃପ୍ତି ଡିମରୀଙ୍କୁ ବଙ୍ଗାଳୀ...

ବାଲସୁବ୍ରମଣ୍ୟମଙ୍କୁ ଭିନ୍ନ ଢଙ୍ଗରେ ସମ୍ମାନ ଜଣାଇଲେ ଆନ୍ଧ୍ରପ୍ରଦେଶ ସରକାର

ଚେନ୍ନାଇ: ବଲିଉଡ୍ ତଥା ସାଉଥ୍ ଫିଲ୍ମ ଦୁନିଆର ବେଶ୍ ପରିଚିତ ଗାୟକ ଏସ୍ ପି ବାଲସୁବ୍ରମଣ୍ୟମଙ୍କର ସେପ୍ଟେମ୍ବର ୨୫ରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ...

ଫଟୋଗ୍ରାଫର୍‌ଙ୍କ ଉପରେ ରାଗିଲେ ଐଶ୍ଚର୍ଯ୍ୟାଙ୍କ ଝିଅ: କହିଲେ…

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଏବେ ବହୁତ ଛୋଟ କିନ୍ତୁ ସେ ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। ଆରାଧ୍ୟା...

କିଏ ୧୪ ତ କିଏ ୮: ନିଜଠାରୁ ବହୁତ କମ୍‌ ବୟସର ଯୁବକଙ୍କ ହାତ ଧରିଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ନିକଟରେ ଗାୟକ ରୋହତପ୍ରିତ ସିଂହଙ୍କ ହାତ ଧରିଛନ୍ତି ନେହା କକ୍କଡ। ରୋହନ ନେହାଙ୍କଠାରୁ ୭ ବର୍ଷ ସାନ। ତେବେ କେବଳ ଯେ ନେହା ତାହା...

ପୂରଣ ହେଲା ସୋନାକ୍ଷୀଙ୍କ ସ୍ୱପ୍ନ

ମୁମ୍ବାଇ: ସମସ୍ତଙ୍କର ସ୍ୱପ୍ନ ଥାଏ ନିଜ ରୋଜଗାରରେ ନିଜର ଏକ ଘର କରିବା । ନୂଆ ବର୍ଷ ଆରମ୍ଭରୁ ବଲିଉଡ୍‌ର କେତେଜଣ ସେଲିବ୍ରିଟି ନିଜ ନିଜ...

ଫେବୃୟାରୀ ୧୩ରେ ହଂକଂରେ ରିଲିଜ ହେବ ‘ଗୁଡ୍‌ ନ୍ୟୁଜ’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଗୁଡ୍‌ ନ୍ୟୁଜ’ ଚଳିତ ମାସ ୧୩ ତାରିଖରେ ହଂକଂରେ ରିଲିଜ୍‌ ହେବାକୁ ଯାଉଛି। ୫୨ବର୍ଷୀୟ ଅଭିନେତା ତଥା ଏହି ଫିଲ୍ମର ଲିଡ୍‌...

Advertisement
Archives

Model This Week