Posted inରାଜ୍ୟ

ବାପା ମୋକିମଙ୍କୁ ପ୍ରଶଂସା କରି ବଡ଼ କଥା କହିଦେଲେ ସୋଫିଆ, ଲଢ଼େଇରେ ସମସ୍ତଙ୍କୁ…

ଭୁବନେଶ୍ବର,୧୨ା୧:  ବାପାଙ୍କୁ ପ୍ରଶଂସା କଲେ ଝିଅ ସୋଫିଆ ଫିର୍ଦ୍ଦୋସ । ଆଜିର ଯୁବ ସମାବେଶରେ ଖୋଲା ମଞ୍ଚରେ ସେ ମୋକିମଙ୍କ ସପକ୍ଷରେ ବାହାରି ପ୍ରଶଂସା କରିଛନ୍ତି । ମୋକିମ୍ ଫାଉଣ୍ଡେସନର ଯୁବ ସମାବେଶରେ ସୋଫିଆ ବଡ଼ କଥା କହିଛନ୍ତି ।

ଆଜିର ଯୁବ ସମାବଶରେ ଅନେକ ନେତା ଏକାଠି ହୋଇଥିଲେ । ତେବେ ସୋଫିଆ ସାମିଲ ହୋଇ କହିଥିଲେ, ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । କେହି କାହାରିକୁ ନଡରି  ବାପାଙ୍କ ଲଢ଼େଇରେ ସମସ୍ତଙ୍କୁ ସାମିଲ୍‌ ହେବାକୁ ପଡ଼ିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି। ଦେଶକୁ ଗଢ଼ିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡ଼ିବ । ମୋକିମଙ୍କ ନୂଆ ଦଳରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ମୋକିମ କହିଥିବା ବେଳେ ଆଜି ଏଭଳି କହିଛନ୍ତି ସୋଫିଆ । ତେବେ ଏଭଳି କହିବା ପରେ ସୋଫିଆଙ୍କ ଇଶାରା କୁଆଡ଼େ ବୋଲି ଚର୍ଚ୍ଚା ହେଉଛି ।

ପ୍ରକାଶଥାଉକି, ଗତ ଦୁଇଦିନ ପୂର୍ବରୁ ମୋକିମ ନୂଆ ଦଳ ଗଠନ ନେଇ ବଡ଼ ସୂଚନା ଦେଇଥିଲେ । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ । ଆଜି ନୂଆଦଳର ମୂଳଦୁଆ ପଡିବା ନେଇ କହିଥିବା ବେଳେ ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ ବୋଲି କହିଥିଲେ । ଜ୍ୟୋତିଷଙ୍କ ସହ ବିଚାରବିମର୍ଶରେ ନୂଆ ନାମ ଦିଆଯିବ ବୋଲି ପୂର୍ବରୁ ମୋକିମ କହିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଯୁବକଙ୍କୁ ଧକ୍କା ଦେଲା ହାଇୱା: ଘଟଣାସ୍ଥଳରେ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗରୁଡ଼ପଥରରେ ସୋମବାର ଅପରାହ୍ନରେ ଏକ ହାଇୱା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ...

ଏନଏସ୍‌ଏସ୍‌ ସତନ୍ତ୍ର ସେବା ଶିବିର ଉଦ୍‌ଘାଟିତ: ଛାତ୍ରୀଛାତ୍ରଙ୍କ ସହ ସଫେଇ କଲେ ଡିଏଫ୍‌ଓ, ଦେଲେ ଏମିତି ପରାମର୍ଶ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ସୋମବାର...

ବାଜି ମାରିଲେ ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଅଗ୍ରୱାଲ, ଅଣ୍ଡର୧୩ ମହିଳା ଚେସ ଚ୍ୟାମ୍ପିୟନଶିପରେ କଲେ କମାଲ

ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଅବସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଅଗ୍ରୱାଲଙ୍କୁ ଅଲ ଓଡ଼ିଶା ଅଣ୍ଡର୧୩ ବେଷ୍ଟ ବରଗଡ଼ ଚେସ ଚାମ୍ପିୟନଶିପ...

ଯାଇଥିଲେ ଶ୍ୱଶୁର ଘର, ଘରେ କେହି ନ ଥିବା ସୁଯୋଗ ନେଇ ଲୁଟିନେଲେ…

ବୈଶିଙ୍ଗା,୧୨।୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରିବାର ଲୋକେ ଘରେ କେହି ନ ଥିବା...

ମୟୂରଭଞ୍ଜରେ ଚାଞ୍ଚଲ୍ୟ: ବୃଦ୍ଧାଙ୍କୁ ବଳାତ୍କାର ପରେ ପଥରରେ ଛେଚି…

ଉଦଳା, ୧୨।୧(ସନ୍ତୋଷ କୁମାର ବାଚ୍ଛିନୀ): ପଡ଼ୋଶୀ ସାଜିଲା ନର ରାକ୍ଷସ। ନିଜ ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲେ ହତ୍ୟା।...

ଅସୀମା ପଣ୍ଡାଙ୍କ ଫଟୋ ଉଠାଇବାକୁ ନେଇ ୨ ଗୋଷ୍ଠୀ ବାଡାବାଡି: ଥାନାରେ ଅଭିଯୋଗ ପରେ…

ଦାରିଙ୍ଗବାଡି, ୧୨/୧ (ଅରୁଣ ସାହୁ ): ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କୁ ଅନ୍ୟ ୨ ଜଣ ଯୁବକ ପ୍ରବଳ ମାଡ଼ ମାରିବା ସହ ହତ୍ୟା...

ଗାଡି ଭିତରକୁ ଟାଣି ନେଲେ, ମଦ ପିଆଇ ଯୁବତୀଙ୍କୁ କଲେ ଗଣବଳାତ୍କାର, ସାହସିକତା ଦେଖାଇ ଅଭିଯୁକ୍ତ ଶୋଇଥିବାବେଳେ…

ନୂଆଦିଲ୍ଲୀ, ୧୨।୧: ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ...

ସିମନବାଡି ମୁଖ୍ୟ ଛକରେ ଷଣ୍ଢ ଉପଦ୍ରବ, ଖାଦ୍ୟ ପାଇଁ ଲଢେଇ

ଦାରିଙ୍ଗବାଡି,୧୨।୧ (ଅରୁଣ ସାହୁ ): ଚରି ବୁଲି ଖାଉଥା ମୋର ହୋଇ ରହିଥା ଏଭଳି ଉକ୍ତିରେ ଏବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri