ବାତ୍ୟା ମାଡ଼ରେ ନଇଁ ପଡିଥିଲା : ସଳଖ କରାଗଲାଣି ୨୦୦୦ ଗଛ

ପୁରୀ ଅଫିସ,୩୧।୫: ବାତ୍ୟା ଫନୀ ପ୍ରଭାବରେ ଉଜୁଡ଼ିଯାଇଛି ବାଲୁଖଣ୍ଡ ଅଭୟାରଣ୍ୟ। ଲକ୍ଷାଧିକ ଗଛ ଭାଙ୍ଗି ଯାଇଥିବା ବେଳେ ବହୁ ଗଛ ଉପୁଡ଼ି ପଡିଛି। ସେହିପରି ପୁରୀ ସହର ମଧ୍ୟରେ ବ୍ୟାପକ ସଂଖ୍ୟାରେ ଗଛ ମଧ୍ୟ ଉପୁଡ଼ି ଯାଇଛି। ରାସ୍ତା ଉପରେ ପଡି ଯାତାୟାତ ଅବରୋଧ କରିଥିବା ଗଛଗୁଡ଼ିକୁ କାଟି ସଫା କରାଯାଇଛି। ହେଲେ ଅନେକ ଗଛ ସମ୍ପୂର୍ଣ୍ଣ ଉପୁଡ଼ି ନ ଯାଇ ନଇଁପଡିଛି। ପୁରୀ ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ପାର୍ଶ୍ୱ ଏବଂ ସହର ଭିତରେ ଏହିଭଳି ନଇଁ ପଡିଥିବା ଗଛକୁ ଏବେ ସଳଖ କରାଯାଉଛି ବୋଲି କହିଛନ୍ତି ପୁରୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ଡିଏଫ୍‌ଓ କହିଛନ୍ତି, ଯଦି ଛୋଟ ଗଛ ନଇଁପଡିଛି ତେବେ ସେଗୁଡ଼ିକୁ ଲୋକଙ୍କ ସିଧା କରାଯାଉଛି। ବଡ଼ ଗଛଗୁଡ଼ିକୁ ଜେସିବି ସାହାଯ୍ୟରେ ସିଧା କରାଯାଇ ରଶିରେ ଏହାକୁ ବାନ୍ଧି ସପୋର୍ଟ ଦିଆଯାଉଛି। ଗଛଗୁଡ଼ିକୁ ସିଧା କରାଯିବା ପରେ ମୂଳରେ ମାଟି ଏବଂ ପାଣି ଦିଆଯାଉଛି। ବର୍ଷା ଆସିବା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଟ୍ୟାଙ୍କର ଦ୍ୱାରା ପାଣି ଦିଆଯିବ। ବର୍ଷା ହେଲେ ଏହି ଗଛଗୁଡ଼ିକ ପୂର୍ବାବସ୍ଥାକୁ ଫେରିଯିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ୨ ହଜାର ଗଛକୁ ସଳଖ କରାଗଲାଣି ବୋଲି ଡିଏଫ୍‌ଓ କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାସ୍ତାପାର୍ଶ୍ୱ ଏବଂ ସରକାରୀ ଅନୁଷ୍ଠାନ ପରିସରରେ ଏହି କାମ ଚାଲିଛି। କୌଣସି ଘରୋଇ ଲୋକଙ୍କ ବାଡ଼ିରେ ଯଦି ଏଭଳି ଗଛ ନଇଁପଡିଥିବ ସେମାନେ ସୂଚନା ଦେଲେ ବନ ବିଭାଗ ପକ୍ଷରୁ ସଳଖ କରିଦିଆଯିବ। ଗୋଟିଏ ଗଛ ବଡ଼ ହେବା ପାଇଁ ବହୁତ ବର୍ଷ ଲାଗିଥାଏ। ତେଣୁ ବଡ଼ ଗଛଟିଏକୁ ଯଦି ଏମିତି ଉପାୟରେ ପୁଣି ଠିଆ କରିପାରିବା ତାହା ନିଶ୍ଚିତ ବିଭାଗ ପାଇଁ ସଫଳତା ବୋଲି ଉଦ୍‌ଗାତା କହିଛନ୍ତି।
ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପର୍କରେ ଡିଏଫ୍‌ଓ କହିଛନ୍ତି, ବ୍ୟାପକ ମାତ୍ରାରେ ଚାରାରୋପଣ ପାଇଁ ପଦକ୍ଷେପ ନିଆଯାଉଛି। ଚଳିତବର୍ଷ ପାଇଁ ପ୍ରସ୍ତୁତ ନ ଥିଲେ ବି ବାହାରୁ ଚାରା ଆଣି ରୋପଣ ଲାଗି ଯୋଜନା ହେଉଛି। ଏ ବର୍ଷ ୪୦୦ ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ କରାଯିବ। କିନ୍ତୁ ପର୍ଯ୍ୟାୟକ୍ରମେ ଆସନ୍ତା ୪/୫ ବର୍ଷ ମଧ୍ୟରେ ଆହୁରି ୪ ହଜାର ହେକ୍ଟର ଅଞ୍ଚଳରେ ଚାରା ରୋପଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏତଦ୍‌ବ୍ୟତୀତ ଝାଉଁ, ଆକାଶିଆ ପ୍ରଭୃତି ଗଛ ଲଗାଇଥିବା ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ଚାରା ବିତରଣ କରାଯିବ। ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ୩ ଲକ୍ଷ ଚାରା ଅଣାଯିବା ଲାଗି ପ୍ରସ୍ତାବ ରହିଛି। କିନ୍ତୁ ଏ ନେଇ କୌଣସି ଚୂଡ଼ାନ୍ତ ହୋଇନାହିଁ। ବିଭିନ୍ନ ସଂସ୍ଥା, ପ୍ରାଇଭେଟ୍‌ ନର୍ସରୀ ଏପରି କି ରାଜନଗର ଏବଂ ନୟାଗଡ଼ ଡିଭିଜନରୁ ଚାରା ଆଣିବା ପାଇଁ ସେମାନଙ୍କ ସହ ଯୋଗାଯୋଗ କରାଯାଇଛି। ଏହି ଚାରା ଆସିଲେ ତାହା ବଣ୍ଟନ କରାଯିବ ବୋଲି ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri