ବାତ୍ୟା ତିତ୍‌ଲି ଯିବାର ୧୦ ମାସ : କ୍ଷତିଗ୍ରସ୍ତ ଚାଷୀ ପାଇଲେନି ବୀମା ରାଶି

ଖୋର୍ଦ୍ଧା ଅଫିସ,୨୩ା୮:ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ କୌଣସି କାରଣରୁ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀ କରିଥିଲେ। ହେଲେ ତିତ୍‌ଲି ବାତ୍ୟା ଯିବାର ୧୦ ମାସ ବିତି ଯାଇଥିଲେ ହେଁ କ୍ଷତିଗ୍ରସ୍ତ ଚାଷୀ ବୀମା କ୍ଷତିପୂରଣ ପାଇ ପାରୁନାହାନ୍ତି। ଇତି ମଧ୍ୟରେ ବୀମା କମ୍ପାନୀ ବି ବଦଳି ସାରିଲାଣି। ଏଭଳିସ୍ଥଳେ ଖୋର୍ଦ୍ଧା ଜିଲାରୁ ୫ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କା ପ୍ରମିୟମ ନେଇ ଇନ୍ସୁରାନ୍ସ କମ୍ପାନୀ ଲାଭରେ ରହିଲେ। ସେପଟେ କ୍ଷତିପୂରଣ ପାଇବା ପାଇଁ ଚାଷୀ ବିକ୍ଷୋଭ, ଆନ୍ଦୋଳନ କରିଥିଲେ ମଧ୍ୟ ବୀମା ସହାୟତା ରାଶି ପାଇ ପାରିଲେ ନାହିଁ। ଅନ୍ୟପକ୍ଷେ ତିତ୍‌ଲି ଯାଇ ବାତ୍ୟା ଫନୀ ଚାଷୀର ମେରୁଦଣ୍ଡ ଭାଙ୍ଗି ସାରିଲାଣି। ତଥାପି ବୀମା କମ୍ପାନୀର ଚାଷୀଙ୍କ କ୍ଷତିପୂରଣ ଦେବାକୁ ମନେପଡୁନାହିଁ।
ଖୋର୍ଦ୍ଧା ଜିଲାର ୧୦ଟି ବ୍ଲକ ଅଞ୍ଚଳରେ ୬୮,୮୫୬ ଋଣୀ ଚାଷୀ ଓ ୬, ୭୨୦ ଅଣଋଣୀ ଚାଷୀ ଏପରି ମୋଟରେ ୭୫,୫୭୬ ଚାଷୀ ୨୦୧୮ ଖରିଫରେ ଶସ୍ୟ ବୀମା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏଠାକାର ଚାଷୀଙ୍କର ୫୦, ୬୬୬ ହେକ୍ଟର ଜମି ପାଇଁ ୫ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କା ବୀମା କମ୍ପାନୀ ପ୍ରିମିୟମ ନେଇଥିଲେ। ହେଲେ ଜିଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାରାଶି ଦେଲେ ନାହିଁ। ତିତ୍‌ଲି ଯୋଗୁ ୨୦୧୮ର ଖରିଫ ଚାଷ ଉଜୁଡି ଯାଇଥିଲା। ବେଗୁନିଆ, ବୋଲଗଡ ଓ ଜଟଣୀ ବ୍ଲକର ୯୮୨.୬ ହେକ୍ଟର ଜମିର ଚାଷୀ ବୀମା କ୍ଷତିପୂରଣ ପାଇବାକୁ ସରକାରୀ ରିପୋର୍ଟରେ ସ୍ଥିରୀକୃତ ହୋଇଥିଲା। ଏଥିରେ ବେଗୁନିଆ ବ୍ଳକର ୫ଟି ପଞ୍ଚାୟତ ୧୫ଟି ଗଁାର ୩୯୭ ହେକ୍ଟର, ବୋଲଗଡ ବ୍ଲ୍ଳକ ୨ ପଞ୍ଚାୟତର ୯ଟି ଗଁାର ୪୪୫. ୫୪ ହେକ୍ଟର ଓ ଜଟଣୀ ବ୍ଲ୍ଳକ ୩ ପଞ୍ଚାୟତର ୧୪୦ ହେକ୍ଟର ଜମି ରହିଛି। ସେହିପରି ମହାନଦୀରେ ବନ୍ୟା ଯୋଗୁ ରାଜୁଆ ଓ ଦୟାନଦୀ ଉପକୂଳରେ ଥିବା ଖୋର୍ଦ୍ଧା ବ୍ଲକର ୪ଟି ପଞ୍ଚାୟତ ୨୦ଟି ଗଁାର ୬୨୫ ହେକ୍ଟର ଜମିର କ୍ଷତିଗ୍ରସ୍ତ ଚାଷୀ ବୀମାରାଶି ପାଇବାକୁ ଦରକାର ବୋଲି କୃଷି ବିଭାଗର ତଥ୍ୟ କହୁଛି। ତେବେ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ପାଇବା ଶୀତଳଭଣ୍ଡାରରେ ରହି ଯାଇଛି। ଦେଖାଯାଉ ସରକାର ଓ ପ୍ରଶାସନ କେତେଦୂର ଚାଷୀଙ୍କୁ ଗୁରୁତ୍ୱ ଦେଉଛନ୍ତି ତାହା ଜଣାପଡିବ। ଏ ନେଇ ଉପକୃଷିନିର୍ଦ୍ଦେଶକ ଭାସ୍କର ବାରିକ କୁହନ୍ତି, ତିତ୍‌ଲି ଯାଇ ଫନୀ ଗଲାଣି। ତେବେ ଚାଷୀ ୨୦୧୮ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ଅର୍ଥ ପାଇ ପାରିଲେନି। ଇନ୍ସୁରାନ୍ସ ପାଇବାକୁ କୃଷି ବିଭାଗ ପକ୍ଷରୁ ଜିଲାପାଳଙ୍କ ଆପ୍ରୁଭ କରାଯାଇ ଆବଶ୍ୟକ କାଗଜାତ ସରକାରଙ୍କୁ ଦିଆଯାଇଥିଲା। ହେଲେ ଏଯାବତ୍‌ କିଛି ଜଣାପଡୁନି। ଇତି ମଧ୍ୟରେ ପ୍ରିମିୟମ ଟଙ୍କା ନେଇଥିବା କମ୍ପାନୀ ବଦଳରେ ଏବେ ରିଲିୟାନ୍ସ କମ୍ପାନୀ ବୀମା ଦାୟିତ୍ୱ ନେଇଛି ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରୁ ଔଷଧ ଲେଖି ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ)/ ବଲାଙ୍ଗୀର ଅଫିସ/ପାଟଣାଗଡ, (ଡି.ଏନ୍‌.ଏ.): ଶିଶୁରୋଗୀଙ୍କ ପାଇଁ ବାହାରୁ ଔଷଧ ଲେଖିବା ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର...

ରାଜ୍ୟରେ ସୁସ୍ଥହେଲେ ୨୪୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ଶୁକ୍ରବାର ରାଜ୍ୟରେ ୨୪୮୩ ଜଣ କରୋନା...

ଔଷଧ ଦୋକାନ କର୍ମଚାରୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ...

ଶିଳ୍ପୀ ଜାତି ପାଇଁ ପ୍ରେରଣା ରହିବେ ରଘୁନାଥ

ଭୁବନେଶ୍ୱର, ୧୦।୫(ବ୍ୟୁରୋ):ରାଜ୍ୟ ସଭା ସଦସ୍ୟ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗ ରାଜ୍ୟର ସମଗ୍ର ଶିଳ୍ପୀକୁଳଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଶିଳ୍ପ କଳା ପ୍ରତି...

ଆଜି ସନ୍ଧ୍ୟା ୭ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୮(ବ୍ୟୁରୋ): ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ। କୋଭିଡ୍‌ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ତେବେ...

ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ, କୁଆଲାଲମ୍ପୁରରୁ ଚାଲାଣ ହେଉଥିଲା ପଶ୍ଚିମବଙ୍ଗ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବିମାନରେ ବେଆଇନ ସୁନା ପରେ ଏବେ ବିଦେଶୀ ସିଗାରେଟ ଚାଲାଣ ଧରାପଡ଼ିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ)...

ସ୍କୁଲ ଫି’ ପ୍ରସଙ୍ଗ: କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): କରୋନା ସମୟରେ ଘରୋଇ ସ୍କୁଟ ଫି ଛାଡ କରିବା ମାମଲାର ଶୁଣାଣିକରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ସ୍କୁଲ ଫି କେତେ...

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୭୦କୁ ବୃଦ୍ଧି ପାଇଛି। ୭ ମୃତକଙ୍କ...

Advertisement
Archives

Model This Week