ବାତ୍ୟା କ୍ଷତିଗ୍ରସ୍ତଙ୍କ ଚୂଡ଼ାନ୍ତ ତାଲିକାରେ ବିଳମ୍ବ

ଚାନ୍ଦବାଲି,୧୯।୧୧(ଡି.ଏନ.ଏ.)- ବାତ୍ୟା ବୁଲବୁଲ୍‌ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେନ୍ଦ୍ରାଞ୍ଚଳ ଆର୍‌ଡିସି ଚାନ୍ଦବାଲି ଗସ୍ତ କରି ବିଭିନ୍ନ ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଏହି ବାତ୍ୟାରେ ବ୍ଲକର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆଲୋଚନା ବେଳେ ସ୍ବୀକାର କରିଥିଲେ। ଧାମରା ଅଞ୍ଚଳ ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍‌ ମଧ୍ୟ ଏହା ଅନୁଭବ କରିଥିଲେ। ଏବେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ମାତ୍ର ବାତ୍ୟା ହେବାର ୧୧ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ କ୍ଷତିଗ୍ରସ୍ଥଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇପାରି ନାହିଁ। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ଆକଳନ କାମ ବିଳମ୍ବ ହୋଇଥିବା କୁହାଯାଉଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତରେ ବିଳମ୍ବ ହେଉଥିବାରୁ ଏହି ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ତିତ୍‌ଲିର ସହାୟତା କ୍ଷତିଗ୍ରସ୍ତଙ୍କୁ ମିଳି ନ ଥିବାବେଳେ ଅଧିକାଂଶ କ୍ଷେତ୍ରରେ ତିତ୍‌ଲିର ତଥ୍ୟକୁ ନେଇ କମ୍ପ୍ୟୁଟରରେ ଅଦଳବଦଳ କରି ବୁଲ୍‌ବୁଲ୍‌ କ୍ଷୟକ୍ଷତିର ଆକଳନ କରାଯାଉଥିବା ଆଲୋଚନା ହେଉଛି। ଏପରି ହେଲେ ଅନେକ କ୍ଷତିଗ୍ରସ୍ତ ବାଦ୍‌ ପଡ଼ିବେ ବୋଲି ନାଲଗୁଣ୍ଡାର ସରପଞ୍ଚ ମନୋଜ ଭଳ କହିଛନ୍ତି।
କୃଷି ବିଭାଗର ତଥ୍ୟ ଅନୁସାରେ ଚାନ୍ଦବାଲି ବ୍ଲକରେ ପ୍ରାୟ ୩୩ ହଜାର ହେକ୍ଟର ଜମିରେ ଚଳିତବର୍ଷ ଖରିଫ ଧାନ ଚାଷ ହୋଇଛି। ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟା ପ୍ରଭାବରେ ଚାନ୍ଦବାଲି ବ୍ଲକ ଓ ଏନ୍‌ଏସିକୁ ମିଶାଇ ମୋଟ୍‌ ୧୭ ହଜାର ୫୦୯ ହେକ୍ଟର ଜମିରେ ଧାନଚାଷ କ୍ଷତି ହୋଇଛି। ଆରଡ଼ି ଅଞ୍ଚଳର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଳଗ ପଞ୍ଚାୟତର କେତେକ ମୌଜାରେ ୫୦ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହାର ପରିମାଣ ୩୩ ରୁ ୫୦ ପ୍ରତିଶତ ମଧ୍ୟରେ ରହିଛି ବୋଲି ସହକାରୀ କୃଷି ଅଧିକାରୀ ଦେବସ୍ମିତା ମିଶ୍ର ସୂଚନା ଦେଇଛନ୍ତି। ସେହିପରି ରାଜସ୍ବ ବିଭାଗ ପକ୍ଷରୁ ଘରଭଙ୍ଗା ତାଲିକା ଚୂଡାନ୍ତ ହୋଇପାରି ନାହିଁ। ପ୍ରଥମେ ଏହି ସଂଖ୍ୟ ୪ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଥିବାବେଳେ ଏବେ ୧ ହଜାର ମଧ୍ୟରେ ସୀମିତ ରହିବ ବୋଲି ଆଶଙ୍କା କରାଯାଉଛି। କେତେକ ଅଞ୍ଚଳରେ କ୍ଷତିଗ୍ରସ୍ତଙ୍କ ତାଲିକାରେ ନାମ ସ୍ଥାନିତ କରିବାକୁ ଅର୍ଥ ଆଦାୟ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଏ ସମ୍ପର୍କରେ ତହସିଲଦାର ସତ୍ୟଜିତ ରାଉତଙ୍କୁ ପଚାରିବାରୁ ଅର୍ଥ ଆଦାୟ କଥାକୁ ସେ ଅସ୍ବୀକାର କରିବା ସହିତ ଉପଯୁକ୍ତ ପ୍ରମାଣ ମିଳିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri