ବାତ୍ୟା ଆଶ୍ରୟସ୍ଥଳ ମରାମତିକୁ ନେଇ ବିଧାନସଭାରେ ଉଦ୍‌ବେଗ: ମରାମତି ପାଇଁ ଅଡିଟ୍‌ ହେଉଛି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଉପକୂଳବର୍ତ୍ତୀ ଜିଲାଗୁଡିକରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଗଲାଣି। ସେଥିରୁ କେତେକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ମରାମତି ଅଭାବରୁ ଆଶ୍ରୟସ୍ଥଳଗୁଡିକ କେତେବେଳେ ଭୁଶୁଡି ପଡିବ। ଯେଉଁ କେତେକ ଆଶ୍ରୟ ସ୍ଥଳ ରହିଛି ସେଠାକୁ ରାସ୍ତା ସଂଯୋଗ ହୋଇ ନାହିଁ। ସ୍କୁଲ କ୍ୟାମ୍ପସ୍‌ରେ ଯେଉଁ ବାତ୍ୟା ଆଶ୍ରୟସ୍ଥଳ ହୋଇଛି ତାହାକୁ ମରାମତି କରିବାକୁ କୌଣସି ବିଭାଗ ମଙ୍ଗୁ ନାହାନ୍ତି। ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଶୁକ୍ରବାର ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରଶ୍ନୋତ୍ତର ବେଳେ ବାତ୍ୟା ଆଶ୍ରୟସ୍ଥଳକୁ ନେଇ ସଦସ୍ୟମାନେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଘେରିଥିଲେ। ମନ୍ତ୍ରୀ କହିଥିଲେ ଯେ ବାତ୍ୟା ଆଶ୍ରୟସ୍ଥଳଗୁଡିକ କେଉଁ ଅବସ୍ଥାରେ ରହିଛି ତାହାର ଅଡିଟ୍‌ କରାଯାଉଛି। ଅଡିଟ୍‌ ଶେଷ ହେବା ପରେ ଆଶ୍ରୟସ୍ଥଳଗୁଡିକର ମରାମତି ନେଇ ନିଷ୍ପତ୍ତି ନିଆଯିବ।
ଶୁକ୍ରବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ବିଜେଡି ସଭ୍ୟ ଅନନ୍ତ ଦାସ ଓଡିଶା ଉପକୂଳବର୍ତ୍ତୀ ଜିଲାଗୁଡିକ ବାତ୍ୟା, ବନ୍ୟା ଓ ସୁନାମିପ୍ରବଣ ହୋଇଥିବାରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ସରକାରଙ୍କ ଯୋଜନା ଅଛି କି। କେଉଁ ଜିଲାର କେଉଁ ବ୍ଲକରେ କେତେ ବାତ୍ୟା ଆଶ୍ରୟସ୍ଥଳ ରହିଛି ବୋଲି ମୂଳ ପ୍ରଶ୍ନରେ ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ ଓଡିଶା ଉପକୂଳବର୍ତ୍ତୀ ଜିଲାଗୁଡିକରେ ନିର୍ମିତ ବହୁମୁଖୀ ବାତ୍ୟା/ ବନ୍ୟା ଆଶ୍ରୟସ୍ଥଳ, ସ୍କୁଲ, କଲେଜ ଓ ଅନ୍ୟାନ୍ୟ ପକ୍କାଗୃହଗୁଡିକରେ ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ସୁରକ୍ଷିତ ଆଶ୍ରୟ ଦିଆଯାଉଛି। ଭବିଷ୍ୟତରେ ଅଧିକ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ ଓ ଚିଲିକା ସଂଲଗ୍ନ ନୟାଗଡ ଓ ଖୋର୍ଦ୍ଧା ଜିଲାରେ ଓସ୍‌ଡମା ଦ୍ୱାରା ମୋଟ ୬୯୪ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ଏହାଛଡା ଭାରତୀୟ ରେଡ୍‌କ୍ରସ ସଂସ୍ଥା ଦ୍ୱାରା ୬୫ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ଅନନ୍ତ ପୁଣି ପଚାରିଲେ ଉପକୂଳବର୍ତ୍ତୀ ଜିଲାଗୁଡିକ ବାତ୍ୟାପ୍ରବଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉ। ଯେଉଁ ଆଶ୍ରୟସ୍ଥଳ ଖରାପ ଅଛି ସେଗୁଡିକର ମରାମତି ପାଇଁ ବିଡିଓଙ୍କୁ ଦାୟିତ୍ୱ ଦିଆଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିବାକୁ ଦାବି କରିଥିଲେ। ବିଜେଡି ସଭ୍ୟ ପ୍ରଶାନ୍ତ ମୁଦୁଲି କହିଥିଲେ ଯେ ମହାବାତ୍ୟା ପରେ ସ୍କୁଲ ପରିସରରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକ ଶିକ୍ଷା ବିଭାଗ, ରାଜସ୍ବ, ଗ୍ରାମ୍ୟ ଉନ୍ନୟନ ବିଭାଗ କେହି ହେଲେ ମରାମତି କରୁନାହାନ୍ତି। ଆଶ୍ରୟସ୍ଥଳଗୁଡିକ ଅସୁରକ୍ଷିତ ଅବସ୍ଥାରେ ରହିଛି। ଗତ ୧୦ ବର୍ଷରେ କେତେ ଟଙ୍କା ମରାମତି ପାଇଁ ଦିଆଯାଇଛି ବୋଲି ସେ ଜାଣିବାକୁ ଚାହିଥିଲେ। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ ବେଆଇନ ଚିଙ୍ଗୁଡି ଘେରିରେ ବ୍ୟବହାର ହେଉଥିବା କୀଟନାଶକ ଓ ରାସାୟନିକ ଦ୍ରବ୍ୟ ଭୂଗର୍ଭ ଜଳକୁ ପ୍ରଦୂଷିତ କରୁଛି। ଆଗାମୀ ପିଢିଙ୍କୁ ଏହାର କୁପ୍ରଭାବ ଭୋଗିବାକୁ ପଡିବ। ଏହାକୁ ଉଚ୍ଛେଦ କରିବାକୁ ସେ ଦାବି କରିଥିଲେ। ବିଜେଡି ସଭ୍ୟ ବିଷ୍ଣୁବ୍ରତ ରାଉତରାୟ କହିଲେ, ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଥିଲେ ମଧ୍ୟ ଯିବାକୁ ରାସ୍ତା ନାହିଁ। ବିଜେଡି ସଭ୍ୟ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ରାସ୍ତା ନ ଥିବା କଥା ଉଠାଇବା ସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଆଶ୍ରୟସ୍ଥଳଗୁଡିକୁ ଭାଙ୍ଗି ଦେବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାଜପା ସଭ୍ୟ ଜୟନ୍ତ ଷଡ଼ଙ୍ଗୀ, ବିଜେଡି ସଭ୍ୟ ପ୍ରଦୀପ ମହାରଥୀ ନିଜ ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିବାକୁ ଦାବି କରିବା ସହ ଗତ ୨୦ ବର୍ଷ ମଧ୍ୟରେ ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପଚାରିଥିଲେ। ମରାମତି କାମ ଓସ୍‌ଡମା ନଚେତ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ଦିଆଯାଉ ବୋଲି ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ଅଡିଟ୍‌ କରାଯାଉଛି। ଖୁବ୍‌ଶୀଘ୍ର ମରାମତି କରାଯିବ। କେଉଁ ବିଭାଗ ଦ୍ୱାରା ହେବ ତାହା ମଧ୍ୟ ନିଷ୍ପତ୍ତି ହେବ। ଯେଉଁଠି ଆପ୍ରୋଚ ରୋଡ୍‌ ନାହିଁ ସେଠାରେ ଖୁବ୍‌ଶୀଘ୍ର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ବିଜେଡି ସଭ୍ୟ ଉମା ସାମନ୍ତରାୟ ଏବଂ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜାଙ୍କୁ ବାଚସ୍ପତି ପ୍ରଶ୍ନ ପଚାରିବାକୁ ସୁଯୋଗ ନ ଦେବାରୁ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି କହିବାକୁ ସୁଯୋଗ ଦିଆ ନ ଯିବ ତେବେ ଆମେ ବିଧାନସଭା କାହିଁକି ଆସିବୁ ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri