ବହୁଚର୍ଚ୍ଚିତ ସୁଦାମ ସ୍ବାଇଁ ହତ୍ୟା ମାମଲା: ମହିଳାଙ୍କ ସମେତ ୪ଜଣଙ୍କୁ ଆଜୀବନ କାରାଦଣ୍ଡ

ନୟାଗଡ଼ ଅଫିସ,୨ା୬- ୨୦୧୬ରେ ବହୁଚର୍ଚ୍ଚିତ ସୁଦାମ ସ୍ବାଇଁ ହତ୍ୟା ମାମଲାର ଶୁଣାଣି କରି ଶନିବାର ନୟାଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରସନ୍ନ କୁମାର ପଣ୍ଡା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ଓଡ଼ଗାଁ ଥାନା ନନ୍ଦିଘୋର ଗ୍ରାମର ବାସନ୍ତୀ ପ୍ରଧାନ (୩୩), ଲିଟୁ ପ୍ରଧାନ (୨୬), ବିପିନ କୁମାର ସାହୁ (୩୨) ଓ ପ୍ରକାଶ ବେହେରା(୨୫)। ମାମଲାର ବିବରଣୀରୁ ପ୍ରକାଶ ଯେ, ୭ ମେ ୨୦୧୬ ରାତିରେ ବୁଢ଼ାବୁଢ଼ିଆଣୀ ଡ୍ୟାମ ନିକଟ ବିଲେଇପଲ୍ଲୀ ଛକଠାରେ ଶରଣକୁଳ ଥାନା ପଞ୍ଚରିଡ଼ା ମାନପୁର ଗ୍ରାମର ସୁଦାମ ସ୍ବାଇଁଙ୍କ ମୃତଦେହ ପଡ଼ିଥିବା ନେଇ ତାଙ୍କ ଭାଇ ସୁବଳଙ୍କୁ ଫୋନ୍‌ ଆସିଥିଲା। ବିଳମ୍ବିତ ରାତିରେ ସୁବଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଚିହ୍ନଟ କରିବା ସହିତ ତାଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ପରଦିନ ଅର୍ଥାତ୍‌ ୮ ତାରିଖରେ ସୁଦାମଙ୍କ ସ୍ତ୍ରୀ ଝିଲି ସ୍ବାଇଁ ଏ ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ୭ ତାରିଖ ସନ୍ଧ୍ୟାରେ ନନ୍ଦିଘୋର ଗ୍ରାମର ପ୍ରକାଶ ଓ ବିପିନ ସୁଦାମଙ୍କୁ ଫୋନ୍‌ କରି ଭୋଜି ଖାଇଯିବାକୁ ଡାକିଥିଲେ। ପରେ ସୁଦାମଙ୍କୁ ବିଲେଇପଲ୍ଲୀ ଛକଠାରେ ବାସନ୍ତୀ ଓ ଲିଟୁଙ୍କ ସହଯୋଗରେ ହତ୍ୟା କରି ରାସ୍ତାକଡ଼କୁ ପିଙ୍ଗି ଅଭିଯୁକ୍ତମାନେ ପଳାଇ ଯାଇଥିଲେ। ଓଡ଼ଗାଁ ପୋଲିସ ୬୦/୧୬ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କ ଫୋନ୍‌ ଟ୍ୟାପ୍‌ କରି ୪ଜଣଙ୍କୁ ଗିରଫ କରିଥିଲା। ଜଣେ ଜେଲ୍‌ରେ ଥିବାବେଳେ ଅନ୍ୟ ୩ ଜଣ ବେଲ୍‌ରେ ଆସି ଗ୍ରାମରେ ରହୁଥିଲେ। ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପଣ୍ଡା ୨୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଶୁଣାଣି କରିଥିଲେ। ଜରିମାନା ଅନାଦାୟ ଏକବର୍ଷ ଅଧିକ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ। ସରକାରୀ ଓକିଲ ଅନୱର ମଲ୍ଲିକ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ବୌଦ୍ଧ କୀର୍ତ୍ତିରାଜି

ବନ୍ତ,୧।୪(ଡି.ଏନ.ଏ.)-ଯେଉଁ ସ୍ଥାନରେ ବୌଦ୍ଧ, ଜୈନ, ଶାକ୍ତ ଓ ବୈଷ୍ଣବ ଧର୍ମର ପ୍ରଭାବ ପଡ଼ିଥିଲା, ବୌଦ୍ଧ ମହାଯାନ ପନ୍ଥିମାନେ ସେହି ସ୍ଥାନରେ ସମବେତ ହୋଇ ଧର୍ମାଲୋଚନା କରୁଥିଲେ।...

ତଣ୍ଡ ଗଣୁଛନ୍ତି ନିୟମ ଉଲ୍ଲଂଘନକାରୀ, ସରକାରୀ ଗାଡ଼ିରୁ ୧୫ହଜାର ଜରିମାନା ଆଦାୟ

ଭୁବନେଶ୍ୱର,୫।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଦେଶବ୍ୟାପୀ ଲାଗୁ ହେବା ପରେ ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଚେକିଂ...

ନୀହାରିକାକୁ ମୋ’ ପୁଅ ବହୁତ ଭଲପାଉଥିଲା, ସେ କଦାପି ମାରିପାରିବ ନାହିଁ: ରାଜାଙ୍କ ମା’

ଜଗତସିଂହପୁର ଅଫିସ/ବିରିଡି(ଡି.ଏନ୍‌.ଏ.), ୨୦।୯: ନୀହାରିକାଙ୍କୁ ମୋ’ ପୁଅ ବହୁତ ଭଲପାଉଥିଲା। ତାକୁ ସେ କଦାପି ମାରିପାରିବ ନାହିଁ। ସେ ନିର୍ଦ୍ଦୋଷ। ଘଟଣାରେ ମୋ’ ପୁଅର ସମ୍ପୃକ୍ତି...

ଜୁଏଲାରୀ ଦୋକାନରୁ ଚୋରି ଘଟଣାରେ ୪ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

ପାଟଣା,୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ପାଟଣା ମୁଖ୍ୟ ବଜାରର ଅଜୟ କୁମାର ପରିଡାଙ୍କ ‘ପ୍ରମିଳା ଜୁଏଲାରୀ’ ଦୋକାନରୁ ଗତ ଜାନୁୟାରୀ ୧୫ ରେ...

ବିଶ୍ୱକପ୍‌ କ୍ରିକେଟ୍‌ ନେଇ ସହରରେ ଚାଲିଛି ସଟ୍ଟା ଖେଳ: ୩୧ ଲକ୍ଷ ଟଙ୍କା ଜବତ, ୨ ଗିରଫ

ରାଉରକେଲା ଅଫିସ,୨୫।୬: ବିଶ୍ୱକପ୍‌ କ୍ରିକେଟ୍‌ ନେଇ ସହରରେ ଚାଲିଥିବା ସଟ୍ଟା ଖେଳ ଓ ଏଥିରେ ଲାଗୁଥିବା ଲକ୍ଷାଧିକ ବାଜିର ପର୍ଦ୍ଦାଫାଶ ହୋଇଛି। ସୋମବାର ବିଳମ୍ବିତ ରାତିରେ...

୧୨ଜଣଙ୍କୁ ଦିଆଗଲା କୁକୁର କାମୁଡା ଇଞ୍ଜେକସନ

ଜୁନାଗଡ,୯।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହରରେ ଗତ ୨ଦିନ ହେଲା ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ସହରର ବିଭିନ୍ନ ପଡାରେ ଏହି କୁକୁରମାନେ ୨୦ଜଣଙ୍କୁ...

ଓୟୋ ରୁମ୍‌ରେ ବେଟିଂ: ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୪ ଗିରଫ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଭୁବନେଶ୍ୱରର ଏୟାରପୋର୍ଟ ଥାନା ଅଞ୍ଚଳରେ ଥିବା ଏକ ଓୟୋ ରୁମରେ ବେଟିଂ (ଅନଲାଇନ ଜୁଆ ଆଡ୍ଡା...

ନିଜକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଧିକାରୀ କହି ଠକୁଥିଲେ କୋଟିକୋଟି ଟଙ୍କା, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଅଢ଼େଇ କୋଟି ଟଙ୍କା ଠକେଇ ଅଭିଯୋଗରେ ହିମାଂଶୁ ଭଣ୍ଡାରୀ ନାମକ ଜଣେ ବ୍ୟକ୍ତିଙ୍କୁ ନୋଏଡାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ରାହତକୋଷ...

Advertisement
Archives

Model This Week