ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ ଭଞ୍ଜନଗର ବନ୍ଦ ଆଜି

ଭଞ୍ଜନଗର,୨୧।୫(ଡି.ଏନ.ଏ.)-ଭଞ୍ଜନଗର ଓଏସ୍‌ଆର୍‌ଟିସି ଡିପୋରୁ ଅନ୍ୟ ଜୋନକୁ ବସ୍‌ ସ୍ଥାନାନ୍ତର ଯୋଜନାର ପ୍ରତିବାଦ ଏବଂ ବକେୟା ଦରମା ପ୍ରଦାନ ଦାବି ନେଇ କର୍ମଚାରୀ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି। ଏଭଳି ସ୍ଥିତିରେ ସୋମବାର ଓଏସ୍‌ଆରଟିସି ସାଧାରଣ ପରିଚାଳକ ରୁଦ୍ର ପ୍ରସନ୍ନ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, କର୍ମଚାରୀମାନଙ୍କ ଆନ୍ଦୋଳନ ଓ କାରଣ ଯୋଗୁ ଏହି ଜୋନର କ୍ଷତି ବର୍ତ୍ତମାନ ୧ କୋଟି ଟପିଲାଣି। କର୍ମଚାରୀଙ୍କ ହିତକୁ ଦେଖି କ୍ଷତିରେ ଚାଲୁଥିବା ଏହି ଜୋନର ବସ୍‌ଗୁଡ଼ିକୁ ନେଇ ଅନ୍ୟ ଜୋନରେ ଚଳାଇବା ଯୋଜନା ଥିଲା। ଅନ୍ୟ ଜୋନଗୁଡ଼ିକ ଲାଭରେ ଚାଲିଛି। ତେବେ କେତେଜଣ ଚୁକ୍ତିଭିତ୍ତିକ କର୍ମଚାରୀ ନିଜ ସ୍ବାର୍ଥ ପାଇଁ ବସ୍‌ ସ୍ଥାନାନ୍ତରକୁ ବିରୋଧ କରିବା ସହ ଜୋନକୁ ବନ୍ଦ କରିବା ପାଇଁ ଲାଗିଛନ୍ତି। ଭଞ୍ଜନଗର ଜୋନକୁ ବନ୍ଦ କରିବାକୁ ପ୍ରଶାସନର କୌଣସି ଯୋଜନା ନାହିଁ । ଜୋନକୁ ଅଧିକ ଆର୍ଥିକ ସ୍ବଚ୍ଛଳ କରିବା ପାଇଁ ଆଗାମୀ ଦିନରେ ଆହୁରି ଅଧିକ ବସ୍‌ ଯୋଗାଇ ଦେବା ଯୋଜନା ଅଛି । ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ବସ୍‌ ଚଳାଚଳ ବୃଦ୍ଧି ଏବଂ ଭଞ୍ଜନଗର ଜୋନରେ ଅଧିକ ନିଯୁକ୍ତି ନିମନ୍ତେ କର୍ମଚାରୀମାନଙ୍କୁ ଅସ୍ଥାୟୀ ଭାବେ ଅନ୍ୟ ଜୋନକୁ ଯାଇ କାମ କରିବାକୁ କୁହାଯାଇଛି। ଯାହାଦ୍ୱାରା କିଛି ନିଯୁକ୍ତି ଓ ସେମାନଙ୍କ ପାଉଣା ଦିଆଯାଇପାରିବ। କେତେଜଣ ଖଳ ପ୍ରକୃତିର ବ୍ୟକ୍ତି ଗ୍ୟାରେଜରେ ଥିବା ଗାଡ଼ିକୁ ଅବରୋଧ କରି ରଖିଛନ୍ତି। ଜନସାଧାରଣଙ୍କ ଗମନାଗମନର ସୁବିଧା ଏବଂ ନିଗମକୁ ଅଧିକ ଆର୍ଥିକ କ୍ଷତିରୁ ବଞ୍ଚାଇବା ପାଇଁ ଗାଡ଼ିଗୁଡ଼ିକୁ ଅନ୍ୟ ଡ଼ିପୋକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଜୋନ୍‌ରେ ୬୭ଜଣ ଚୁକ୍ତିଭିତିକ ଡ଼୍ରାଇଭର ଓ କଣ୍ଡକ୍ଟର ଅଛନ୍ତି । ଜନସାଧାରଣ ଏବଂ କର୍ମଚାରୀଙ୍କ ହିତକୁ ଦେଖି ପଦକ୍ଷେପ ନିଆଯାଉଛି ବୋଲି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସାଧାରଣ ପରିଚାଳକ (ପ୍ରଶାସନ) ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
ସୂଚନାଯୋଗ୍ୟ,ପ୍ରଶାସନ ହାତକୁ ଏନଏସି ଦାୟିତ୍ୱ ଯିବା ପରଠୁ ସହରରେ ପରିମଳ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସହରର ସମସ୍ତ ଛକରେ କୁଢ଼ କୁଢ଼ ମଇଳା ପଡ଼ିରହିଛି। ଏହି ସମସ୍ୟା ସହ ଭଞ୍ଜନଗର ଓଏସ୍‌ଆରଟିସି ଜୋନରୁ ଅନ୍ୟ ଜୋନକୁ ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଦୋକାନ, ବଜାର, କାର୍ଯ୍ୟାଳୟ, ଯାନବାହନ ଚଳାଚଳ ବନ୍ଦ ରଖିବାକୁ ସୋମବାର ସନ୍ଧ୍ୟାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦକୁ ସଫଳ କରିବା ପାଇଁ ଶୋଭାଯାତ୍ରା ମାଧ୍ୟମରେ ନିବେଦନ କରାଯାଇଛି। ଓଏସ୍‌ଆରଟିସି ଅସ୍ଥାୟୀ କର୍ମଚାରୀ ସଂଘ ସଭାପତି ବଟକୃଷ୍ଣ ପଣ୍ଡା କହିଛନ୍ତିି, ସମସ୍ୟା ସମାଧାନ ପାଇଁ ପ୍ରଶାସନ ଆଗ୍ରହ ପ୍ରଦର୍ଶନ କରୁ ନ ଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି। ବକେୟା ଦରମା ପ୍ରଦାନ, ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଅନ୍ୟପକ୍ଷରେ ବିପର୍ଯ୍ୟସ୍ତ ପରିମଳ ସମସ୍ୟା ସମାଧାନ ନେଇ ଏନ୍‌ଏସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆଦର୍ଶ ଆଚରଣବିଧି ବିଧି ଉଠିବା ପରେ ପରିମଳ ବ୍ୟବସ୍ଥାକୁ ସୁଧାରି ଦିଆଯିବ ବୋଲି ଏନଏସି ପକ୍ଷରୁ ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri