ବସ୍‌ ମାଲିକଙ୍କୁ ଆକ୍ରମଣ ଘଟଣା:୨ ଗିରଫ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୁତ୍ତମାନେ ରବିବାର ବସ୍‌ ମାଲିକ ଆଇଗିଣିଆର ବିମ୍ବାଧର ସୁନ୍ଦରାୟଙ୍କୁ ଗୁଳି ମାଡ଼ କରିବା ସହ ଗୋଡେଇ ଗୋଡେଇ ହାଣିଥିଲେ। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସିଜୁଆର ଡମ୍ବରୁ ଜୟସିଂହ(୨୬) ଓ ବରମୁଣ୍ଡାର ସ୍ବରୂପାନନ୍ଦ ସ୍ବାଇଁ(୨୪)। ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ୨୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ବିମ୍ବାଧରଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବାରୁ ସେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ମୁତାବକ ରବିବାର ସକାଳେ ବିମ୍ବାଧରଙ୍କ ପୁତୁରା ଲକି ତମାଣ୍ଡୋରେ ଥିବା ଜିମ୍‌ ସେଣ୍ଟରକୁ ଯାଇଥିଲେ। ସେଠାରେ ସିଜୁଆର ଡମ୍ବରୁ ସହିତ କୌଣସି କାରଣକୁ ନେଇ ତାଙ୍କର ବଚସା ହୋଇଥିଲା। ଡମ୍ବୁରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ସେ ଘରେ ଜଣାଇବା ପରେ ବିମ୍ବାଧର ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ। ପୋଲିସ ଡମ୍ବରୁକୁ ଖୋଜିବାରୁ ସେ ପ୍ରତିଶୋଧ ପରାୟଣ ହୋଇପଡିଥିଲା। ଅପରାହ୍ଣ ପ୍ରାୟ ୨ଟା ବେଳେ ଆଇଗିଣିଆ ଦୁର୍ଗାମଣ୍ଡପ ନିକଟରେ ଥିବା କ୍ଲବ ସମ୍ମୁଖରେ ବିମ୍ବାଧର ବସିଥିଲେ। ଏହି ସମୟରେ ସିଜୁଆର ୨୫ରୁ ଉର୍ଦ୍ଧ୍ୱ ଯୁବକ ହାତରେ ବନ୍ଧୁକ, ଖଣ୍ଡା, ଭୁଜାଲି, ଲୁହାରଡ ଓ ଲାଠି ଧରି ସେଠାରେ ପହଞ୍ଚତ୍ ଆତଙ୍କ ଖେଳାଇଥିଲେ। ସେମାନେ ଲକିଙ୍କୁ ଖୋଜିବା ସହିତ କ୍ଲବରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ବିମ୍ବାଧର ଏହାର ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ଆକ୍ରମଣ କରିଥିଲେ। ବିମ୍ବାଧର ଫୋନ୍‌ କରି ସାହିର କେତେଜଣ ଯୁବକଙ୍କୁ ଘଟଣାସ୍ଥଳକୁ ଡାକିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ଉପରକୁ ହୋଇଥିଲା ଗୁଳିମାଡ଼। ସୌଭାଗ୍ୟ ଗୁଳିଟି ମୋବାଇଲ ଫୋନରେ ବାଜିଥିଲା। ଫଳରେ ନିଶ୍ଚିତ ମୃତ୍ୟୁରୁ ବିମ୍ବାଧର ବର୍ତ୍ତି ଯାଇଥିବାବେଳେ ଫୋନଟି ଫୁଟିଯାଇଥିଲା। ଏହାପରେ ଯୁବକମାନେ ବିମ୍ବାଧରକୁ ଗୋଡ଼େଇ ଗୋଡ଼େଇ ହାଣି ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

କ୍ୟାବିନ ପୋଡ଼ି, ଠେଲା ଭାଙ୍ଗିଦେଲେ

ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍‌ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୨ ଉଦ୍ଧାର

ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ…

ବାଇକ ଧକ୍କାରେ ୬ ବର୍ଷର ଶିଶୁ ଗୁରୁତର

ମୋହନା,୨୮।୨( ମମ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁ ସ୍କୁଲ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର …

ମହିଳାଙ୍କ ମହତ୍ କାମ : ଶିବିର ଆୟୋଜନ କରି …

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡିଶାର ବରଗଡ଼ ଜିଲାରେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଯଥେଷ୍ଟ କମ୍ ରହିଛି। ୨୦୨୩ ବର୍ଷ ତଥ୍ୟ ଅନୁସାରେ ବରଗଡ଼ରେ…

କେମିତି ରୋକାଯିବ ଘୋଡ଼ା ବେପାର: ନବୀନଙ୍କ ସହ କ’ଣ ଆଲୋଚନା ହୋଇଛି ସବୁ ଖୋଲି କହିଦେଲେ ଭକ୍ତ 

ଭୁବନେଶ୍ୱର, ୨୮।୨: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ନେଇ ସବୁ ଖୋଲି କହିଲେ ଭକ୍ତ ଦାସ। ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡିଡେଟ କରିବା ନେଇ  ସେ ତାଙ୍କ…

କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ

ଫୁଲବାଣୀ, ୨୮ା୨(ରାକେଶ କୁମାର ରାଉତ): ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ସାଇମନ୍ଦିର ନିକଟ ବିଚ୍‌ ରାସ୍ତାରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ଛୁରିରେ ଭୁସି…

ଅବ୍ୟବସ୍ଥାରେ ସାପ୍ତାହିକ ହାଟ, ପରିବା ପାଇଁ ଯିବାକୁ ନାକ ଟେକୁଛନ୍ତି ଲୋକେ

ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କାଳୀମନ୍ଦିର ନିକଟସ୍ଥ କଲେଜ ରୋଡ୍‌ଠାରେ କିଛି ମାସ ହେବ ଶନିବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ସାପ୍ତାହିକ ହାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri