ବସ୍‌ରେ ଲାଗିଲା ୧୧କେଭି ବିଦ୍ୟୁତ୍‌ ତାର: ଅଳ୍ପକେ ରକ୍ଷା ପାଇଲେ ୭୦ ପର୍ଯ୍ୟଟକ

ବାଲିଆପାଳ, ୯।୨(ସ୍ବ.ପ୍ର.)-ବାଲିଆପାଳ ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ଡଗରା ବେଳାଭୂମି ରାସ୍ତାରେ ନିଶ୍ଚିତ ବିପଦରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ୭୦ ପର୍ଯ୍ୟଟକ। ଏହାକୁ ନେଇ ରବିବାର ପୂର୍ବାହ୍ନରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।
ବାରିପଦା ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟରୁ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନେ ଏକ ଘରୋଇ ବସ୍‌ରେ ଡଗରା ବେଳାଭୂମିକୁ ପିକ୍‌ନିକ କରିବା ପାଇଁ ବାରିପଦାରୁ ଡଗରା ଆସିଥିଲେ। ବସ୍‌ଟି ଡଗରା ରାସ୍ତାର ଗଦାଧର ଗିରି ସ୍କୁଲ ନିକଟରେ ଯାଉଥିବା ବେଳେ ରାସ୍ତା ଉପରେ ଓହଳି ରହିଥିବା ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ମାତ୍ର ବସ୍‌ର ଡ୍ରାଇଭର ନିଜର ଉପସ୍ଥିତି ବୁଦ୍ଧି ଯୋଗୁ ତୁରନ୍ତ ବସ୍‌କୁ ପଛକୁ ବୁଲାଇ ଦେଇଥିଲେ ଓ ବସ୍‌ରୁ ବିଦ୍ୟୁତ୍‌ ତାର ଅଲଗା ହୋଇଯାଇଥିଲା। ବିଦ୍ୟୁତ ସଂସ୍ପର୍ଶରେ ବସ୍‌ ଭିତରେ ଥିବା ଜଣେ ପର୍ଯ୍ୟଟକ ଆହତ ହୋଇଥିବା ଜଣାପଡ଼ିଛି। ବସ୍‌ଟି ତୁରନ୍ତ ପଛକୁ ଆସିବାରୁ ବାଇକ୍‌ରେ ଯାଉଥିବା ଜଣେ ବ୍ୟକ୍ତି ବାଇକ ଛାଡ଼ିଦେଇ ଜୀବନ ବଞ୍ଚାଇବା ପାଇଁ ରାସ୍ତା ପାଶ୍ୱର୍ର୍କୁ ଡେଇଁ ପଡିଥିଲେ। ବାଇକ୍‌ଟି ବସ୍‌ ଚକତଳେ ଚାପିଯାଇ ଭାଙ୍ଗିରୁଜିଯାଇଛି। ବାରମ୍ବାର ବିଦ୍ୟୁତ୍‌ ବିଭାଗକୁ କହିଲେ ମଧ୍ୟ ନେସ୍କୋ ଅଧିକାରୀମାନେ କେବଳ ଖୁଣ୍ଟଟିଏ ପୋତିଦେଇ ବିପଦପୂର୍ଣ୍ଣ ୧୧କେଭି ତାରଟିକୁ ସେପରି ଓହଳିବାକୁ ଛାଡ଼ି ଦେଇଛନ୍ତି ବୋଲି ପୂର୍ବତନ ଡଗରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri