ବସ୍‌ରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ: ମହିଳା ସିଟରେ ପୁରୁଷ ବସିଲେ ଜରିମାନା

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଘରୋଇ ବସ୍‌ ଓ ମୋ ବସ୍‌ରେ ମହିଳା ଯାତ୍ରୀ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନିଯୁକ୍ତ ଏସ୍‌ପିଓମାନେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିଥିଲେ। କମିଶନର ଏ ନେଇ ମୋ ବସ୍‌ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ଓ ବିଭିନ୍ନ ବସ୍‌ ମାଲିକ ସଂଘଙ୍କୁ ଡାକି ପୋଲିସ ସେବା ଭବନରେ ଏକ ବୈଠକ କରାଇଥିଲେ। ମହିଳା ଯାତ୍ରୀଙ୍କ ପ୍ରତି କିଭଳି ଉତ୍ତମ ବ୍ୟବହାର ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା। ମହିଳା ଏସ୍‌ପିଓମାନେ ଅଭିଯୋଗ କରିଥିଲେ ଯେ, ବସ୍‌ ଡ୍ରାଇଭର ଜାଣିଶୁଣି ହଠାତ୍‌ ବ୍ରେକ୍‌ ମାରିବା ଦ୍ୱାରା କଣ୍ଡକ୍ଟର ଝିଅଙ୍କ ଉପରେ ପଡିଯାଉଛନ୍ତି। ଏଭଳି ଅଭିଯୋଗରେ ତୁରନ୍ତ ତଦନ୍ତ କରାଯାଇ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ବସ୍‌ ମାଲିକ ଓ କଣ୍ଡକ୍ଟରଙ୍କୁ ତାଗିଦ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏଭଳି ଦୁର୍ବ୍ୟବହାରକୁ ରୋକିବା ପାଇଁ ମୋ ବସ୍‌ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ଅଭିଯୋଗ କରିବା ପାଇଁ କହିଛନ୍ତି। ନଚେତ୍‌ ଏନେଇ ଜାରି କରାଯାଇଥିବା ଟୋଲ ଫ୍ରି ନଂ-୦୬୭୪-୨୫୪୩୫୪୧କୁ ଫୋନ୍‌ କରିପାରିବେ ଅଥବା ୧୦୦କୁ କଲ କରି ଜଣାଇବେ। ଏହି ଟୋଲ ଫ୍ରି ନମ୍ବର ସବୁ ବସ୍‌ରେ ଲଗାଯିବ। ଏଣିକି ପୁରୁଷ ଯାତ୍ରୀ ମହିଳା ସିଟରେ ବସିଲେ ଫାଇନ ଦେବାକୁ ପଡ଼ିବ। ଏହାସହ ମୋ ବସ୍‌ରେ ଥିବା ୭୦ ମହିଳା କଣ୍ଡକ୍ଟରକୁ ଏସ୍‌ପିଓ ହ୍ବାଟ୍ସଆପ୍‌ ଗ୍ରୁପରେ ଯୋଡ଼ାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri