ବସ୍‌ରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ହେଲ୍‌ପର ଗିରଫ

ପୁରୀ ଅଫିସ, ୯ା୭ : ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ଘଟିଛି ଲଜ୍ଜାଜନକ ଘଟଣା। ସୋମବାର ରାତିରେ ପୁରୀ ବସ୍‌ଷ୍ଟାଣ୍ଡ ପରିସରସ୍ଥ ଏକ ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ବସ୍‌ ହେଲ୍‌ପର ବଳାତ୍କାର କରିଛନ୍ତି। ଏହି ଘଟଣାରେ ମଙ୍ଗଳବାର କୁମ୍ଭାରପଡ଼ା ଥାନା ପୋଲିସ ଅଭିଯୁକ୍ତ ବସ୍‌ ହେଲ୍‌ପର ନାରାୟଣ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍‌ପି ଡା. ଉମାଶଙ୍କର ଦାଶ କହିଛନ୍ତି। ଏ ନେଇ ଆଇପିସି ଦଫା ୩୭୬, ପୋକ୍ସୋ ଆକ୍ଟର ସେକ୍ସନ ୪ ଭିତ୍ତିରେ ଏକ ମାମଲା (ନଂ. ୧୩୭/୧୯) ରୁଜୁ ହୋଇଛି। ଥାନା ଅଧିକାରୀ ଏସ.କେ. ଦାଶ କହିଛନ୍ତି, ପୀଡ଼ିିତାଙ୍କ ବୟାନ ରେକର୍ଡ କରାଯାଇଛି। ଉଭୟ ନାବାଳିକା ଓ ଗିରଫ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ନାବାଳିକାଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଯାଇଥିଲା। ପରେ ସିଡବ୍ଲ୍ୟୁସି ନିର୍ଦ୍ଦେଶ କ୍ରମେ ତାଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି ଯେ, ପୀଡ଼ିତାଙ୍କୁ ଏବେ ଉତ୍କଳ ବାଳାଶ୍ରମରେ ରଖାଯାଇଛି। ତାଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି। ଘଟଣାକୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କ୍ଷୋଭ ପ୍ରକାଶ କରି ନିରପେକ୍ଷ ତଦନ୍ତ ଲାଗି ଜିଲା ପ୍ରଶାସନ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲାର ଉକ୍ତ ନାବାଳିକା ପୁରୀର ଏକ ଘରୋଇ ସଂସ୍ଥାରେ ପ୍ରାୟ ମାସେ ହେବ କାର୍ଯ୍ୟ କରୁଥିଲେ। ଜୁନ ୨୯ ତାରିଖରେ ସେ ନିଜ ଘରକୁ ଯାଇଥିଲେ। ପୁରୀରୁ ଏକ ଘରୋଇ ବସ୍‌ ଯୋଗେ ଭୁବନେଶ୍ୱର ଯାତ୍ରା କରିବା ସମୟରେ ବସ୍‌ର ହେଲ୍‌ପର ନାରାୟଣ (ଗିରଫ ଅଭିଯୁକ୍ତ)ଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସୋମବାର ନାବାଳିକା ଜଣକ ସେହି ବସ୍‌ରେ ଭୁବନେଶ୍ୱରରୁ-ପୁରୀ ଫେରୁଥିଲେ। ବସ୍‌ଟି ରାତି ୮ଟାରେ ପୁରୀ ବସ୍‌ଷ୍ଟାଣ୍ଡରେ ଲାଗିଥିଲା। ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିଲେ। ରାତି ହୋଇ ଯାଇଥିବାରୁ ବସ୍‌ରେ ରାତ୍ରୀଯାପନ କରି ସକାଳେ ଚାଲିିଯିବାକୁ ନାରାୟଣ ପୀଡ଼ିତାଙ୍କୁ କହିଥିଲେ। ନାରାୟଣଙ୍କ ଉପରେ ବିଶ୍ୱାସ କରି ପୀଡ଼ିିତା ଖାଇ ସାରି ବସ୍‌ର ପଛ ସିଟରେ ଶୋଇ ପଡ଼ିଥିଲେ। ନାରାୟଣ ମଧ୍ୟ ଉକ୍ତ ବସ୍‌ରେ ଶୋଇଥିଲେ। ତେବେ ପୀଡ଼ିିତାଙ୍କ ବିଶ୍ୱାସରେ ବିଷ ଦେଇଥିଲେ ନାରାୟଣ। ରାତି ୧୧ଟାରେ ସେ ତାଙ୍କୁ ବଳାତ୍କାର କରିଥିଲେ। କୌଣସି ମତେ ପୀଡ଼ିତା ଚିତ୍କାର କରି ସେଠାରୁ ଖସିଆସିଥିଲେ। ଗୁରୁତର ଅବସ୍ଥାରେ ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବାବେଳେ କେତେଜଣ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ସମୟରେ ପିସିଆର ପହଞ୍ଚତ୍ଥିଲା। ତେବେ ପିସିଆରରେ କୌଣସି ମହିଳା ପୋଲିସ ନ ଥିବାରୁ ପୀଡ଼ିତାଙ୍କୁ ନେବାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପରେ ପୋଲିସ ତାଙ୍କୁ ଶରଧାବାଲି ନିକଟ ଅସ୍ଥାୟୀ କ୍ୟାମ୍ପକୁ ନେଇଥିଲା। ସେଠାରୁ କୁମ୍ଭାରପଡ଼ା ଥାନା ପୋଲିସ ପୀଡିତାଙ୍କୁ ମେଡିକାଲକୁ ନେଇଥିଲା। ଅନ୍ୟପକ୍ଷେ ଏହି ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri