ବସ୍‌ରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ହେଲ୍‌ପର ଗିରଫ

ପୁରୀ ଅଫିସ, ୯ା୭ : ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ଘଟିଛି ଲଜ୍ଜାଜନକ ଘଟଣା। ସୋମବାର ରାତିରେ ପୁରୀ ବସ୍‌ଷ୍ଟାଣ୍ଡ ପରିସରସ୍ଥ ଏକ ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ବସ୍‌ ହେଲ୍‌ପର ବଳାତ୍କାର କରିଛନ୍ତି। ଏହି ଘଟଣାରେ ମଙ୍ଗଳବାର କୁମ୍ଭାରପଡ଼ା ଥାନା ପୋଲିସ ଅଭିଯୁକ୍ତ ବସ୍‌ ହେଲ୍‌ପର ନାରାୟଣ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍‌ପି ଡା. ଉମାଶଙ୍କର ଦାଶ କହିଛନ୍ତି। ଏ ନେଇ ଆଇପିସି ଦଫା ୩୭୬, ପୋକ୍ସୋ ଆକ୍ଟର ସେକ୍ସନ ୪ ଭିତ୍ତିରେ ଏକ ମାମଲା (ନଂ. ୧୩୭/୧୯) ରୁଜୁ ହୋଇଛି। ଥାନା ଅଧିକାରୀ ଏସ.କେ. ଦାଶ କହିଛନ୍ତି, ପୀଡ଼ିିତାଙ୍କ ବୟାନ ରେକର୍ଡ କରାଯାଇଛି। ଉଭୟ ନାବାଳିକା ଓ ଗିରଫ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ନାବାଳିକାଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଯାଇଥିଲା। ପରେ ସିଡବ୍ଲ୍ୟୁସି ନିର୍ଦ୍ଦେଶ କ୍ରମେ ତାଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି ଯେ, ପୀଡ଼ିତାଙ୍କୁ ଏବେ ଉତ୍କଳ ବାଳାଶ୍ରମରେ ରଖାଯାଇଛି। ତାଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି। ଘଟଣାକୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କ୍ଷୋଭ ପ୍ରକାଶ କରି ନିରପେକ୍ଷ ତଦନ୍ତ ଲାଗି ଜିଲା ପ୍ରଶାସନ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲାର ଉକ୍ତ ନାବାଳିକା ପୁରୀର ଏକ ଘରୋଇ ସଂସ୍ଥାରେ ପ୍ରାୟ ମାସେ ହେବ କାର୍ଯ୍ୟ କରୁଥିଲେ। ଜୁନ ୨୯ ତାରିଖରେ ସେ ନିଜ ଘରକୁ ଯାଇଥିଲେ। ପୁରୀରୁ ଏକ ଘରୋଇ ବସ୍‌ ଯୋଗେ ଭୁବନେଶ୍ୱର ଯାତ୍ରା କରିବା ସମୟରେ ବସ୍‌ର ହେଲ୍‌ପର ନାରାୟଣ (ଗିରଫ ଅଭିଯୁକ୍ତ)ଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସୋମବାର ନାବାଳିକା ଜଣକ ସେହି ବସ୍‌ରେ ଭୁବନେଶ୍ୱରରୁ-ପୁରୀ ଫେରୁଥିଲେ। ବସ୍‌ଟି ରାତି ୮ଟାରେ ପୁରୀ ବସ୍‌ଷ୍ଟାଣ୍ଡରେ ଲାଗିଥିଲା। ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିଲେ। ରାତି ହୋଇ ଯାଇଥିବାରୁ ବସ୍‌ରେ ରାତ୍ରୀଯାପନ କରି ସକାଳେ ଚାଲିିଯିବାକୁ ନାରାୟଣ ପୀଡ଼ିତାଙ୍କୁ କହିଥିଲେ। ନାରାୟଣଙ୍କ ଉପରେ ବିଶ୍ୱାସ କରି ପୀଡ଼ିିତା ଖାଇ ସାରି ବସ୍‌ର ପଛ ସିଟରେ ଶୋଇ ପଡ଼ିଥିଲେ। ନାରାୟଣ ମଧ୍ୟ ଉକ୍ତ ବସ୍‌ରେ ଶୋଇଥିଲେ। ତେବେ ପୀଡ଼ିିତାଙ୍କ ବିଶ୍ୱାସରେ ବିଷ ଦେଇଥିଲେ ନାରାୟଣ। ରାତି ୧୧ଟାରେ ସେ ତାଙ୍କୁ ବଳାତ୍କାର କରିଥିଲେ। କୌଣସି ମତେ ପୀଡ଼ିତା ଚିତ୍କାର କରି ସେଠାରୁ ଖସିଆସିଥିଲେ। ଗୁରୁତର ଅବସ୍ଥାରେ ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବାବେଳେ କେତେଜଣ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ସମୟରେ ପିସିଆର ପହଞ୍ଚତ୍ଥିଲା। ତେବେ ପିସିଆରରେ କୌଣସି ମହିଳା ପୋଲିସ ନ ଥିବାରୁ ପୀଡ଼ିତାଙ୍କୁ ନେବାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପରେ ପୋଲିସ ତାଙ୍କୁ ଶରଧାବାଲି ନିକଟ ଅସ୍ଥାୟୀ କ୍ୟାମ୍ପକୁ ନେଇଥିଲା। ସେଠାରୁ କୁମ୍ଭାରପଡ଼ା ଥାନା ପୋଲିସ ପୀଡିତାଙ୍କୁ ମେଡିକାଲକୁ ନେଇଥିଲା। ଅନ୍ୟପକ୍ଷେ ଏହି ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri