ବଲିଉଡ୍‌ର ରିୟଲ୍‌ ଲଭ୍‌ବାର୍ଡ: ପ୍ରେମ ପାଇଁ ମାନି ନ ଥିଲେ ବାଧା ବନ୍ଧନ

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ରିଲ୍‌ ଲାଇଫ୍‌ ଲଭ୍‌ ଷ୍ଟୋରୀ ତ ସମସ୍ତେ ଦେଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଏଭଳି ଷ୍ଟାର ଅଛନ୍ତି, ଯେଉଁମାନେ ପରଦା ଉପରେ ନୁହେଁ ବରଂ ରିୟଲ୍‌ ଲାଇଫ୍‌ରେ ମଧ୍ୟ ନିଜ କୋ-ଷ୍ଟାରଙ୍କୁ ଜୀବନସାଥୀ କରିଛନ୍ତି। ଭେଲେଣ୍ଟାଇନ୍ସ ଓ୍ବିକରେ ଆସନ୍ତୁ ଜାଣିବା ସେହି ବଲିଉଡ୍‌ ଲଭ୍‌ବାର୍ଡଙ୍କ ବିଷୟରେ। ଯେଉଁମାନେ ପ୍ରେମ ପାଇଁ ସବୁ ବାଧା ବନ୍ଧନକୁ ଭାଙ୍ଗି ଦେଇଛନ୍ତି।


ଶୈଫ-କରୀନା: ପଟୌଦି ଖାନ୍‌ଦାନ୍‌ର ନବାବ ଶୈଫ ଅଲୀ ଖାଁ ଓ କରୀନା କପୁର ବଲିଉଡ୍‌ର ପପୁଲାର ଯୋଡିଙ୍କ ମଧ୍ୟରେ ଜଣେ। କରୀନାଙ୍କୁ ବିବାହ କରିବା ପୂର୍ବରୁ ଶୈଫ ବଲିଉଡ୍‌ ନାୟିକା ଅମ୍ରିତା ସିଂହଙ୍କୁ ପ୍ରଥମେ ବିବାହ କରିଥିଲେ। ଦୁହିଁଙ୍କ ବିବାହ ବିଚ୍ଛେଦ ହେବା ପରେ ବହୁ ମଡେଲଙ୍କ ସହ ଶୈଫଙ୍କ ନାମ ଯୋଡାହୋଇଥିଲା। କିନ୍ତୁ କରୀନାଙ୍କ ସହ ସୈଫ ୨-୩ ବର୍ଷ ଡେଟ୍‌ କରିବା ପରେ ୨୦୧୨ ଅକ୍ଟୋବରରେ ଦୁହେଁ ବିବାହ କରିଥିଲେ।


ଅଭିଷେକ-ଐଶ୍ୱର୍ଯ୍ୟା: ଫିଲ୍ମର ଶୁଟିଂ ସେଟ୍‌ରୁ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ପ୍ରେମ ଆରମ୍ଭ ହୋଇଥିଲା। ସମୟକ୍ରମେ ସେମାନଙ୍କ ପ୍ରେମ ଦୃଢ଼ ହୋଇଥିଲା ଏବଂ ୨୦୦୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।


ଧର୍ମେନ୍ଦ୍ର-ହେମା: ୭୦-୮୦ ଦଶକରେ ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମା ମାଳିନୀ ବେଶ୍‌ ଜଣାଶୁଣା। ତାଙ୍କର ସୌନ୍ଦର୍ଯ୍ୟରେ ବିମୋହିତ ହୋଇପଡ଼ିଥିଲେ ଧର୍ମେନ୍ଦ୍ର। ପୂର୍ବରୁ ବିବାହିତ ହୋଇ ମଧ୍ୟ ଧର୍ମେନ୍ଦ୍ର ହେମାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେମା ମଧ୍ୟ ତାଙ୍କୁ ପସନ୍ଦ କରୁଥିବାରୁ ବିବାହ ପାଇଁ ରାଜି ହୋଇଯାଇଥିଲେ।


ରିଷି-ନୀତୁ: ନୀତୁ ସିଂହ ଓ ରିଷି କପୁରଙ୍କ ଆଫେୟାର୍ସ ମଧ୍ୟ ଫିଲ୍ମର ଶୁଟିଂ ସେଟ୍‌ରୁ ଆରମ୍ଭ ହୋଇଥିଲା। ସବୁବେଳେ ଶୁଟିଂ ସେଟ୍‌ରେ ରିଷି ନୀତୁଙ୍କୁ ଚିଡ଼େଇଥାନ୍ତି। ଏହାପରେ ବି ନୀତୁଙ୍କୁ ରିଷିଙ୍କ ସହ ପ୍ରେମ ହୋଇଯାଇଥିଲା। ପରେ ପରିବାରଙ୍କ ସହମତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।


ଅମିତାଭ-ଜୟା: ଜୟା ଭାଦୁଡି ଓ ଅମିତାଭ ବଚ୍ଚନ ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ପୂର୍ବରୁ ରେଖାଙ୍କ ସହ ଅମିତାଭଙ୍କ ନାଁ ଯୋଡା ହେବା ସହ ତାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଜୟା ଓ ରେଖାଙ୍କ ମଧ୍ୟରୁ ଅମିତାଭ ଜୟାଙ୍କୁ ବାଛିଥିଲେ। ଆଜି ବି ଏହି ଦୁଇ ଯୋଡିଙ୍କୁ ପ୍ରଶଂସକ ବେଶ୍‌ ପସନ୍ଦ କରନ୍ତି।


ଦିଲ୍ଲୀପ-ସାୟରା: ସାୟରା ବାନୁ ଓ ଦିଲ୍ଲୀପ କୁମାରଙ୍କ ଲଭ୍‌ ଷ୍ଟୋରୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ। ନିଜଠାରୁ ୨୨ବର୍ଷ ବଡ଼ ଦିଲ୍ଲୀପଙ୍କୁ ସାୟରା ପ୍ରେମ କରିବସିଥିଲେ। ଦିଲ୍ଲୀପ ମଧ୍ୟ ତାଙ୍କୁ ପ୍ରେମ କରୁଥିଲେ। ବୟସର ତାରତମ୍ୟ ଥାଇ ମଧ୍ୟ ଦୁହେଁ ବିବାହ କରିଥିଲେ।


ସୁନୀଲ-ନର୍ଗିସ: ନର୍ଗିିସ ଓ ସୁନୀଲ ଦତ୍ତଙ୍କ ଯୋଡି ବଲିଉଡ୍‌ର ସୁନ୍ଦର ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଦୁଇଜଣଙ୍କ ସାକ୍ଷାତକାର ଫିଲ୍ମ ‘ଦୋ ବିଘା ଜମିନ୍‌’ର ଶୁଟିଂ ସେଟ୍‌ରୁ ହୋଇଥିଲା। ସେହି ସମୟରେ ସେଟ୍‌ରେ ଘଟିଥିବା ଏକ ଦୁର୍ଘଟଣାରୁ ଦୁଇଜଣ ନିକଟତର ହୋଇଥିଲେ। ଏହାପରେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରିଥିଲେ। ୧୯୮୫ରେ ଏକ ସିକ୍ରେଟ ସେରିମନିରେ ଦୁହେଁ ବିବାହ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?