ବର୍ଷାରେ ଭିଜି ରାସ୍ତା ମରାମତି କଲେ ୨ ଯୁବକ

ଆନନ୍ଦପୁର,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡ଼ାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସରୋଡ୍‌ର ଅବସ୍ଥା ବେହାଲ ହୋଇଛି। ଜାତୀୟ ରାଜପଥ ଠିକା ସଂସ୍ଥା ଅଧାପନ୍ତରିଆ ଭାବେ ସର୍ଭିସ୍‌ ରୋଡ୍‌ ନିର୍ମାଣକୁ ଛାଡି ଚାଲିଯାଇଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଦବି ଯାଇ ଖାଲଖମା ସୃଷ୍ଟି ହୋଇଛି। ଫଳରେ ସଂପୃକ୍ତ ରାସ୍ତାଦେଇ ଦୈନିକ ଯାତାୟାତ କରୁଥିବା ଛୋଡ ବଡ ଯାନ, ସାଇକେଲ ଆରୋହୀ, ପଥଚାରୀ, ସ୍କୁଲ ଛାତ୍ରୀଛାତ୍ର, ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେବା ସହିତ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଏହି ଘଟଣା ପ୍ରଶାସନ ଆଖିରେ ରହିଥିଲେ ବି ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରିବା ପରିତାପର ବିଷୟ ସାଜିଛି। ଅନ୍ୟପଟେ ଜାତୀୟ ରାଜପଥ ଠିକା ସଂସ୍ଥା ପୁନର୍ବାର ନିର୍ମାଣ କାର୍ଯ୍ୟକୁ ଫେରିଥିଲେ ସୁଦ୍ଧା ସର୍ଭିସ୍‌ ରୋଡ ପ୍ରତି ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ। ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣାକୁ ନଜରରେ ରଖି ଗୁରୁବାର ଲଗାଣ ବର୍ଷା ସମୟରେ ସଂପୃକ୍ତ ସର୍ଭିସ୍‌ ରୋଡ୍‌ରେ ସୃଷ୍ଟି ହୋଇଥିବା ଖାଲଖମା ସ୍ଥାନକୁ ମରାମତି କରିବା ପାଇଁ ଦୁଇ ଯୁବକ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି। ଖାଲ ସ୍ଥାନରେ ସଂପୃକ୍ତ ଯୁବକମାନେ ରାସ୍ତା କଡରୁ କିଛି ବଜୁରି, ଚିପ୍‌ସ ଆଦି ସଂଗ୍ରହକରି ଖାଲରେ ପକାଇ ଗମନାଗମନ ସୁବିଧା କରିବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନର ଉଦାସୀନତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସଙ୍କୁ ମିଳିଲା ଭତ୍ତା

ପରଜଙ୍ଗ, ୧୮।୭(ଡି.ଏନ.ଏ.) – ସରିଛି ୧୪ବର୍ଷର ସଂଘର୍ଷ। ଦିବ୍ୟାଙ୍ଗ ମାନସଙ୍କ ଉପରେ ପଡ଼ିଛି ପ୍ରଶାସନର ଶୁଭଦୃଷ୍ଟି। ବ୍ଲକ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ପଞ୍ଚାୟତ ପକ୍ଷରୁ ତାଙ୍କୁ...

ଆକାଉଣ୍ଟ ହ୍ୟାକ୍‌ କରି ଆକାଶ ମୋଟର୍ସର ନିର୍ଦ୍ଦେଶକଙ୍କଠାରୁ ନେଇଗଲେ ୧୮ଲକ୍ଷ

ବରଗଡ଼ ଅଫିସ୍‌,୩।୭: ବରଗଡ଼ସ୍ଥିତ ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌କରି ଦୁର୍ବୃତ୍ତମାନେ ୧୮ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏହି ଘଟଣା...

ସୁରଟରୁ ୫୦ପ୍ରବାସୀଙ୍କୁ ଗଞ୍ଜାମ ଆଣି ଆସୁଥିବା ବସ୍‌ ନାଗପୁରରେ ଓଲଟିଲା: ୨ ଆହତ

ଛତ୍ରପୁର/ପୁରୁଷୋତ୍ତମପୁର,୩ା୫(ଡି.ଏନ୍‌.ଏ.): ସୁରଟରୁ ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍‌ ରବିବାର ସକାଳେ ମହାରାଷ୍ଟ୍ରର ନାଗପୁରଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ...

ମଧ୍ୟାହ୍ନ ଭୋଜନ ଖାଇ ୨୨ ଛାତ୍ରୀଛାତ୍ର ଅସୁସ୍ଥ

ସମ୍ବଲପୁର/କୁଚିଣ୍ଡା,୧୬।୯ (ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ଜରାବଗା ଗ୍ରାମ ପଞ୍ଚାୟତ ଚାଲଟିକ୍ରା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ୨୨ ଜଣ...

ମଦବିକ୍ରିକୁ ବିରୋଧ: ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ୱାରସ୍ଥ

ମୁରିବାହାଲ, ୧୮।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବଡସାଇମରା ଗ୍ରାମ ପଞ୍ଚାୟତ ଅଧୀନ ଧୁମାମାଲ ଗ୍ରାମରେ ବ୍ୟାପକ ମଦ କାରବାର ଚାଲିଛି। ସ୍ଥାନୀୟ ପୋଲିସ ଓ...

୬ ଦଫା ଦାବିରେ ଓ୍ବାର୍ଡ ସଭ୍ୟଙ୍କ ଅନଶନ, ୧୧ ଦିନ ବିତିବା ସତ୍ତ୍ୱେ ପୂରଣ ହେଉନି ଦାବି

ହାଟଡିହୀ, ୭ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବିନେଇ ୱାର୍ଡ଼ ସଭ୍ୟମାନେ ଅନଶନରେ ବସିଛନ୍ତି। ଦୁର୍ନୀତିର ଭିଜିଲାନ୍ସ...

ହାତୀର ଗଳିତ ମୃତଦେହ ଉଦ୍ଧାର

କେନ୍ଦୁଝର/ଯୋଡ଼ା,୫ା୫ (ସ୍ବ.ପ୍ର./ଡି.ଏନ୍‌.ଏ.)-କେନ୍ଦୁଝର ବନ ବିଭାଗ ବାମେବାରୀ ଥାନା ଅନ୍ତର୍ଗତ କେନ୍ଦୁଘାଟି ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ଠିକ୍‌ ଜଣାପଡି...

ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ

ତୁମୁଡ଼ିବନ୍ଧ,୧୬ା୩( ଡି.ଏନ୍‌.ଏ.) କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ୫୯ନଂ. ଜାତୀୟ ରାଜପଥର ମୁଣ୍ଡିଗଡଠାରେ ରବିବାର ଅପରାହ୍ନରେ ଏକ ବାଇକ୍‌କୁ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ୨ଜଣଙ୍କ...

Coronavirus Update


Archives

Model This Week

Why Dharitri