ବରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ଅଭିଯୁକ୍ତ ଗିରଫ

ରତ୍ନଗିରି, ୨୮।୪(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ। ତେଣୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା କିମ୍ବା ଗାଳିଗୁଳଜ କରିବା ଏକ ଅପରାଧ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମାତ୍ର କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ସମୟରେ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ଆକ୍ରମଣ ଏବଂ ଦୁର୍ବ୍ୟବହାର କରୁଛନ୍ତି। ଯାଜପୁର ଜିଲା ବରୀରାମଚନ୍ଦ୍ରପୁର ଥାନା ଅଧୀନ ବରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଘଟିଛି।
ବରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଡ. ଜିନତ ଦାସ ଓ ଡ. ଜ୍ୟୋତି ରଞ୍ଜନ ଚୌଧୁରୀ କୋଭିଡ-୧୯ ଦାୟିତ୍ୱରେ ରହିଛନ୍ତି। ତେବେ ଗତ ସୋମବାର ଉକ୍ତ ଥାନା ଅଧୀନ ଭବାନୀପୁର ଗ୍ରାମର ସୁଧାଂଶୁ ଶେଖର ଶତପଥୀ(ଟୁକୁ) ଡାକ୍ତରଖାନା ପରିସରରେ ଗାଳିଗୁଲଜ କରିବା ସହିତ ଉକ୍ତ ଡାକ୍ତର ଦ୍ୱୟଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ତରଫରୁ ବରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ମଙ୍ଗଳବାର ଥାନା ଅଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଏ ନେଇ ଥାନାରେ ଏକ ମାମାଲା (ନଂ. ୧୦୪/୨୦) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ସିଲ୍‌ କଲା ପୋଲିସ

କେନ୍ଦୁଝର,୨୯ା୫(ସ୍ବ.ପ୍ର./ଡି.ଏନ.ଏ.): କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରି ମଦ ବିକ୍ରି କରୁଥିବା ଅଭିଯୋଗରେ ନରଣପୁର ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଟାଉନ ପୋଲିସ ଶନିବାର...

ଜେଲ୍‌ରେ କରୋନା ଭୟ: ୧୭ ପଜିଟିଭ୍‌

ବ୍ରହ୍ମପୁର ଅଫିସ,୧୧ା୭-ଗଞ୍ଜାମ ଜିଲାରେ ଜୁଲଇ ଆରମ୍ଭରୁ କରୋନା ସ୍ଥିତି ବିପଦଜ୍ଜନକ ହେଉଥିବା ବେଳେ ତାହା ଏବେ ଘାତକ ସାଜିଛି। ଦୈନିକ କରୋନା ସଂକ୍ରମଣ ବୃଦ୍ଧି ହାର...

ଗୁଜରାଟ, ତାମିଲନାଡୁରୁ ଫେରିଲେ ୨୩ ପ୍ରବାସୀ

ରାଇରଙ୍ଗପୁର,୧୬ା୫(ଡି.ଏନ୍‌.ଏ.)-ଲକ୍‌ଡାଉନ ଯୋଗୁ ଗୁଜରାଟ ଓ ତାମିଲନାଡୁରେ ଫସି ରହିଥିବା ୨୩ ପ୍ରବାସୀ ଓଡ଼ିଆ ଶୁକ୍ରବାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳକୁ ଫେରି ଆସିଛନ୍ତି। ଶ୍ରମିକ ଟ୍ରେନ୍‌...

୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ...

ଓ୍ବାର୍କ ଅର୍ଡର ମିଳୁ ନ ଥିବାରୁ କାମ ଆରମ୍ଭ ହେଉନି

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ଥିବା ୬୭ଟି ଓ୍ବାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତି ଓ୍ବାର୍ଡକୁ ୧କୋଟି ଟଙ୍କା ପ୍ରଦାନ...

ଓଡ଼ିଶାକୁ ସୁଭାଷ ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଓଡିଶାକୁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ...

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିବେ ୫ଟି ସଚିବ

କେସିଙ୍ଗା,୧୭।୫(ଡିଏନଏ) ଆସନ୍ତା ୧୯ ଓ ୨୦ ତାରିଖ ଶୁକ୍ରବାର ଏବଂ ଶନିବାର ୫ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଏନେଇ କେସିଙ୍ଗା ବିଡ଼ିଓ...

ଫାଣ୍ଡି ହେଲା ଥାନା, ସ୍ଥିତି ଯେମିତିକି ସେମିତି

ମୁରିବାହାଲ, ୪।୩ (ଡି.ଏନ୍‌.ଏ.) – ରାଜ୍ୟ ସରକାର ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୋଲିସ ସେବାକୁ କ୍ରିୟାଶୀଳ କରୁଛନ୍ତି। ନୂତନ...

Advertisement
Archives

Model This Week