ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା କେନ୍ଦ୍ରରୁ ୩ ଜଣ ଦୁର୍ବୃତ୍ତ ବନ୍ଧୁନ ମୁନରେ ୩୬ ହଜାର ଟଙ୍କା, ୩ ଟି ମୋବାଇଲ ଓ ଗୋଟିଏ ଆପାଚି ବାଇକ୍‌କୁ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ଏନେଇ ଖବର ପାଇବା ପରେ କୁଚିଣ୍ଡା ଥାନା ପକ୍ଷରୁ ତଦନ୍ତ ଜାରି ରହିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରେଙ୍ଗାଲବେଡ଼ା ଗଁାର ସିମାଶୁ ନାୟକ ତାଙ୍କ ସହଯୋଗ କେନ୍ଦ୍ରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା ସମୟରେ ତାଙ୍କ ସହ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେବତୀ ମୋହନ ବାରିକଙ୍କ ନିର୍ଦ୍ଦେଶ କ୍ରମେ କିରାଣି ରମଣୀରଞ୍ଜନ ପଧାନ ଓ ଡାଟା ଏଣ୍ଟ୍ରି ଅପରେଟର ଲିପ୍ଟନ ନାୟକ ମିଶି ସ୍କୁଲର ଏସ୍‌ଡିଏମ୍‌ଏସ୍‌ ରିପୋର୍ଟ ତାଲିକା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ ରୁମାଲ ବାନ୍ଧି ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ସେମାନଙ୍କୁ ଧମକ ଦେଇ ପାଖରେ ଯାହା ରଖିଛ ତାହା ଦେଇଦିଅ ବୋଲି କହିଥିଲେ। ଭୟରେ ତିନିଜଣ ପାଖରେ ଥିବା ୩୬ ହଜାର ଟଙ୍କା, ମୋବାଇଲ ଦେଇଦେଇଥିଲେ। ତେବେ ସିମାଂଶୁ ତାଙ୍କ ଫୋନ୍‌ରେ ଦରକାରୀ ଡାଟା ଥିବା କହିବାରୁ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲଟି ଦେଇଦେଇଥିଲେ। ପରେ ଏକ ଫୋନ୍‌ କଲ୍‌ ଆସିବାରୁ ସେମାନେ ସିମାଂଶୁଙ୍କୁ ଗାଳିଗୁଲଜ କରିବା ସହ ଫୋନ୍‌କୁ ଭିଙ୍ଗି ଦେଇଥିଲେ। ଶେଷରେ ସେମାନେ ଲିପ୍ଟନଙ୍କ ଆପାଚୀ ବାଇକ୍‌(ଓଡି ୨୮ ୩୭୯୧) ଗାଡ଼ିକୁ ନେଇ ପେରାର ହୋଇଯାଇଥିଲେ। ଶୁକ୍ରବାର ସକାଳେ ଏନେଇ ସେମାନେ ଥାନାକୁ ଖବର ଦେବା ପରେ ପୋଲିସ ପକ୍ଷରୁ ଘଟଣାସ୍ଥଳକୁ ଆସି ତଦନ୍ତ ଜାରି ରଖିଥିବା କୁହାଯାଉଛି। ସମ୍ପୃକ୍ତ ଦୁର୍ବୁତ୍ତମାନେ ହିନ୍ଦି ଏବଂ ଓଡ଼ିଆ ମିଶାମିଶି ଭାଷାରେ କଥା ହେଉଥିବା ନେଇ ସିମାଂଶୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri