ବଧୁ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦, ନଣନ୍ଦଙ୍କୁ ୭ ବର୍ଷ ଜେଲ

ଆନନ୍ଦପୁର, ୧। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣପୁର ଗ୍ରାମର ଏକ ବଧୂ ହତ୍ୟା ମାମଲାରେ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବାମୀ, ଶାଶୁ , ଶ୍ୱଶୁରଙ୍କୁ ୧୦ ବର୍ଷ ଓ ନଣନ୍ଦଙ୍କୁ ୭ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାମୁତାବକ, ନନ୍ଦିପଦା ଥାନା ଗିରିଗାଁ ଗ୍ରାମର ଗଣେଶ ସ୍ବାଇଁଙ୍କ ଝିଅ ରମାମଣି ତା୯।୬।୨୦୧୪ରିଖରେ ଘସିପୁରା ବ୍ଲକ କୃଷ୍ଣପୁର ଗ୍ରାମର ବସନ୍ତ ଓଝାଙ୍କ ପୁଅ ଗଣେଶ ଓରଫ ଦୟାନିଧି ଓଝାଙ୍କୁ ବୈଦିକ ରୀତିରେ ଘସିପୁରା ଝାଡେଶ୍ୱର ମନ୍ଦିରରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯାନୀ ଯୌତୁକ ଦିଆଯାଇଥିଲା। କିଛି ମାସ ପରେ ଅଧିକ ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ରମାମଣିଙ୍କୁ ମାରି ଟାଙ୍ଗି ଦେଇଥିବା ରମାମଣିଙ୍କ ଭାଇ ଅଲେଖ ସ୍ବାଇଁ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (୧୦୪/୧.୧୦.୨୦୧୫) ରୁଜୁ କରିଥିଲା। ଜିଆର୍‌ (ନଂ ୫୩୩/୨୦୧୫) କୋର୍ଟ ସ୍ବାମୀ ଗଣେଶ, ଶ୍ୱଶୁର ବସନ୍ତ , ଶାଶୁ ଜହ୍ନ, ନଣନ୍ଦ କୁନିକୁ ମୁଦାଲା ଭାବେ ଗ୍ରହଣ କରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସାକ୍ଷୀ ପ୍ରମାଣକୁ ଆଧାର କରି ୪୯୮(ଏ),୩୪ ଧାରାରେ ସ୍ବାମୀ , ଶାଶୁ , ଶ୍ୱଶୁର ଓ ନଣନ୍ଦକୁ ୨ ବର୍ଷ ଜେଲ୍‌ ଦଣ୍ଡ ଓ ୧୦ ହଜାର ଜରିମାନା, ୪ଡିପି ଆକ୍ଟରେ ସମସ୍ତଙ୍କୁ ୧ ବର୍ଷ ଜେଲ୍‌ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଏବଂ ୩୪-ବି, ୩୪ ଧାରରେ ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ନଣନ୍ଦ କୁନିର ବୟସ ଏବଂ ଏକ ଛୋଟ ପିଲା ଥିବାରୁ ତାକୁ ଦୃଷ୍ଟିରେ ରଖି ମାନ୍ୟବର କୋର୍ଟ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ସେସନ୍‌ ଟ୍ରାଏଲ୍‌ କେସ୍‌ (ନଂ ୪୬/୮୪) ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ ପାଇଛି। ସରକାରୀ ଓକିଲ ଭାବେ ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର, କଟକରେ ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଫେବ୍ରୁଆରୀ ୧ରୁ କଟକ ଓ ଭୁବନେଶ୍ୱର (ଟ୍ବିନ୍‌ସିଟି)ରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଅଧସ୍ତନ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ।...

ଶାରିରୀକ ବିକାଶ ପାଇଁ ଖେଳକୁଦ ଆବଶ୍ୟକ

ବଅଁରପାଳ,୨୨।୧(ଡି.ଏନ.ଏ.): ବଅଁରପାଳ ପିଏସଏସଜେ ଡିଗ୍ରୀ କଲେଜ ପରିସରରେ ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ କଲେଜ ଅଧ୍ୟକ୍ଷ ଗୋକୁଳା ନନ୍ଦ...

୮ବର୍ଷ ହେଲା ମରାମତି ହେଉନି ରାସ୍ତା: ଦୃଷ୍ଟି ଦେଉନି ବିଭାଗ, ବଢୁଛି ଦୁର୍ଘଟଣା

ଜେନାପୁର,୧୯ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥଠାରୁ ଗୋଡ଼ିପାଟିଆ ଦେଇ ଜେନାପୁର ଲେବୁଲ କ୍ରସିଂ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ...

ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୨ ଗିରଫ

ବାରିପଦା ଅଫିସ, ୧୫ା୩- ମୟୂରଭଞ୍ଜ ଜିଲାରେ ବ୍ରାଉନ ସୁଗାର ର଼୍ୟାକେଟ ସକ୍ରିୟ ଥିବା ସୂଚନା ମିଳିଛି। ଶନିବାର ବାରିପଦା ଟାଉନ ପୋଲିସ ଚଢ଼ାଉ କରି ୧୦.୦୯...

ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୩୦।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ଦାରୁଦିଅଙ୍କୁ...

କୃଷି ଋଣ ପ୍ରଦାନରେ ବ୍ୟାଙ୍କ ତତ୍ପରତା ପ୍ରକାଶ କରନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ ଦିଗରେ ଜାତୀୟକରଣ ବ୍ୟବସାୟିକ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ଅଧିକ ତତ୍ପରତା ପ୍ରକାଶ...

ବଲାଙ୍ଗୀର ଜିଲା: ଫେରିବେ ୯୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ

ବଲାଙ୍ଗୀର ଅଫିସ, ୨୬ା୪-   ମେ’ ୩ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରିବ। ଏହାପରେ ଜିଲା ତଥା ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକମାନେ ଘରକୁ...

ଧାନକିଣା ସରିନି, ମଣ୍ଡି ବନ୍ଦ

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ବିତିବ। ମାତ୍ର ଟୋକନ ସମସ୍ୟା ସାଙ୍ଗକୁ ମନ୍ଥର ଗତିରେ ଉଠାଣ...

Advertisement


Archives

Model This Week