Posted inଜାତୀୟ

ବଦଳିବ ବ୍ୟାଙ୍କିଂ -UPI ସିଷ୍ଟମ! କ’ଣ ଏହି ‘ୱାନ ନେଶନ, ୱାନ ଟାଇମ’ ନୀତି, ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ଡିଜିଟାଲ ଦୁନିଆରେ ଏକ ସେକେଣ୍ଡର ହଜାର ଭାଗରୁ ମଧ୍ୟ ଛୋଟ ସମୟର ପାର୍ଥକ୍ୟ ଅନେକ ସମୟରେ ବଡ଼ ପ୍ରଭାବ ପକାଇଥାଏ। କେତେବେଳେ UPI ପେମେଣ୍ଟ ଅଟକିଯାଏ, ତ ଆଉ କେତେବେଳେ ତତ୍କାଳ ଟିକେଟ ବୁକିଂ ସମୟରେ ସର୍ଭରର ସମୟ ଆପଣଙ୍କ ଫୋନ୍‌ରେ ଘଣ୍ଟା ସହ ମେଳ ଖାଏ ନାହିଁ। ଏହି ସମସ୍ୟାର ସମାଧାନ ଏବଂ ଦେଶର ଡିଜିଟାଲ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ କେନ୍ଦ୍ର ସରକାର ‘One Nation, One Time’ ନୀତି ଆଣିବାକୁ ଯାଉଛନ୍ତି।
ଏହା ଅଧୀନରେ Legal Metrology (Indian Standard Time) Rules, ୨୦୨୬ ଅଧିସୂଚିତ କରାଯାଇଛି। ଏହି ନୂଆ ବ୍ୟବସ୍ଥା ମାର୍ଚ୍ଚ ୨୦୨୭ରୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ। ଏହା ପରେ ଦେଶର ବିଭିନ୍ନ ଡିଜିଟାଲ, ବ୍ୟାଙ୍କିଂ ଓ ପ୍ରଶାସନିକ ସିଷ୍ଟମ୍‌ରେ ସମୟର ସମନୱୟ ଆହୁରି ସୁଦୃଢ଼ ହେବ ।

ନୂଆ ନିୟମ ଲାଗୁ ହେଲେ ସାଧାରଣ ଲୋକଙ୍କୁ ନିଜ ମୋବାଇଲ କିମ୍ବା ହାତଘଣ୍ଟାର ସମୟ ବଦଳାଇବାକୁ ପଡ଼ିବ ନାହିଁ। ପରିବର୍ତ୍ତନ ଆପଣଙ୍କ ଫୋନରେ ନୁହେଁ, ବରଂ ଦେଶର ବିଭିନ୍ନ ଡିଜିଟାଲ ସର୍ଭରରେ ହେବ। ବର୍ତ୍ତମାନ କିଛି ବ୍ୟାଙ୍କ, ଟେଲିକମ କମ୍ପାନୀ ଓ IT ସର୍ଭର ସମୟ ସମନୱୟ ପାଇଁ GPS ଭଳି ବାହ୍ୟ ସିଷ୍ଟମ ଉପରେ ନିର୍ଭର କରୁଛନ୍ତି। ମାର୍ଚ୍ଚ ୨୦୨୭ ପରେ ଦେଶର ଆଇନଗତ, ପ୍ରଶାସନିକ, ବ୍ୟାଙ୍କିଂ ଓ ଡିଜିଟାଲ କାର୍ଯ୍ୟରେ NPL (National Physical Laboratory), ନୂଆଦିଲ୍ଲୀର ପରମାଣୁ ଘଣ୍ଟା ସହ ସମୟ ସମନୱୟ କରାଯିବ।

ରାତି ୧୧ଟା ୫୯ ମିନିଟ୍‌ରେ ପେମେଣ୍ଟ କରିବା ସମୟରେ ଫୋନ ଓ ସର୍ଭର ମଧ୍ୟରେ ଅତି କ୍ଷୁଦ୍ର ସମୟର ପାର୍ଥକ୍ୟ ଯୋଗୁ କେତେକ କାରବାର ପେଣ୍ଡିଂ କିମ୍ବା ବିଫଳ ହୋଇପାରେ। ଦେଶର ବ୍ୟାଙ୍କିଂ ସର୍ଭରଗୁଡ଼ିକର ସମୟ ସମନୱିତ ହେଲେ ଏପରି ସମସ୍ୟା କମିବାର ଆଶା କରାଯାଉଛି। ଏହା ସହ ଡିଜିଟାଲ ଠକେଇର ତଦନ୍ତରେ ମଧ୍ୟ ସଠିକ ଟାଇମଷ୍ଟାମ୍ପ୍‌ ଗୁରୁତ୍ୱପୂର୍ଣ୍ଣ ହେବ।

ତତ୍କାଳ ଟିକେଟ ବୁକିଂ ସମୟରେ ସର୍ଭର ଓ ବ୍ୟବହାରକାରୀଙ୍କ ଡିଭାଇସ ମଧ୍ୟରେ ସମୟର ପାର୍ଥକ୍ୟ ନେଇ ସମସ୍ୟା ଦେଖାଦେଇପାରେ। ନୂଆ ବ୍ୟବସ୍ଥାରେ ସମୟର ସମନୱୟ ଅଧିକ ସଠିକ ହେଲେ ତତ୍କାଳ ଟିକେଟ ବୁକିଂରେ ମଧ୍ୟ ସ୍ବଚ୍ଛତା ଓ ସମାନ ସୁଯୋଗ ମିଳିବାର ଆଶା ରହିଛି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri