ବଜେଟ-୨୦୨୦: ବାଣିଜ୍ୟ-ଉଦ୍ୟୋଗ ପାଇଁ ୨୭,୩୦୦ କୋଟି

ଏପ୍ରିଲରୁ ସହଜ ଜିଏସ୍‌ଟି ରିଟର୍ନ ଦାଖଲ
ବାଣିଜ୍ୟ ଓ ଉଦ୍ୟୋଗର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ଚଳିତ ବଜେଟ୍‌ରେ ୨୭ ହଜାର ୩୦୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏଥିରେ କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ପାଇଁ ସହାୟକ ଋଣ ବ୍ୟବସ୍ଥା ପାଇଁ ନୂଆ ଯୋଜନା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ୧.୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ପେନସନ ଲାଭ ମିଳିବ। ଏପ୍ରିଲ ୨୦୨୦ରୁ ଜିଏସ୍‌ଟି ରିଟର୍ନ ଦାଖଲ କରିବା ପାଇଁ ସହଜ ପ୍ରକ୍ରିୟା ଆରମ୍ଭ କରାଯିବ। ୫ଟି ନୂଆ ସ୍ମାର୍ଟସିଟି କରାଯିବା ପ୍ରସ୍ତାବ ରହିଛି, ଯାହା ପିପିପି (ପବ୍ଲିକ ପ୍ରାଇଭେଟ୍‌ ପାର୍ଟନରଶିପ୍‌)ରେ କରାଯିବ। ଏହା ଏଭଳି ସହର ହେବ ଯେଉଁଠି ନିବେଶକୁ ଅଧିକ ସୁଯୋଗ ଓ ଗୁରୁତ୍ୱ ମିଳିବ। ରପ୍ତାନି କାରବାରରେ ନୂଆ କରି ଏକ ଯୋଜନା ନିର୍ଭୀକ ବୀମା ବ୍ୟବସ୍ଥା ହେବ, ଯେଉଁଥିରେ କମ୍‌ ପ୍ରିୟିୟମ୍‌ରେ ଅଧିକ ସୁବିଧା ଓ ନିରାପତ୍ତା ମିଳିପାରିବ। ରପ୍ତାନି କ୍ଷେତ୍ରରେ ଡିଜିଟାଲ ରିଫଣ୍ଡ ସୁବିଧା ମିଳିବ। ବିଜୁଳି ବିଲ୍‌, ପରିବହନ ଖର୍ଚ୍ଚରେ ରିହାତି ଦେବାର ଯୋଜନା ଏଥର ଲାଗୁହେବ। ପ୍ରତି ଜିଲାରେ ଏକ୍ସପୋର୍ଟ ହବ୍‌ ପ୍ରତିଷ୍ଠା କରାଯିବାର ମଧ୍ୟ ପ୍ରସ୍ତାବ ରହିଛି। ପ୍ରଧାନମନ୍ତ୍ରୀ ଜିରୋ ଡିଫେକ୍ଟ ପଲିସି ବା ଶୂନ୍ୟ ପ୍ରଭାବ ନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସବୁ ମନ୍ତ୍ରଣାଳୟ ଚଳିତ ବର୍ଷ କ୍ୱାଲିଟି ଷ୍ଟାଣ୍ଡାର୍ଡ଼ ଅର୍ଡର ଜାରି କରିବେ। ସେହିପରି ଇନଭେଷ୍ଟମେଣ୍ଟ କ୍ଲିୟରାନ୍ସ ସେଲ୍‌ର ପରିକଳ୍ପନା କରାଯାଇଛି, ଯେଉଁଥିରେ ନିବେଶ ସମ୍ପର୍କିତ ପରାମର୍ଶ ଓ ଲ୍ୟାଣ୍ଡ ବ୍ୟାଙ୍କ ସମ୍ପର୍କରେ ସୂଚନା ମିଳିପାରିବ। ଏହି ସେଲ୍‌ରେ ୫ଟି ନୂତନ ଇକୋନମିକ କରିଡର, ମ୍ୟାନୁଫାକ୍ଚରିଂ ୟୁନିଟ୍‌ସର ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ରହିବ। ସେହିପରି ବ୍ୟବସାୟୀଙ୍କ ସୁବିଧା ପାଇଁ ଟିକସଦାତା ଚାର୍ଟର ଘୋଷଣା ହେବ। ମୋଦି ସରକାର ଟିକସଦାତାଙ୍କୁ ଯେକୌଣସି ପ୍ରକାର ଚିନ୍ତାରୁ ମୁକ୍ତ କରିବା ପାଇଁ ପ୍ରତିବଦ୍ଧ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କମ୍ପାନିଗୁଡ଼ିକୁ ଆଶ୍ୱସ୍ତ କରିବା ପାଇଁ ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସକୁ ସମାପ୍ତ କରିବା ପାଇଁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ଭାରତରେ ଉତ୍ପାଦନକୁ ଗୁରୁତ୍ୱ: ସ୍ଥାପନ ହେବ ନ୍ୟାଶନାଲ ଟେକନିକାଲ ଟେକ୍ସଟାଇଲ ମିଶନ

ଭାରତରେ ଘରୋଇ ବିନିର୍ମାଣର ଆବଶ୍ୟକତା ଥିବାବେଳେ ଇଲେକ୍ଟ୍ରୋନିକ ମାନୁଫାକ୍ଚରିଂ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ରହିଛି। ତେଣୁ ଭାରତରେ ଯଥେଷ୍ଟ ମେଡିକାଲ ଉପକରଣ ପ୍ରସ୍ତୁତି ଉପରେ ସରକାର ଗୁରୁତ୍ୱ ଦେବେ। ଏଥିପାଇଁ ଯୋଜନା ଶୀଘ୍ର ଘୋଷଣା କରାଯିବ। ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂ ଇଣ୍ଡଷ୍ଟ୍ରି ବା ବୈଦ୍ୟୁତିକ ଉତ୍ପାଦନ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯିବ। ମୋବାଇଲ ଫୋନ୍‌, ବୈଦ୍ୟୁତିକ ଉପକରଣ ଏବଂ ସେମିକଣ୍ଡକ୍ଟର ପ୍ୟାକେଜିଂର ଉତ୍ପାଦନ ବଢ଼ାଇବା ଭଳି ଯୋଜନାର ଘୋଷଣା ହେବ। ଆଗାମୀ ୪ ବର୍ଷରେ ଆମଦାନୀ କମାଇବା ପାଇଁ ନ୍ୟାସନାଲ ଟେକନିକାଲ ଟେକ୍ସଟାଇଲ ମିଶନ ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି, ଯେଉଁଥିରେ ୧୪୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

କର୍ପୋରେଟ୍‌ ଟାକ୍ସ କୋହଳ
ଭାରତରେ ନିବେଶ ପାଇଁ ନିବେଶକଙ୍କୁ ଆକର୍ଷିତ କରିବାକୁ କର୍ପୋରେଟ୍‌ ଟାକ୍ସ କୋହଳ କରାଯିବ। ନୂଆ କମ୍ପାନିଗୁଡ଼ିକ ପାଇଁ କର୍ପୋରେଟ୍‌ ଟାକ୍ସକୁ ହ୍ରାସ କରାଯାଇ ୧୫ ପ୍ରତିଶତ କରାଯାଇଛି। ଚାଲୁ ରହିଥିବା କମ୍ପାନିଗୁଡ଼ିକ ପାଇଁ ଏହି ଟାକ୍ସ କମାଯାଇ ୨୨ ପ୍ରତିଶତ କରାଯାଇଛି।

ଷ୍ଟାର୍ଟଅପ୍‌କୁ ଗୁରୁତ୍ୱ, ବଢ଼ିଲା ଟର୍ନଓଭର ଲିମିଟ୍‌
ଚଳିତ ବଜେଟ୍‌ରେ ଷ୍ଟାର୍ଟଅପ୍‌କୁ ଗୁରୁତ୍ୱ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରାମନ କହିଛନ୍ତି- ଷ୍ଟାର୍ଟଅପ୍‌ ହେଉଛି ବିକାଶର ଇଞ୍ଜିନ। ଷ୍ଟାର୍ଟଅପ୍‌ ପାଇଁ ରହିଥିବା ଟର୍ନଓଭର ଲିମିଟ୍‌ ୨୫ କୋଟିରୁ ବୃଦ୍ଧି କରାଯାଇ ୧୦୦ କୋଟି କରାଯିବାର ପ୍ରସ୍ତାବ ରହିଛି। ସେହିପରି ୫ ବର୍ଷ ପାଇଁ ଷ୍ଟାର୍ଟଅପ୍‌କୁ ଶୁଳ୍କ ପଇଠରେ ମହଲତ ଦିଆଯିବ। ଷ୍ଟାର୍ଟଅପ୍‌ ପାଇଁ ବିକଶିତ ହେବ ଡିଜିଟାଲ ପ୍ଲାଟଫର୍ମ। ଦେଶବ୍ୟାପୀ ଡାଟା ସେଣ୍ଟର ପାର୍କ କରାଯିବ।

ସ୍କିଲ୍‌ ଇଣ୍ଡିଆ ପାଇଁ ୩ ହଜାର କୋଟି
ଦେଶର ଯୁବପିଢ଼ିଙ୍କୁ ବିଭିନ୍ନ ପ୍ରକାର ଦକ୍ଷତା ତାଲିମ ଦେବା ପାଇଁ ‘ସ୍କିଲ ଇଣ୍ଡିଆ’ ଯୋଜନାରେ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର। ବିଦେଶରେ ଶିକ୍ଷକ, ପାରାମେଡିକାଲ କର୍ମଚାରୀ, ସେବିକାଙ୍କ ବିପୁଳ ଚାହିଦା ରହିଛି। କିନ୍ତୁ ସେମାନଙ୍କ ଦକ୍ଷତା ନିଯୁକ୍ତିଦାତାଙ୍କ ଚାହିଦା ମୁତାବକ ହୋଇପାରୁ ନାହିଁ। ତେଣୁ ସରକାର ସେମାନଙ୍କର ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri