ଫ୍ରାନ୍ସ, ଜର୍ମାନୀକୁ ଟପିଲା ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୮ା୫: ମହାମାରୀ କରୋନା ଭୂତାଣୁ ବିଶ୍ୱରେ କଳାବାଦଲ ଢ଼ାଙ୍କିଦେଇଛି। ଏହି ପ୍ରାଣଘାତୀ ରୋଗରୁ ମୁକୁଳିବା ଲାଗି ସଂଗ୍ରାମ ଜାରି ରହିଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୮.୫୬ ଲକ୍ଷରେ ପହଞ୍ଚିଲାଣି। ବିଶ୍ୱରେ ଗୁରୁବାର ସୁଦ୍ଧା ମୋଟ ୨.୬୬ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା ବେଳେ ଆମେରିକା, ୟୁରୋପ ଭଳି ରୁଷିଆ ସ୍ଥିତି ମଧ୍ୟ ଅସମ୍ଭାଳ ହେଲାଣି। ଗୁରୁବାର ରୁଷିଆରେ ଫ୍ରାନ୍ସ ଓ ଜର୍ମାନୀଠାରୁ ଅଧିକ ସଂକ୍ରମିତ ବ୍ୟକ୍ତି ଥିବା ଜଣାପଡ଼ିଛି। ଆମେରିକା, ସ୍ପେନ୍‌, ଇଟାଲୀ ଓ ବ୍ରିଟେନ ପରେ ସର୍ବାଧିକ ଆକ୍ରାନ୍ତ ରୁଷିଆରେ ଚିହ୍ନଟ କରାଯାଇଛି। ଏବେ ରୁଷିଆରେ ୧,୭୭,୧୬୦ ସଂକ୍ରମିତ ଥିବା ପ୍ରକାଶ। ୧,୬୨୫ ଜଣଙ୍କ ଜୀବନ ଏଠାରେ ଗଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଗୁରୁବାର ୮୮ ଲୋକଙ୍କ ଏଠାରେ ପ୍ରାଣ ଯାଇଛି। କ୍ରମବର୍ଦ୍ଧିଷ୍ଣୁ ମାମଲାକୁ ନେଇ ରୁଷିଆର ଚିନ୍ତା ବଢ଼ିଯାଇଛି।
ଆମେରିକାରେ ସର୍ବାଧିକ ୧୨,୬୭ ଲକ୍ଷ ଲୋକ କରୋନା ସଂକ୍ରମିତ ଥିବା ବେଳେ ୭୫ ହଜାର ଲୋକଙ୍କ ଜୀବନ ଗଲାଣି। ଗୋଟିଏ ଦିନରେ ଏଠି ପ୍ରାୟ ୪ ହଜାର ମାମଲା ସାମ୍ନାକୁ ଆସିଛି। ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨.୫୭ ଲକ୍ଷରେ ପହଞ୍ଚିଥିବା ବେଳେ ୨୬, ୦୬୦ ଲୋକ ମଲେଣି। ଇଟାଲୀରେ ୨୯,୬୯୦ ଜଣ ଜୀବନ ହାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୨.୧୪ ଲକ୍ଷରୁ ଅଧିକ ହେଲାଣି। ବ୍ରିଟେନରେ ଅନୁରୂପ ସ୍ଥିତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨.୦୧ ଲକ୍ଷ ଥିବାବେଳେ ୩୦,୦୭୬ ମୁଣ୍ଡ ଗଡ଼ିଲାଣି। ଏହା ପରେ ରୁଷିଆ ସର୍ବାଧିକ ସଂକ୍ରମିତ ବ୍ୟକ୍ତିଙ୍କ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଫ୍ରାନ୍ସରେ ୧.୭୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନା ପୀଡ଼ିତ ଥିବାବେଳେ ମୃତ୍ୟୁସଂଖ୍ୟା ୨୫,୮୦୯ରେ ପହଞ୍ଚିଛି। ଜର୍ମାନୀରେ ୧.୬୮ ଲକ୍ଷ, ତୁର୍କୀରେ ୧.୩୧ ଲକ୍ଷ, ବ୍ରାଜିଲରେ ୧.୨୭ ଲକ୍ଷ, ଇରାନରେ ୧.୦୩ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜର୍ମାନୀରେ ୭,୩୨୨, ବ୍ରାଜିଲରେ ୮,୬୦୫, ତୁର୍କୀରେ ୩,୫୮୪, ଇରାନରେ ୬,୪୮୪, ଚାଇନାରେ ୪,୬୩୩, କାନାଡ଼ାରେ ୪,୨୮୦, ବେଲଜିୟମରେ ୮,୪୧୫, ନେଦରଲାଣ୍ଡ୍ସରେ ୫, ୨୮୮, ସ୍ବିଡେନରେ ୩,୦୪୦ କୁ ବୃଦ୍ଧିପାଇଛି। ପରିସ୍ଥିତି କ୍ରମଶଃ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବିଶ୍ୱର ୨୧୨ ଦେଶ ଏକପ୍ରକାର ଅକାମୀ ହୋଇପଡ଼ିଛି। ଅର୍ଥନୀତି ଭୁଶୁଡ଼ି ପଡ଼ିବା ସହ ଲୋକମାନଙ୍କ ମଧ୍ୟରେ କେକୁଆ ଭୟ ସୃଷ୍ଟିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଲା ଚାଇନା…

ବେଜିଂ,୩।୧ : ଆମେରିକା-ଭାରତ ସମେତ ଅନେକ ଦେଶର କାର୍ଯ୍ୟକଳାପରେ ଚାଇନା ଉତ୍ତେଜିତ ହୋଇ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ଗତ ମାସରେ ଜିରୋ...

ଖୁବ୍‌ଶୀଘ୍ର ପାକିସ୍ତାନକୁ କବ୍‌ଜା କରିବାକୁ ଘୋଷଣା କଲା ଆତଙ୍କବାଦୀ ସଂଗଠନ ଟିଟିପି

ଇସଲାମାବାଦ୍‌,୩୧।୧: ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ନିକଟରେ ଏକ ଅଡିଓ ରିଲିଜ କରିଛି। ଏହି ଅଡିଓ ବାର୍ତ୍ତାରେ ତେହେରିକ-ଇ-ତାଲିବାନର ଜଣେ ପ୍ରମୁଖ ନେତା ଶେଖ ଅବଦୁଲ୍ଲା...

ପ୍ରବଳ ତାତି ଉଜାଡ଼ିଲା ପର୍ଯ୍ୟଟନ ଶିଳ୍ପ: ୟୁରୋପରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ପ୍ରତିଶତ କମିଲା…

ଓ୍ବାଶିଂଟନ,୧୯।୭ : ୟୁରୋପରେ ବର୍ତ୍ତମାନ ଅତ୍ୟଧିକ ଉତ୍ତାପ ସମସ୍ୟାର ସାମ୍ନା କରୁଛି। ଇଟାଲୀରେ ଅବସ୍ଥା ବିଶେଷ ଖରାପ, ଯେଉଁଠାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ...

୧୦୦ କି.ମି. ଚାଲିଲେ ୫ ଯୁବକ

ପିପିଲି,୧୮ା୪(ଡି.ଏନ.ଏ): ଚାଲିବାକୁ ବଳ ପାଉନାହିଁ। ତଥାପି କଷ୍ଟେମଷ୍ଟେ ପାଦ ପକାଇବାକୁ ପଡ଼ୁଛି। ଭୋକ ବାଟ କଢାଇ ନେଉଛି। ଢେଙ୍କାନାଳରୁ ପିପିଲି ପାଖାପାଖି ୧୦୦ କିମି ଚାଲି...

ସାମାଜିକ ଦୁରତ୍ୱ ପାଳନ ନ କଲେ ଦୋକାନ ହେବ ସିଲ୍‌

ବାରିପଦା ଅଫିସ,୬ା୪: ମୟୂରଭଞ୍ଜ ଜିଲାରେ ଥିବା ସମସ୍ତ ମାର୍କେଟ ଓ ଦୋକାନଗୁଡ଼ିକ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି

ଏଥେନ୍ସ୍‌,୧୨।୨: ଗୀସ୍‌ର ଏଥେନ୍ସ୍‌ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା।  ଏଥିରେ ଅନ୍ୟକୁ କିିଭଳି...

ଆଫଗାନିସ୍ତାନର ଅଣ-ନାଟୋ ମାନ୍ୟତା ରଦ୍ଦ କଲା ଆମେରିକା…

ଓ୍ବାଶିଂଟନ, ୨୪।୯ : ଆଫଗାନିସ୍ତାନରୁ ସାମରିକ ପ୍ରତ୍ୟାହାର ଏବଂ ତାଲିବାନ ଶାସନ ପରେ ଆମେରିକା ଧୀରେ ଧୀରେ ଏହି ଦେଶ ସହିତ ନିଜର ସମ୍ପର୍କ ଭାଙ୍ଗୁଛି।...

Advertisement
Archives

Model This Week