ଫୋର୍ବସ ପ୍ରଭାବଶାଳୀ ମହିଳା ତାଲିକାରେ ସୀତାରାମନ

ନୂଆଦିଲ୍ଲୀ,୧୪-୧୨: ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ସବୁଠାରୁ ପ୍ରଭାବଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩୪ତମ ସ୍ଥାନରେ ରହିଛନ୍ତି। ସେହିଭଳି ଅନ୍ୟ ଭାରତୀୟ ମହିଳାଙ୍କ ମଧ୍ୟରେ ଏଚ୍‌ସିଏଲ୍‌ କର୍ପୋରେଶନର ସିଇଓ ତଥା କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ରୋଶନୀ ନାଦାର ମାଲହୋତ୍ରା, ବାୟୋକନ ପ୍ରତିଷ୍ଠାତା କିରନ ମଜୁମଦାର ଶ ଏହି ତାଲିକାରେ ଯଥାକ୍ରମେ ୫୪ ଏବଂ ୬୫ତମ ସ୍ଥାନରେ ରହିଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ଜର୍ମାନୀର ଚାନସେଲର ଆଞ୍ଜେଲା ମାର୍କେଲ ଏବଂ ଦ୍ୱିତୀୟରେ ୟୁରୋପିୟାନ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି ଥିବା କ୍ରିଷ୍ଟନ ଲାଗାର୍ଡେ ରହିଛନ୍ତି। ତୃତୀୟରେ ଆମେରିକା ହାଉସ ଅଫ୍‌ ରିପ୍ରେସେଣ୍ଟେଟିଭର ବାଚସ୍ପତି ନାନସି ପେଲୋସି ଅଛନ୍ତି। ୨୯ତମ ସ୍ଥାନରେ ବାଂଲାଦେଶ ରାଷ୍ଟ୍ରପତି ସେଖ ହାସିନା ସ୍ଥାନୀତ ହୋଇଛନ୍ତି। ତାଲିକାରେ ପ୍ରଥମଥର ଲାଗି ସ୍ଥାନ ପାଇଥିବା ନିର୍ମଳା ଏବେ ଭାରତର ଅର୍ଥମନ୍ତ୍ରୀ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଛନ୍ତି। ତାଲିକାର ୬ଷ୍ଠ ସ୍ଥାନରେ ବିଲ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନ କୋ ଚେୟାର ମିଲିଣ୍ଡା ଗେଟ୍‌ସ, ୯ମରେ ଆଇବିଏମ୍‌ ସିଇଓ ଗିନି ରୋମେତି, ୧୮ତମରେ ଫେସବୁକ ସିଓଓ ସେର୍ଲି ସ୍ୟାଣ୍ଡବର୍ଗ, ୩୮ତମ ସ୍ଥାନରେ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡେନ, ୪୨ତମ ସ୍ଥାନରେ ଇଭାଙ୍କା ଟ୍ରମ୍ପ, ୬୧ତମରେ ଗାୟିକା ରିହାନା, ୬୬ତମ ସ୍ଥାନରେ ବେୟୋନ୍ସ, ୭୧ତମରେ ଟେଲର ସ୍ବିଫ୍ଟ, ୮୧ ତମରେ ଟେନିସ ଷ୍ଟାର ସେରେନା ଓ୍ବିଲିୟମ୍ସ ଏବଂ ୧୦ତମ ସ୍ଥାନରେ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବନି ଆଇଟି ରିଟର୍ନ ଅବଧି

ନୂଆଦିଲ୍ଲୀ: ଫେବୃୟାରୀ ୧୫ର ଆୟକର ରଟର୍ନ ଅବଧିକୁ ସରକାର ଆଉ ବଢ଼ାଇବେ ନାହିଁ। ଏହି ରିଟର୍ନ ଫାଇଲିଂ ତାରିଖକୁ ବଢାଇବା ଲାଗି କେତେକ ମହଲରୁ ଦାବି...

ଯାନ ପଞ୍ଜୀକରଣ ୯.୬୬% କମିଲା

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଯାନ ପଞ୍ଜୀକରଣ ୯.୬୬% ହ୍ରାସ ହୋଇଛି। ଡିସେମ୍ବରରେ ଏଥିରେ ଉନ୍ନତି ଆସିଥିଲା। ଟ୍ରାକ୍ଟରକୁ ଛାଡିଦେଲେ ଅନ୍ୟ ସବୁ ବର୍ଗରେ ଯାନ ବିକ୍ରି...

ସଡ଼କ ଦୁର୍ଘଟଣା, ଗାଡି ଚୋରି ରୋକିବା ଲାଗି ପେଟେଣ୍ଟ ଆବେଦନ କଲେ ୭ମ ଶ୍ରେଣୀ ଛାତ୍ର

ନୂଆଦିଲ୍ଲୀ,୨୯-୭: ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ସଡ଼କ ଦୁର୍ଘଟଣା ତଥା ଗାଡି ଚୋରି ରୋକିବା ଲାଗି କେତେକ ଆପ୍‌ ତିଆରି କରିଛନ୍ତି। ମାତ୍ର ୧୨...

ଭାରି ପଡୁଛି ଟିକସ ବୋଝ; ୧୮.୨୮ ଟଙ୍କାରେ ମିଳନ୍ତା ପେଟ୍ରୋଲ

ନୂଆଦିଲ୍ଲୀ,୭।୫: ତେଲ ଉପରେ ଟିକସ ବୋଝ ଭାରି ପଡୁଛି। ଅଧିକ ଟିକସ ରହିବା ଯୋଗୁ ଗ୍ରାହକଙ୍କୁ ଚଢା ଦରରେ ପେଟ୍ରୋଲ ଡିଜେଲ କିଣିବାକୁ ପଡୁଛି। ଅନ୍ତର୍ଜାତୀୟ...

ଶ୍ରମିକଙ୍କୁ କାର୍ଯ୍ୟସ୍ଥଳକୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ,୩୧।୫: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ସାମ୍ନାରେ ବିଭିନ୍ନ ଚ୍ୟାଲେଞ୍ଜ ରହିଛି। ଲକ୍‌ଡାଉନ ଶେଷ ହେବା ପରେ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ପୁଣି ଥରେ...

୩.୩୮ ଲକ୍ଷରୁ ଉର୍ଦ୍ଧ୍ୱ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ

ନୂଆଦିଲ୍ଲୀ, ୩-୧୨: ଗତ ୨ ଆର୍ଥତ୍କ ବର୍ଷରେ ସରକାର ୩.୩୮ ଲକ୍ଷ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ କରିବା ସହ ସରକାରୀ ରେକର୍ଡରୁ ହଟାଇଛନ୍ତି। ଏହି କମ୍ପାନୀଗୁଡିକ...

୧୦୦ରୁ ଊର୍ଦ୍ଧ୍ୱ ଟିସିଏସ୍‌ କର୍ମଚାରୀ କୋଟିପତି

ବେଙ୍ଗାଲୁରୁ,୧୪-୬: ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ରେ କୋଟିପତି କର୍ମଚାରୀଙ୍କ ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ କର୍ମଚାରୀ ନିଜ କ୍ୟାରିୟର ଏହି...

୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଓ୍ବାଶିଂଟନ୍‌,୫।୧: ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବାକୁ କମ୍ପାନୀ ଏହି ପଦକ୍ଷେପ ନେଉଛି। କମ୍ପାନୀର...

Advertisement
Archives

Model This Week