ଫାଇଲେରିଆର ପ୍ରାଦୁର୍ଭାବ

”ଫାଇଲେରିଆ ଗୋଟିଏ ମଶା ବାହକ ରୋଗ। ଅସ୍ବାସ୍ଥ୍ୟକର ପରିବେଶ ଓ ଢାଙ୍କୁଣି ନ ଥିବା ନର୍ଦ୍ଦମା ପାଣିରେ ମଶାମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି। ଏହି ରୋଗରେ ମୃତ୍ୟୁହାର ନଗଣ୍ୟ ହୋଇଥିବାରୁ ପ୍ରଶାସନ ଉଦାସୀନ। ରୋଗୀ ସାରା ଜୀବନ ଜ୍ୱର ଓ ଯନ୍ତ୍ରଣା ଭୋଗ କରେ। ଗୋଦର ଗୋଡ଼ରୁ ଜୀବିକା ହରାଏ। ଆର୍ଥିକ ଅନଟନ, ପାରିବାରିକ ଅବହେଳା ଓ ସାମାଜିକ ବାସନ୍ଦ ଜୀବନକୁ ଦୁର୍ବିଷହ କରିପକାଏ।“

ଫାଇଲେରିଆ ଗୋଟିଏ ମଶା ବାହକ ରୋଗ। ଅସ୍ବାସ୍ଥ୍ୟକର ପରିବେଶ ଓ ଢାଙ୍କୁଣି ନ ଥିବା ନର୍ଦ୍ଦମା ପାଣିରେ ମଶାମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି। ଏହି ରୋଗରେ ମୃତ୍ୟୁହାର ନଗଣ୍ୟ ହୋଇଥିବାରୁ ପ୍ରଶାସନ ଉଦାସୀନ। ରୋଗୀ ସାରା ଜୀବନ ଜ୍ୱର ଓ ଯନ୍ତ୍ରଣା ଭୋଗ କରେ। ଗୋଦର ଗୋଡ଼ରୁ ଜୀବିକା ହରାଏ। ଆର୍ଥିକ ଅନଟନ, ପାରିବାରିକ ଅବହେଳା ଓ ସାମାଜିକ ବାସନ୍ଦ ଜୀବନକୁ ଦୁର୍ବିଷହ କରିପକାଏ। ଏହି ରୋଗ ଭାରତରୁ ୨୦୨୫ ସୁଦ୍ଧା ନିରାକରଣ କରିବା ପାଇଁ ସରକାର ଓ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଯୋଜନା ସ୍ଥିର କରିଛନ୍ତି। ଏହାର ସଫଳତା ସମୟ ହିଁ କହିବ। ସ୍ଥାୟୀ ଭାବରେ ଅସୁସ୍ଥ ରୋଗୀମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେମାନଙ୍କର ଚିକିତ୍ସା, ଥଇଥାନ, ଆର୍ଥିକ ସହାୟତା ଓ ସମାଜରେ ସାଧାରଣ ନାଗରିକ ଭାବରେ ବଞ୍ଚତ୍ବାର ଅଧିକାର ପାଇଁ ପ୍ରଶାସନ ଚିନ୍ତା କରୁନାହାନ୍ତି। ଆମ ଦେଶରେ ଏହିପରି ୧୫ ନିୟୁତ ରୋଗୀ ମୁମୂର୍ଷୁ ଅବସ୍ଥାରେ ଅଛନ୍ତି। ସେମାନେ ଅବହେଳିତ ଓ ନିଷ୍ପେଷିତ ଜୀବନଯାପନ କରୁଛନ୍ତି। ପାଦରେ ଘା’ ହୋଇ ସବୁବେଳେ ପୂଜ ଓ ପାଣି ବାହାରୁଛି। ପୋକ ବାହାରୁଛନ୍ତି। ଘା’ ଶୁଖୁ ନାହିଁ। ଚାଲିବାରେ କଷ୍ଟ ହେଉଛି। ଡାକ୍ତରଖାନାରେ ରହି ଚିକିତ୍ସା ପାଇଁ ବ୍ୟବସ୍ଥା ନାହିଁ। ମନ୍ଦିର ପାଖରେ ଓ ରାସ୍ତା କଡ଼ରେ ଭିକ ମାଗି ଜୀବନ ନିର୍ବାହ କରୁଛନ୍ତି।
ଗୋଡ଼-ହାତ ଫୁଲା କେବଳ ଫାଇଲେରିଆ ରୋଗର ଲକ୍ଷଣ ନୁହେଁ। ଧଳା ଓ ରକ୍ତ ପରିସ୍ରା, ଶୁକ୍ରରେ ରକ୍ତ ପଡ଼ିବା, ଶୁଖିଲା କାଶ ସହିତ ଛାତିରେ ଯନ୍ତ୍ରଣା ହେବା, ଅଣ୍ଟା ଓ ପିଠିର ତଳ ଭାଗରେ କଷ୍ଟ ହେବା, ଗଣ୍ଠି ଦରଜ ହୋଇ ବିନ୍ଧିବା ଇତ୍ୟାଦି ଏହି ରୋଗର ନିଦାନ। ଫୁସ୍‌ଫୁସ୍‌ରେ ଏହି ରୋଗର ପରଜୀବୀ ରହି ପ୍ରଦାହ କରେ ଓ ଆଲର୍ଜି ହୋଇ ସବୁବେଳେ ଶୁଖିଲା କାଶ ଲାଗିରହେ। ଆଣ୍ଟିବାୟୋଟିକ୍‌ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୁଏ ନାହିଁ। ଏମାନେ ଶରୀରରେ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ ରହନ୍ତି। ତେଣୁ ଚିକିତ୍ସା ଦୀର୍ଘଦିନ କରିବା ଆବଶ୍ୟକ।
ପୁରୁଷମାନଙ୍କର ଅଣ୍ଡକୋଷ, ଶୁକ୍ରବାହୀ ନଳୀ ଏବଂ ମହିଳାମାନଙ୍କର ସ୍ତନରେ ପ୍ରଦାହ ବହୁଦିନ ଲାଗି ରହିବା ଫଳରେ ଆକାର ଧୀରେ ଧୀରେ ବୃଦ୍ଧିହୁଏ। ଶୁକ୍ରବାହୀ ନଳୀ ସଙ୍କୁଚିତ ହୋଇ ଏହାର ଭିତର ରନ୍ଧ୍ର ବନ୍ଦ ହୋଇଯାଏ। ଫଳରେ ଶୁକ୍ର ନିର୍ଗତ ହୋଇପାରେ ନାହିଁ। ଏହା ପୁରୁଷ ବନ୍ଧ୍ୟାର କାରଣ। ଗୋଦର ଗୋଡ଼କୁ ଅପରେଶନ କରିବା ଅନୁଚିତ। ଏହା କଲେ ସବୁଦିନ ପାଇଁ ହସିକା ନଳୀ ଓ ଗ୍ରନ୍ଥିଗୁଡ଼ିକ ନଷ୍ଟ ହୋଇଯାଏ। ଇସିକା ପ୍ରଦାହ ବନ୍ଦ ହୋଇଯିବାରୁ ଗୋଡ଼ର ଫୁଲା କ୍ରମାନ୍ବୟେ ବୃଦ୍ଧି ହୋଇ ହାତୀଗୋଡ଼ ଆକାର ହୋଇଯାଏ। ତେଣୁ ଏହାକୁ ‘ଏଲିଫାଣ୍ଟଏଡ଼’ ଗୋଡ଼ କୁହାଯାଏ। ଘା’ ନ ଶୁଖି ସବୁବେଳେ ପାଣି ଓ ପୂଜ ବାହାରି ଦୁର୍ଗନ୍ଧ ହୁଏ। ତେଣୁ ଏହି ରୋଗୀମାନେ ସମାଜରେ ବାସନ୍ଦ ହୋଇଯାଆନ୍ତି।
ପ୍ରଶାସନକୁ ଅନୁରୋଧ, ପୁରାତନ ଫାଇଲେରିଆ ରୋଗୀମାନଙ୍କ ପାଇଁ ସୁଚିକିତ୍ସା ଓ ଥଇଥାନର ବ୍ୟବସ୍ଥା କରନ୍ତୁ। ରୋଗ ନିରାକରଣ ସହିତ ଦୀର୍ଘସ୍ଥାୟୀ ମୁମୂର୍ଷୁ ରୋଗୀମାନଙ୍କର ସ୍ଥାୟୀ ସେବା ଓ ଫଳପ୍ରଦ ଚିକିତ୍ସା ହେଉ।

ଡା. ଦ୍ୱିଜେଶ କୁମାର ପଣ୍ଡା
-ଫାଇଲେରିଆ ଓ ନିଦାନ ବିଶେଷଜ୍ଞ, ବରିଷ୍ଠ ବୈଜ୍ଞାନିକ
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର, ଫୋନ: (୦୬୭୪) ୨୫୪୨୯୩୪


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri