ଫସି ରହିଛନ୍ତି ଶତାଧିକ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କଟକଣା ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ୨୨ରୁ ଗୋଟିଏ ସପ୍ତାହ ଲାଗି ସମସ୍ତ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟ୍ରେନ୍‌ ଓ ବସ୍‌ ସେବା ମଧ୍ୟ ବ୍ୟାପକଭାବେ ପ୍ରଭାବିତ ହୋଇଛି। ଏଭଳିସ୍ଥଳେ ଓଡ଼ିଶାରେ ଫସି ରହିଛନ୍ତି ଶତାଧିକ ବିଦେଶୀ ପର୍ଯ୍ୟଟକ। ନିଜ ଦେଶକୁ ଫେରି ନ ପାରି ଏଣେ ତେଣେ ବୁଲୁଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିଲେ ଅଧିକାଂଶ ହୋଟେଲ ସେମାନଙ୍କୁ ରଖିବାକୁ ସିଧା ମନା କରିଦେଉଛନ୍ତି। ଏପରି କି ହାତରେ କୋଭିଡ୍‌-୧୯ ଟେଷ୍ଟ୍‌ ରିପୋର୍ଟ ଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ। ଯେତେ ନେହୁରା ହେଲେ ମଧ୍ୟ ରୁମ୍‌ ଦେବାକୁ କେହି ରାଜି ହେଉନାହାନ୍ତି। ସେହିଭଳି ଖାଇବାକୁ ଚାହିଁଲେ ହୋଟେଲ କର୍ତ୍ତୃପକ୍ଷ ମନା କରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ବିଦେଶୀ ପର୍ଯ୍ୟଟକମାନେ ଦିନସାରା ଏଠିସେଠି ବୁଲିବୁଲି ନିରାଶ ହୋଇ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି।
ନିକଟରେ ୟୁରୋପରୁ ଆସିଥିବା ଜଣେ ପର୍ଯ୍ୟଟକ ଏଭଳି ହଟହଟାର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। କରୋନା ପରୀକ୍ଷା ନେଗେଟିଭ୍‌ ରିପୋର୍ଟ ଦେଖାଇଥିଲେ ମଧ୍ୟ ତାଙ୍କୁ ହୋଟେଲ ମିଳି ନ ଥିଲା କି କ୍ୟାବ୍‌, ଅଟୋରେ ନେବାକୁ କେହି ରାଜି ହୋଇ ନ ଥିଲେ। ଏପରି କି ରେଷ୍ଟୁରାଣ୍ଟରେ ବସାଇ ଖାଇବାକୁ ଦେବାକୁ ମଧ୍ୟ କେହି ଚାହିଁ ନ ଥିଲେ। ଫଳରେ ଆଇଜି ପାର୍କରେ ପଡ଼ି ରହିଥିଲେ ଏହି ବିଦେଶୀ ପର୍ଯ୍ୟଟକ। ସୌଭାଗ୍ୟବଶତଃ ଖବରଦାତା ସତ୍ୟବ୍ରତ ଜେନାଙ୍କ ସହାୟତା ପରେ ସେ ନିଜ ଦେଶକୁ ଫେରିଥିବାବେଳେ ଏବେ ବି ଅନେକ ବିଦେଶୀ ପର୍ଯ୍ୟଟକ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶା ବୁଲିବାକୁ ଡେନ୍‌ମାର୍କରୁ ଆସିଥିବା ଏକ ପର୍ଯ୍ୟଟକ ଦଳ ରାଜ୍ୟରେ ଫସି ରହି ନାନା ହଟହଟାର ଶିକାର ହେଉଛନ୍ତି। ସେହିଭଳି ଇଟାଲୀ, ଇଂଲଣ୍ଡ, ଆମେରିକା, ଜର୍ମାନ ସମେତ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରୁ ଆସିଥିବା ପର୍ଯ୍ୟଟକ ଏବେ ବି ରାଜ୍ୟରେ ଫସି ରହିଛନ୍ତି। ଏନେଇ ପର୍ଯ୍ୟଟନ ବିଭାଗ ଅସନ୍ତୋଷ ପ୍ରକାଶ କରିଛି। ବିଦେଶୀ ପର୍ଯ୍ୟଟକମାନଙ୍କୁ ହୋଟେଲରେ ରହଣୀ ପାଇଁ ମନା ନ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଥିବାବେଳେ ଆବଶ୍ୟକ ସ୍ଥଳେ ପର୍ଯ୍ୟଟକଙ୍କ ସ୍କ୍ରିନିଂ ତଥା ମେଡିକାଲ ଟେଷ୍ଟିଂ କରିବାକୁ କୁହାଯାଇଛି। ବିଦେଶୀ ପର୍ଯ୍ୟଟକଙ୍କ ଡାଟାବେସ୍‌ ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ସମେତ ସ୍ଥାନୀୟ ପୋଲିସଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ବିଦେଶୀ ପର୍ଯ୍ୟଟକଙ୍କୁ ଯଦି କରୋନା ଆଳରେ କେହି ଅସଦାଚରଣ ନଜର ଆସେ ତା’ହେଲେ ସେମାନଙ୍କ ପ୍ରତି ଦୃଢରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଘୃଣା କରିବା ପରିବର୍ତ୍ତେ ମଣିଷପଣିଆ ଦେଖାଇବାକୁ ସେ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri