ପ୍ୟାକେଜ୍‌ ଆଶାରେ ଶିଳ୍ପଜଗତ

ନୂଆଦିଲ୍ଲୀ, ୧୫। ୪ : କରୋନା ଜନିତ ସଙ୍କଟକୁ କମ୍‌ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧିର ଆବଶ୍ୟକତାକୁ ଶିଳ୍ପ ଜଗତ ପକ୍ଷରୁ ସମର୍ଥନ କରାଯାଇଛି। ଏଭଳି ଏକ ପଦକ୍ଷେପର ଆବଶ୍ୟକତା ରହିଥିଲା ବୋଲି ଶିଳ୍ପଜଗତ ପକ୍ଷରୁ କୁହାଯାଇଛି। କୋଭିଡ୍‌-୧୯ ସାରା ଦେଶର ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ପହଞ୍ଚାଇଛି। ଏଭଳି ସ୍ଥିତିରେ ସରକାର ଶୀଘ୍ର ଆର୍ଥତ୍କ ପ୍ୟାକେଜ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ଶିଳ୍ପ ଜଗତ ପକ୍ଷରୁ ମତ ପ୍ରକାଶ ପାଇଛି। ବୁଧବାର ଠାରୁ ଲକ୍‌ଡାଉନ ସମ୍ପ୍ରସାରଣ କରାଯାଇଛି। ଚଳିତ ମାସ ୨୦ ପରଠାରୁ କେଉଁ କ୍ଷେତ୍ରକୁ ପରିଚାଳନା ଆଶ୍ୱସ୍ତି ମିଳିବ ସେ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
ଏବେ ସମଗ୍ର ଅର୍ଥ ବ୍ୟବସ୍ଥା ସହ ସାରା ଦେଶର ଦାଦନଶ୍ରମିକଙ୍କ ସମସ୍ୟା ବଢିଯାଇଛି। ଲୋକଙ୍କର ଜୀବନ ଏବଂ ଜୀବିକା ଏବେ ଦୋଛକିରେ ଥିବାରୁ ଲକ୍‌ଡାଉନ ଅବଧି ବଢିଥିବାରୁ ଲୋକଙ୍କ ଚିନ୍ତା ମଧ୍ୟ ବଢିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସି ଯୋଗେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିପଦ ନ ଥିବା କିଛି କ୍ଷେତ୍ରକୁ ପରିଚାଳନାକ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରିବା ଉପରେ ମୁଖ୍ୟମନ୍ତ୍ରୀମାନେ ଗୁରୁତ୍ୱାରୋପ କରିଛନ୍ତି। ଏବେ ସୁଦ୍ଧା ସରକାର ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହାବାଦ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ବୀମା ସୁବିଧା ମଧ୍ୟ ପ୍ରଦାନ କରାଯାଇଛି।
ଆଇଟି ଶିଳ୍ପ ସଂଘ ନାସକମ୍‌ ପକ୍ଷରୁ କୁହାଯାଇଛି ଯେ, ଦେଶର ଗ୍ରୀନ ଜୋନଗୁଡିକରେ କଟକଣା କୋହଳ ହେଲେ ଏହା ଆର୍ଥତ୍କ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଦିଗରେ ସହାୟକ ହେବ। ସରକାର ଯଦି ଶୀଘ୍ର ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରନ୍ତି ଏହା ଅର୍ଥ ବ୍ୟବସ୍ଥାର ପୁନର୍ଗଠନ ଦିଗରେ ସହାୟକ ହୋଇ ପାରିବ।
– ଲକ୍‌ଡାଉନ ପାଇଁ ସାରା ଦେଶର ଅର୍ଥ ବ୍ୟବସ୍ଥା ଦୈନିକ ପ୍ରାୟ ୪୦ ହଜାର କୋଟି କ୍ଷତି ସହୁଛି। ୨୧ ଦିନରେ ଏହା ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହେବ। ଲକ୍‌ଡାଉନ ପାଇଁ ପ୍ରାୟ ୪୦ ନିୟୁତ ଲୋକଙ୍କ ଜୀବିକା ଉପରେ କଳାବାଦଲ ଛାଇ ରହିଛି। ଏହାକୁ ବିଚାର କରି ଜରୁରୀ କାଳୀନ ଭିତ୍ତିରେ ପ୍ୟାକେଜର ଆବଶ୍ୟକତା ରହିଛି। ସରକାର ଯଦି ବିପଦ ନ ଥିବା ସ୍ଥାନଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପକୁ ଅନୁମତି ଦିଅନ୍ତି ତେବେ ଏହା ଉତ୍ପାଦନ କାର୍ଯ୍ୟକଳାପକୁ ବଢାଇବା ଦିଗରେ ସହାୟକ ହେବ।
-ସଙ୍ଗୀତା ରେଡ୍ଡୀ, ଫିକି ସଭାପତି
ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିରେ ଲକ୍‌ଡାଉନ ଅତ୍ୟନ୍ତ ଜରୁରୀ। ଏପ୍ରିଲ ୨୦ ପରେ ସରକାର ଯଦି ଆର୍ଥତ୍କ କାର୍ଯ୍ୟକଳାପକୁ ପର୍ଯ୍ୟାୟ ଭିତ୍ତିରେ ଅନୁମତି ଦିଅନ୍ତି ତେବେ ଏହା ଲାଭକାରୀ ହେବ।
– ଚନ୍ଦ୍ରଜୀତ ବାନାର୍ଜୀ, ସିଆଇଆଇ ମହାନିର୍ଦ୍ଦେଶକ

– ବର୍ତ୍ତମାନର ସମୟ ବଡ ଚ୍ୟାଲେଞ୍ଜିଂ। ଶିଳ୍ପ ଜଗତସାମ୍ନାରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଏହାକୁ ଚଳାଇ ନିଆଯାଉଛି। ସ୍ଥିତି ଆଗାମୀ ସପ୍ତାହ ଗୁଡିକରେ ଅସମ୍ଭାଳ ହେବା ନେଇ ଆଶଙ୍କା ଉପୁଜିଛି। ଏହାକୁ ବିଚାର କରି ସରକାର ଶୀଘ୍ର ପ୍ୟାକେଜ ବ୍ୟବସ୍ଥା କରିବା ଉଚିତ।
-ଆସୋଚାମ ମହାସଚିବ ଦୀପକ ସୁଦ

– ପ୍ରାତ୍ସାହନ ପ୍ୟାକେଜ ମୋଟ ଜିଡିପିର ୭% ହେବାରଆବଶ୍ୟତା ରହିଛି। ଏପରି ପଦକ୍ଷେପ ଦ୍ୱାରା ଜିଡ଼ିପିକୁ ୫% ହାରରେବିକାଶ କରିବା ସମ୍ଭବ ହୋଇ ପାରିବ। ଅର୍ଥ ବ୍ୟବସ୍ଥାକୁ ନୂଆଦିଗନ୍ତ ଦେବାରେ ଏହା ସହାୟକ ହେବ।
– ଡି.କେ.ଅଗ୍ରଓ୍ବାଲ, ପିଏଚ୍‌ଡି ଚାମ୍ବର ସଭାପତି

– କରୋନା ମୁକାବିଲା ଲାଗି ଲକ୍‌ଡାଉନ ଏବଂ ସାମାଜିକ ଦୂରତ୍ୱ ରକ୍ଷା ଦୁଇ ପ୍ରମୁଖ ଅସ୍ତ୍ର। ମାତ୍ର ଏହା ଦ୍ୱାରାଦେଶରଅର୍ଥବ୍ୟବସ୍ଥାଏବଂ ବାଣିଜ୍ୟ କାରବାର କ୍ଷତିଗ୍ରସ୍ତ ହୋଇଛି।
-ରତନପୁରୀ, ହିନ୍ଦୁସ୍ତାନ ପାଓ୍ବାର ଅଧ୍ୟକ୍ଷ

– ଲକ୍‌ଡାଉନ ବୃଦ୍ଧି ସ୍ବାଗତ ଯୋଗ୍ୟ। କୋଭିଡ-୧୯ଯୋଗୁ ଉପୁଜିଥିବା ସ୍ଥିତିରସମାଧାନଲାଗି ଏକ ସୁଚିନ୍ତିତିତ ଯୋଜନା ଆବଶ୍ୟକତା ରହିଛି। ଏପ୍ରିଲ ୨୦ ପରେ କେଉଁ ଅଞ୍ଚଳଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପ ଆରମ୍ଭ ହେବ ସେ ନେଇ ହେଉଥିବା ପ୍ରସ୍ତୁତି ମଧ୍ୟ ଅର୍ଥ ବ୍ୟବସ୍ଥା ଲାଗି ଶୁଭକାରୀ।
– ନବୀନ ଜିନ୍ଦଲ, ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri