‘ପ୍ରୋପା ଲେଡି’ରେ ଦୂତି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ପ୍ରଥମେ ‘କୌନ୍‌ ବନେଗା କରୋଡ୍‌ ପତି’ର ହଟ୍‌ ସିଟ୍‌ ଆଉ ତା’ପରେ ଭୋଗ୍‌ ‘ସ୍ପୋର୍ଟସ୍‌ ମ୍ୟାନ୍‌ ଅଫ୍‌ ଦି ଇୟର୍‌’। ଆଉ ଏବେ ପ୍ୟୁମାର ବହୁଚର୍ଚ୍ଚିତ ଆଡ୍‌ କ୍ୟାମ୍ପେନ୍‌ ‘ପ୍ରୋପା ଲେଡି’ରେ ନଜର ଆସିଛନ୍ତି ଧାବିକା ଦୂତି ଚାନ୍ଦ। ବିଶ୍ୱ ଦରବାରରେ ଭାରତର ନାମକୁ ଉଚ୍ଚ କରିଥିବା ଦୂତି ଏବେ ପାଲଟିଛନ୍ତି ଫେସ୍‌ ଅଫ୍‌ ଦି ନେଶନ୍‌। କ୍ରୀଡା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିବା ଏହି ଦ୍ରୁତତମ ଧାବିକା ଜର୍ମାନ୍‌ ମଲ୍ଟି ନ୍ୟାଶନାଲ କମ୍ପାନୀ ‘ପ୍ୟୁମା’ର ନୂଆ ଇଣ୍ଡିଆନ୍‌ କ୍ୟାମ୍ପେନ୍‌ରେ ଏକ ନୂଆ ରୂପରେ ନଜର ଆସିଛନ୍ତି। ମହିଳାଙ୍କ ପାଇଁ ଥିବା ସାମାଜିକ ପ୍ରତିବନ୍ଧକକୁ ଖାତିର ନ କରି ସେ କିଭଳି ଆଗକୁ ବଢ଼ିିଛନ୍ତି ଓ ନିଜର ସମଲିଙ୍ଗୀତ୍ୱକୁ ସ୍ବୀକାର କରିଛନ୍ତି ତାହା ତାଙ୍କ ବୋଲ୍ଡନେସ୍‌ର ପ୍ରମାଣ ଦେଇଥିବାବେଳେ ‘ପ୍ୟୁମା’ର ଏହି ନୂଆ ଆଡ୍‌ କ୍ୟାମ୍ପେନ୍‌ ତାହା ଦର୍ଶାଇଛି।
ପ୍ରପୋର ନୁହେଁ ପ୍ରୋପା। ଅର୍ଥାତ୍‌ ଠିକ୍‌ଭାବେ ବସ, ଧୀରେ କଥାକୁହ, ସିଧା ଚାଲ ଭଳି ମହିଳାଙ୍କ ପାଇଁ ରହିଥିବା ଚିରାଚରିତ ସାମାଜିକ ପ୍ରଥାକୁ ଖାତିର ନ କରି ନିଜ ଅଧିକାରକୁ ଉପଭୋଗ କର। ଦୃଢ଼ ମନୋବଳ ସହ ଆଗକୁ ବଢ଼, ନିଜ ସ୍ବପ୍ନକୁ ସାକାର କର। ଏଭଳି ବାର୍ତ୍ତାନେଇ ଗ୍ଲୋବାଲ୍‌ ସ୍ପୋର୍ଟସ୍‌ ବ୍ରାଣ୍ଡ୍‌ ‘ପ୍ୟୁମା’ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନୂଆ ଆଡ୍‌ କ୍ୟାମ୍ପେନ୍‌ ‘ପ୍ରୋପା ଲେଡି’ରେ ମହିଳାଙ୍କ ସ୍ବାଧୀନତାକୁ ସେଲିବ୍ରେଟ୍‌ କରାଯାଇଥିବାବେଳେ ଏଥିରେ ଅଲିମ୍ପିକ୍‌ ବକ୍ସର ମ୍ୟାରି କମ୍‌, ଓଡ଼ିଶା ଜନ୍ମିତ ଧାବିକା ଦୂତି ଚାନ୍ଦ, ଟ୍ରାନ୍ସଜେଣ୍ଡର ମଡେଲ ଅଞ୍ଜଳୀ ଲାମା ଏବଂ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନଜରକୁ ଆସିଛନ୍ତି। ମହିଳାମାନେ ଚିରାଚରିତ ପ୍ରଥା ବିରୋଧରେ ଯାଇ କିଭଳି ନିଜ ଇଚ୍ଛା ଓ ସ୍ବପ୍ନକୁ ବାସ୍ତବ ରୂପ ଦେଇଛନ୍ତି, ତାହା ଏଥିରେ ଦେଖିବାକୁ ମିଳିଛି। କ୍ରୀଡ଼ାରୁ ଆରମ୍ଭ କରି ଫିଲ୍ମ ଦୁନିଆ ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ସେମାନେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। କିନ୍ନର ହୋଇ ମଧ୍ୟ ଅଞ୍ଜଳୀ ଲାମା ଜଣେ ସୁପର୍‌ମଡେଲର ଆଖ୍ୟା ଅର୍ଜନ କରିଛନ୍ତି। ନିଜ ପ୍ରତିଭା ଓ ଦକ୍ଷତା ବଳରେ ମାତ୍ର ଅଳ୍ପ କିଛିଦିନ ମଧ୍ୟରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ବଲିଉଡ୍‌ରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଓ କାହାକୁ ଖାତିର୍‌ ନ କରି ନିଜ ମତକୁ ସର୍ବଦା ଦୃଢ଼ତ୍ୱର ସହ ଉପସ୍ଥାପନ କରିଛନ୍ତି। ସେହିଭଳି ମ୍ୟାରି କମ୍‌ ଓ ଦୂତି ଚାନ୍ଦ କେବଳ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱସ୍ତରରେ ପ୍ରତିଷ୍ଠା ଅର୍ଜନ କରିନାହାନ୍ତି କି ଭାରତକୁ ବିଶ୍ୱ ଦରବାରରେ ଗୌରବାନ୍ବିତ କରିନାହାନ୍ତି, ବରଂ ସାମାଜିକ ପ୍ରତିବନ୍ଧକକୁ ଖାତିର ନ କରି ନିଜ ବ୍ୟକ୍ତିଗତ ମତ ଓ ବିଷୟକୁ ଖୋଲାଖୋଲିଭାବେ ସ୍ବୀକାର କରିଛନ୍ତି। ଦେଶର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍‌ ଦୂତି ନିଜ ପ୍ରେମ ସମ୍ପର୍କକୁ ସର୍ବସମ୍ମୁଖରେ ସ୍ବୀକାର କରି ଇତିହାସ ରଚିଛନ୍ତି, ଯାହାକୁ ସେ ଏହି କ୍ୟାମ୍ପେନ୍‌ ମାଧ୍ୟମରେ ଦର୍ଶାଇଛନ୍ତି। ଦୂତୀଙ୍କୁ ଏଥିରେ ଗୋଲାପୀ ରଙ୍ଗର ପ୍ୟୁମା ଟ୍ରାକ୍‌ ସୁଟ୍‌ ଓ ଜୋତା ପିନ୍ଧି ଓ୍ବାର୍କଆଉଟ୍‌ କରିବା ସହ ହ୍ବିସିଲ ମାରିବାର ଦେଖିବାକୁ ମିଳିଛି। ଏହି ଭିଡ଼ିଓ ବିଭିନ୍ନ ପ୍ଲାଟଫର୍ମରେ ବିପୁଳ ସମର୍ଥନ ଲାଭ କରିଥିବାବେଳେ ସବୁସ୍ତରରେ ପ୍ରଶଂସା ସାଉଁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri