ପ୍ରେମିକାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

କଟକ ଅଫିସ,୪ା୩: ମଙ୍ଗଳାବାଗ ଥାନା ଅଧୀନ ମହ୍ଲାସାହିର ବିଶ୍ୱନାଥ ଭୂୟଁା(୨୫) ସୋମବାର ଅପରାହ୍ନ ୫ଟାରେ ବେକରେ ଗାମୁଛା ବାନ୍ଧି ଘରେ ଆତ୍ମହତ୍ୟା କରିଥିଲେ। ତେବେ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଏହି ଆତ୍ମହତ୍ୟା ପାଇଁ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତିି ବିଶ୍ୱନାଥଙ୍କ ସମ୍ପର୍କୀୟ। ତୁରନ୍ତ ଘଟଣାର ଉପଯୁକ୍ତ ତଦନ୍ତ ଓ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ମଙ୍ଗଳାବାଗ ଟ୍ରାଫିକ ନିକଟ ରାସ୍ତାରେ ବିଶ୍ୱନାଥଙ୍କ ମୃତଦେହ ରଖିବା ସହ ଟାୟାର ଜାଳି ସମ୍ପର୍କୀୟମାନେ ରାସ୍ତାରୋକୋ କରିଥିଲେ। ଫଳରେ ଗାଡି ଚଳାଚଳରେ ସମସ୍ୟା ହୋଇଥିଲା। ଖବରପାଇ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆଇନ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ମଙ୍ଗଳବାର ରାତିରେ କାଳିଆବୋଦାସ୍ଥିତ ଶ୍ମଶାନରେ ବିଶ୍ୱନାଥଙ୍କ ମୃତଦେହ ସତ୍କାର କରାଯାଇଥିଲା।

୭ ଘଣ୍ଟା ବିଳମ୍ବରେ ପହଞ୍ଚିଲା ପୋଲିସ
ବିଶ୍ୱନାଥ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲିଥିବା ସୋମବାର ଅପରାହ୍ନ ପ୍ରାୟ ୫ଟାରେ ପରିବାର ଲୋକେ ଦେଖିବା ପରେ ମଙ୍ଗଳାବାଗ ଥାନାକୁ ଖବର ଦେଇଥିଲେ। ହେଲେ ପୋଲିସ ରାତି ୧୨ଟାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତେବେ ୭ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ପୋଲିସର ଦାୟିତ୍ୱହୀନତାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ପ୍ରଶ୍ନ ଉଠାଇଥିଲେ।
ସୁଇସାଇଡ୍‌ ନୋଟ୍‌ ଜବତ
ବିଶ୍ୱନାଥଙ୍କ ପାଖରୁ ପୋଲିସ ଏକ ସୁଇସାଇଡ୍‌ ନୋଟ ଜବତ କରିଥିଲା। ଯେଉଁଥିରେ ତାଙ୍କ ପ୍ରେମିକାଙ୍କ ବିବାହ ଅନ୍ୟତ୍ର ହେଉଛି ଓ ଏହାକୁ ସେ ସହି ନପାରି ଆତ୍ମହତ୍ୟା କରୁଛି ବୋଲି ଉଲ୍ଲେଖ ରହିଥିଲା। ଇଂଲିଶ ଅକ୍ଷରରେ ନିଜର କଥାକୁ ଓଡ଼ିଆ ଭାଷାରେ ବିଶ୍ୱନାଥ ଲେଖିଛନ୍ତି ବୋଲି ଜଣାପଡିଛି। ଏହାଛଡ଼ା ମୃତଦେହ ସତ୍କାର ସମୟରେ ତାଙ୍କ ଫୋନକୁ ଜାଳିଦେବା ପାଇଁ ମଧ୍ୟ ସୁଇସାଇଡ ନୋଟ୍‌ରେ ଉଲ୍ଲେଖ ଥିଲା।
ପୋଷ୍ଟମର୍ଟମ ସମୟରେ ଆସିଲା ଟୁଇଷ୍ଟ
ଶାର୍ଟ ଖୋଲିବା ପରେ ପିଠିରେ ମାଡ଼ ଦାଗ
ବିଶ୍ୱନାଥଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେବାବେଳେ ଭିନ୍ନ ଘଟଣା ଦେଖିବାକୁ ମିଳିଥିଲା। ତାଙ୍କ ଶାର୍ଟ ଖୋଲିବା ବେଳକୁ ପିଠି ସାରା ମାଡ଼ ଦାଗ ରହିଥିଲା। ଏଣୁ ତାଙ୍କୁ ସୋମବାର ମାଡ଼ ମରାଯିବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏଥିରେ ପରିବାର ଲୋକ ଓ ତାଙ୍କ ସମ୍ପର୍କୀୟମାନେ ପ୍ରେମିକାଙ୍କ ସମ୍ପର୍କୀୟଙ୍କୁ ଦାୟୀ କରିଥିଲେ।
ମାଟ୍ରିକ ପରୀକ୍ଷା ଦେଇଥିଲେ
ବିଶ୍ୱନାଥ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଭାବେ ସୋମବାର ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ସେ ସାଲେପୁରର ଏକ ପରୀକ୍ଷା କେନ୍ଦ୍ରରେ ଚଳିତବର୍ଷ ପରୀକ୍ଷା ଦେଇଥିଲେ। ବାଟରେ ଫେରିବା ବେଳେ ଏକ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାକୁ ଫୋନ କରି ଘରକୁ ଆସି ଟଙ୍କା ନେଇଯିବାକୁ ମଧ୍ୟ କହିଥିଲେ। ସଂସ୍ଥାର କର୍ମଚାରୀ ଜଣକ ମଧ୍ୟ ଘରକୁ ଆସି ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ବିଶ୍ୱନାଥ ସିସିଟିଭି ମରାମତି କାର୍ଯ୍ୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri