ପ୍ରାଥମିକ ବିଦ୍ୟାଳୟ ଲାଇବ୍ରେରି ବହି କିଣାରେ ଚଞ୍ଚକତା

ଜଗତ୍‌ସିଂହପୁର ଅଫିସ,୨୩ା୧୨: ଜଗତ୍‌ସିଂହପୁର ଜିଲାରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଲାଇବ୍ରେରି ବହି କିଣାରେ ଚଞ୍ଚକତା କରାଯାଉଛି। ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ସହ ଗୁପ୍ତ ବୁଝାମଣା କରାଯାଇ କମିଶନ ଆକାରରେ ମୋଟା ଅଙ୍କର ଅର୍ଥ ରୋଜଗାର ଚାଲିଛି। ବିଦ୍ୟାଳୟଗୁଡିକ ସେମାନଙ୍କ ପସନ୍ଦର ବହି କିଣିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ସୁଦ୍ଧା ତାହା ହେଉନି। ପାଟି ଖୋଲିଲେ ବିପଦ ଥିବାରୁ ଏକାଧିକ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ବାଧକତାରେ ତାହା କିଣୁଛନ୍ତି। ନାମ ଗୋପନ ରଖି ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଏକାଧିକ ଶିକ୍ଷକ। ଏହି ପ୍ରସଙ୍ଗ ଏବେ ସାରା ଜିଲାରେ ଆଲୋଚନାର ବିଷୟ ହୋଇଛି।
ଜିଲାରେ ମୋଟ ଉପରେ ୧,୧୭୩ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି। ଏହିସବୁ ବିଦ୍ୟାଳୟଗୁଡିକୁ ଲାଇବ୍ରେରି ବହି କିଣିବା ପାଇଁ ୪୭,୯୧,୫୪୦ ଟଙ୍କା ଅନୁଦାନ ଆସିଛି। ଓପେପା ନିର୍ଦ୍ଦେଶ ୧ମରୁ ୮ମ ଶ୍ରେଣୀ ଥିବା ବିଦ୍ୟାଳୟ ପିଛା ୬,୯୮୦ ଟଙ୍କା ଦିଆଯାଇଛି। ସେହିପରି ୬ଷ୍ଠରୁ ୮ମ ୪,୯୮୦, ୧ମରୁ ୫ମ ୨,୯୮୦ ଟଙ୍କା ଦିଆଯିବା ବ୍ୟବସ୍ଥା କରାଯାଇଛି। ଏହି ଅନୁଦାନରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନ୍‌ବିଟି (ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ), ଏନ୍‌ସିଇଆର୍‌ଟି (ନ୍ୟାଶନାଲ ସେଣ୍ଟର ଫର ଚିଲ୍‌ଡ୍ରେନ୍ସ ଲିଟ୍‌ରେଚର୍‌), ରାଜ୍ୟ ସରକାରଙ୍କ ସଂସ୍କୃତି ଓ ଅନ୍ୟ ବିଭାଗ ଦ୍ୱାରା ପ୍ରକାଶିତ ବହି କିଣିବା ପାଇଁ ନିର୍ଦ୍ଦେଶ ରହିଛି। ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ ପକ୍ଷରୁ ଓପେପା ନିର୍ଦ୍ଦେଶାବଳୀ ସମ୍ପର୍କରେ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅବଗତ କରାଯାଇଥିଲା। କିନ୍ତୁ ବେସରକାରୀ ଭାବେ ବିଦ୍ୟାଳୟଗୁଡିକୁ ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ବହି କିଣିବାକୁ ଚାପ ପକା ଯାଇଥିଲା। ଏ ସମ୍ପର୍କରେ କେତେଜଣ ପ୍ରଧାନଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ସିଆର୍‌ସିସିମାନଙ୍କ ଜରିଆରେ ବହି ବାହାରୁ ନ କିଣିବା ପାଇଁ କୁହାଯାଇଥିଲା। ପ୍ରକାଶକଙ୍କ ସହ ଯୋଗାଯୋଗ ସରିଛି ଏବଂ ବହି ପହଞ୍ଚାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଯେଉଁ ବହି ସେମାନଙ୍କ ଲାଇବ୍ରେରିରେ ଅଛି ପୁଣି କିଣିବାର ଆବଶ୍ୟକତା ନ ଥାଇ କାହିଁକି କିଣିବେ ବୋଲି ପ୍ରଶ୍ନ କରିଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ବରଂ ଏହା ଉପରୁ ନିର୍ଦ୍ଦେଶ ବୋଲି କୁହାଯାଇ ଚାପ ପକା ଯାଇଥିଲା। ତେଣୁ ସେମାନେ ବାଧ୍ୟ ହୋଇ ଯେଉଁ ବହି ଦିଆ ଯାଇଥିଲା ତାହା କିଣିଲେ ବୋଲି ପ୍ରକାଶ କରିଛନ୍ତି। ଦୁଃଖର କଥା ହେଲା ଏଭଳି ବହି ଯୋଗା ଯୋଇଥିଲା ଯେଉଁ ବହିର ମୂଲ୍ୟ ବଜାରରେ କମ୍‌ ଦାମରେ ମିଳୁଛି। ଏହି ବହି ଅଧିକ ସଂଖ୍ୟାରେ ଆଣିଲେ ୨୦%ରୁ ୩୦% ପର୍ଯ୍ୟନ୍ତ କମିଶନ ମିଳିବା ବ୍ୟବସ୍ଥା ଅଛି। ତେଣୁ ଏହି କମିଶନ ହାତେଇବା ପାଇଁ ପ୍ରକାଶକଙ୍କ ସହ ଗୁପ୍ତ ବୁଝାମଣା ହୋଇଥିବା ଅଭିଯୋଗ ହୋଇଛି।
ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଜିଲାର ୧,୧୭୩ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧,୦୧୧ଟିରେ ବହି କିଣା ସରିଲାଣି। ସେଥିମଧ୍ୟରୁ ୧ମରୁ ୮ମ ୩୦୬, ୬ରୁ ୮ମ ୩୬ ଓ ୧ରୁ ୫ମ ୮୩୧ଟି ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟଗୁଡିକୁ କେତେକ ସିଆର୍‌ସିସିଙ୍କ ଜରିଆରେ ବହି ଯୋଗାଯାଇଛି। ଆମର ହସ୍ତଗତ ହୋଇଥିବା ଏକ ବିଲ୍‌ର ନକଲ ଅନିୟମିତତାର ଚେର କେତେ ତାହା ସ୍ପଷ୍ଟ କରିଛି। ବିଲ୍‌ର ସଂଖ୍ୟା ବାମ ପାର୍ଶ୍ୱରେ ଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ତାରିଖ ରହିଛି। କେବଳ ବିଲ୍‌ ସଂଖ୍ୟା ଉଲ୍ଲେଖ ଥିବା ବେଳେ ତାରିଖ ପକାଯାଇନାହିଁ। ମଝିରେ ପ୍ରକାଶକଙ୍କ ନାଁ ଓ ଠିକଣା ରହିଛି। ତା ତଳକୁ ଟୁ ଲେଖାଯାଇ ଖାଲି ରଖାଯାଇଛି। ଏଭଳି କରାଯିବାର ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ କର୍ତ୍ତୃପକ୍ଷ ହେଉ ଅବା ପ୍ରକାଶକ ଚାହିଁଲେ ବିଦ୍ୟାଳୟ ନାଁ ଓ ଠିକଣା ଲେଖିପାରିବେ। ତଳେ କ୍ରମିକ ସଂଖ୍ୟା, ପୁସ୍ତକର ନାମ, ମୂଲ୍ୟ ଆଦି ଛପା ଲେଖା ଅଛି। ଶେଷରେ ମୂଲ୍ୟ, ଡିସ୍କାଉଣ୍ଟ ପରେ ଚୂଡାନ୍ତ ପରିମାଣ ଉଲ୍ଲେଖ ଅଛି। ଏଠାରେ ସ୍ପଷ୍ଟ ହୋଇଛି ବିଦ୍ୟାଳୟଗୁଡିକୁ ନିର୍ଦ୍ଦିଷ୍ଟ ବହି କିଣିବାକୁ ବାଧ୍ୟ କରାଯାଇଛି। ଏହି ବହି ବିଦ୍ୟାଳୟଗୁଡିକରେ ପହଞ୍ଚାଇବା କ୍ଷେତ୍ରରେ ଡିପିସିଙ୍କ ଭୂିମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଡିପିସି ସପନ କୁମାର ଜେନାଙ୍କୁ ପଚାରିବାରୁ ବହି କିଣା ଓ କମିଶନ ଆଦାୟରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ସରକାରୀ ନିର୍ଦ୍ଦେଶ ମୁତାବକ ବିଦ୍ୟାଳୟଗୁଡିକ ବହି କିଣିବାକୁ ଚିଠି କରାଯାଇଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ତାତିଲେ ଶିକ୍ଷୟିତ୍ରୀ: ୭ ପିଲାଙ୍କୁ ନିସ୍ତୁକ ପିଟିଲେ

ନବରଙ୍ଗପୁର/ଉମରକୋଟ,୨୮।୭(ବି.ପ୍ର/ଡି.ଏନ.ଏ): ଶିକ୍ଷୟିତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ ୩ୟ ଶ୍ରେଣୀର ଛାତ୍ରୀଛାତ୍ର। ଏଥିରେ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରୀଛାତ୍ରଙ୍କୁ ନିର୍ଧୂମ ମାଡମାରିଥିଲେ। ଏଥିରେ...

ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ ପାଇବେ ମୀନା ମହାନ୍ତି

ବାରିପଦା ଅଫିସ, ୨୭ା୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାରିପଦା ସହର ବାଘଡାରୋଡର ମୀନା ମହାନ୍ତିଙ୍କୁ ମିଳିବ ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ-୨୦୧୯। ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିଭାଲ କାର୍ଯ୍ୟକ୍ରମରେ ତାଙ୍କୁ ଏହି...

ମେମୁ ଟ୍ରେନ୍‌କୁ ବ୍ରହ୍ମପୁରରୁ ଚଳାଇବାକୁ ଦାବି

ବ୍ରହ୍ମପୁର ଅଫିସ୍‌,୨୭ା୧୧-ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନ୍‌ ଫୋରମ୍‌ ତରଫରୁ ବିଭିନ୍ନ ଦାବି ସମ୍ପର୍କରେ ମଙ୍ଗଳବାର ଷ୍ଟେଶନ୍‌ ମ୍ୟାନେଜର୍‌ଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ...

କରୋନା ଲାଗି ସ୍ଥାନାନ୍ତର ହେଉଛନ୍ତି ଭିକାରି

ଭଦ୍ରକ ଅଫିସ,୨୭।୩: ଭଦ୍ରକ ପୌରପାଳିକା ପକ୍ଷରୁ ରାସ୍ତାପାର୍ଶ୍ୱରେ ଭିକ୍ଷାବୃତ୍ତି କରୁଥିବା ସମସ୍ତ ଭିକାରିଙ୍କୁ ଉଦ୍ଧାର କରାଯାଇ ମଠସାହିସ୍ଥିତ ବିଦ୍ୟାଳୟରେ ରଖାଯାଇଛି। ଭଦ୍ରକ ପୌରପାଳିକା ନିର୍ବାହୀ ଅଧିକାରୀ...

କ୍ୱାରାଣ୍ଟାଇନ୍‌ରେ ରହିଲେ ୨୧୭ ସୁରଟ ଫେରନ୍ତା, ଅନ୍ୟ କେହି କେନ୍ଦ୍ର ନିକଟକୁ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଜିଲାପାଳ

ଛତ୍ରପୁର,୩୦ା୪(ଡି.ଏନ୍‌.ଏ.): ସୁରଟରୁ ୪ଟି ବସ୍‌ ଯୋଗେ ୨୧୭ ପ୍ରବାସୀ ଓଡ଼ିଆ ବୁଧବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲାକୁ ଫେରିଛନ୍ତି। ସମସ୍ତଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଇଥିବା...

ଦୁର୍ଦ୍ଦଶାରେ ସାବିତ୍ରୀଙ୍କ ଜୀବନ

ବଲସକୁମ୍ପା,୨୮।୩: ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ଅଧୀନ ନବଗୁବା ଗ୍ରାମରେ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ସାଗର ବେହେରାଙ୍କ ପରିବାର। ପରିବାର କହିଲେ ସ୍ବାମୀ, ସ୍ତ୍ରୀ...

ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ...

ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଭଣ୍ଡାରିପୋଖରୀ, ୨୧।୭ (ଡି.ଏନ.ଏ.) – ଚଳିତବର୍ଷ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଚାଷୀ। ମୌସୁମୀ ବର୍ଷା ଚାଷୀମାନଙ୍କୁ ନିରାଶ କରିଛି। ଆଷାଢ଼ ସରି ଶ୍ରାବଣ ମାସ...

Advertisement
Archives

Model This Week