ପ୍ରସ୍ତାବିତ ଓଭରବ୍ରିଜ ପାଇଁ ଉଚ୍ଛେଦକୁ ବିରୋଧ

ବାରିପଦା ଅଫିସ,୩୧ା୧- ମୟୂରଭଞ୍ଜ ଜିଲା ବାରିପଦା ସହରର ପାଳବଣି ଗୋଲେଇଠାରୁ କୃଷ୍ଣଚନ୍ଦ୍ର ଗୋଲେଇ ମଧ୍ୟରେ ରେଳ ଓ ପୂର୍ତ୍ତ ବିଭାଗ ପକ୍ଷରୁ ମିଳିତ ଭାବେ ଓଭରବ୍ରିଜ ନିର୍ମାଣ କରାଯିବ। ଏଥିପାଇଁ ମାଟି ପରୀକ୍ଷା ସରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଓଭର ବ୍ରିଜ ନିର୍ମାଣ ହେବା ପରେ ପାଳବଣି ଗୋଲେଇ ଓ କୃଷ୍ଣଚନ୍ଦ୍ର ଗୋଲେଇ ମଧ୍ୟରେ ରାସ୍ତାପାର୍ଶ୍ୱରେ ଥିବା ଦୋକାନ ବଜାରଗୁଡିକୁ ଉଚ୍ଛେଦ କରାଯିବା ନେଇ ଜିଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଓଭରବ୍ରିଜ ନିର୍ମାଣ ପାଇଁ ଷ୍ଟେଶନ ବଜାର ଅଞ୍ଚଳରେ ହେବାକୁ ଥିବା ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥାନୀୟ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ଓଭରବ୍ରିଜ ନିର୍ମାଣର ଡିଜାଇନ ପରିବର୍ତ୍ତନ କରିବାକୁ ସେମାନେ ଦାବି କରିଛନ୍ତି। ଏହାର ପ୍ରତିବାଦରେ ପାଳବଣି ଗୋଲେଇ ଓ କୃଷ୍ଣଚନ୍ଦ୍ର ଗୋଲେଇ ମଧ୍ୟରେ ଥିବା ଦୋକାନ ବଜାରଗୁଡ଼ିକୁ ଶୁକ୍ରବାର ୨୪ ଘଣ୍ଟା ପାଇଁ ବନ୍ଦ ରଖା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ଏହି ଅଞ୍ଚଳର ଶତାଧିକ ବ୍ୟବସାୟୀ ପାଳବଣି ଗୋଲେଇଠାରୁ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ୟବସାୟୀମାନଙ୍କ ଏକ ପ୍ରତିନିଧି ଦଳ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଆଲୋଚନା ବେଳେ ଜିଲାପାଳ ଭରଦ୍ୱାଜ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ପଦକ୍ଷେପ ନେବେ ବୋଲି ବ୍ୟବସାୟୀମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ପ୍ରଦୀପ କୁମାର ଦାସ, ଦେବେଶ ଅଗ୍ରୱାଲ, ପବନ ଅଗ୍ରୱାଲ, ଆଶିଷ କର୍ମକାର, ପୁରୁଷୋତ୍ତମ ଅଗ୍ରୱାଲା, ବାସୁଦେବ ରାମ, ପ୍ରେମ ପ୍ରସନ୍ନ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ ବ୍ୟବସାୟୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri