ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ପୁଅଙ୍କୁ ବିବାହ କରିବେ ନେହା କକ୍କର!

କଣ୍ଠଶିଳ୍ପୀ ନେହା କକ୍କର ‘ଇଣ୍ଡିଆନ୍‌ ଆଇଡଲ୍‌’ ସିଜିନ ୧୧ର ବିଚାରପତି ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ସହିତ ହିମେଶ ରେଶମିୟା ଏବଂ ବିଶାଲ ଦଡ଼ଲାନି ମଧ୍ୟ ଅଛନ୍ତି। ଏହି ଶୋ’ର ହୋଷ୍ଟ କରୁଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ। ଏକଦା ଓଡ଼ିଆରେ ‘ତୁ ମୋ ଆଖିର ତାରାରେ ମୋ ଆଖିର ଚାନ୍ଦ’ ଗୀତ ଗାଇ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ ଆଦିତ୍ୟ। ବର୍ତ୍ତମାନ ନେହାଙ୍କ ସହ ତାଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ଏହି କଥା ‘ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’ ରେ ଆରମ୍ଭ ହୋଇଥିଲା। ସେଟ୍‌ରେ ଆଦିତ୍ୟ ନାରାୟଣଙ୍କ ପୂରା ପରିବାର ନେହାଙ୍କୁ ଭେଟିଥିଲେ।

ଖୋଦ୍‌ ଉଦିତ୍‌ ନାରାୟଣ ନେହାଙ୍କୁ ତାଙ୍କ ପୁଅଙ୍କ ନାଁ ନେଇ ଚିଡ଼ାଇଥିଲେ। ଉଦିତ୍‌ କହିଛନ୍ତି, ଏହି ଶୋ’ ସେ ଦୁଇଟି କାରଣ ଯୋଗୁ ଦେଖନ୍ତି। ପ୍ରଥମ କାରଣ ହେଲା ଏଥିରେ ଭାଗ ନେଉଥିବା ପ୍ରତିଯୋଗୀ ବହୁ ଅଭିଜ୍ଞ। ଦ୍ୱିତୀୟ କାରଣ ହେଲା ନେହାଙ୍କୁ ନିଜର ବୋହୂ କରିବାକୁ ଚାହାନ୍ତି। କେବଳ ଉଦିତ୍‌ ନୁହନ୍ତି, ତାଙ୍କ ସ୍ତ୍ରୀ ଦୀପା ନାରାୟଣଙ୍କୁ ମଧ୍ୟ ଏହି ସେଟ୍‌ରେ ଦେଖିବାକୁ ମିଳିଥିଲା। ଦୀପା ସେଟ୍‌ରେ କହିଥିଲେ ନେହା ନାରାୟଣ ପରିବାରର ବୋହୂ ହେବାକୁ ଯାଉଛନ୍ତି। ନେହାଙ୍କ ମା’ ବାପା ମଧ୍ୟ ସେଟ୍‌କୁ ଆସିଥିଲେ। ସେମାନେ ମଧ୍ୟ ରାଜି ହୋଇଯାଇଛନ୍ତି। ଆଦିତ୍ୟ ବହୁ ଖୁସି ଥିବା ଜଣା ପଡୁଥିଲେ।

କିନ୍ତୁ ନେହା ଏତେ ଶୀଘ୍ର ବିବାହ କଲେ କିଛି ମଜା ରହିବନି ବୋଲି କହିଛନ୍ତି। କହିରଖୁଛୁ, ଏ ସମସ୍ତ କଥା ଥଟ୍ଟାମଜା ଥିଲା। ସମସ୍ତେ ଆଦିତ୍ୟ ଏବଂ ନେହାଙ୍କୁ ଚିଡ଼ାଇବା ପାଇଁ କହିଥିଲେ। ଏବେ ବି ଆଦିତ୍ୟ- ନେହା ସିଙ୍ଗଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପୂଜା ନାଁ ରଖି ପଢ଼ୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ଙ୍କୁ ନୁହେଁ ବରଂ ବାପାଙ୍କ ପ୍ରେମିକାଙ୍କୁ କରନ୍ତି ପସନ୍ଦ

ବମ୍ବେ: ହିନ୍ଦୀ, ତେଲୁଗୁ ତଥା ତାମିଲ ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ବୁଣିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ। ୧୯୮୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ...

ମନୋଜ ବାଜପେୟୀ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀ କରୋନାରେ ପୀଡିତ ହୋଇଥିବା ଜଣାପଡିଛି । ଦୁଇ ଦିନ ପୂର୍ବରୁ ଅଭିନେତା ରଣବୀର କପୁର ଓ ନିର୍ଦ୍ଦେଶକ ସଞ୍ଜୟ...

ଫିଲ୍ମ ‘ରାଧେ’ର ପୋଷ୍ଟର ଶେୟାର କରି ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ଫିଲ୍ମ ରିଲିଜ ହେବାକୁ ଆହୁରି ୨ ମାସ ବାକି ଅଛି। ମାତ୍ର ସଲମାନ ତାଙ୍କ ଫିଲ୍ମର ପୋଷ୍ଟର ଶେୟାର କରି ରିଲିଜ ତାରିଖ ବି...

ବିକ୍‌ନୀ ପିନ୍ଧି ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାରକଲେ ମଲାଇକା, ଡିଜାଇନର କହିଲେ…

ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଷ୍ଟାଇଲ୍‌କୁ ନେଇ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହାତରେ ବର୍ତ୍ତମାନ ଯଦିଓ କିଛି ଫିଲ୍ମ ନାହିଁ, ତେବେ...

ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ଜଣାଇଲେ ବିରାଟ!

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ...

ସମସ୍ତଙ୍କ ସାମ୍ନାରେ ରଣବୀରଙ୍କୁ ଗାଳି କଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଅନୁଷ୍କା ଶର୍ମା ସମସ୍ତଙ୍କ ସାମ୍ନାରେ ଦୀପିକା ପାଦୁକୋନଙ୍କ ସ୍ବାମୀ ରଣବୀର ସିଂଙ୍କୁ ଗାଳି କରିଛନ୍ତି। ଆଉ ଏହାର ଏକ ଭିଡିଓ ଏବେ...

୫୪ଟି କଷ୍ଟ୍ୟୁମ ପରେ…

ପ୍ରଯୋଜକ ୟଶ ଚୋପ୍ରା। ତାଙ୍କ ପ୍ରଯୋଜିତ ‘ଦିଲ୍‌ ତୋ ପାଗଲ ହେ’ ସୁପରହିଟ୍‌ ହୋଇଥିଲା। କେବଳ ଶାହରୁଖ, ଅକ୍ଷୟ କୁମାର, କରିସ୍ମା କପୁର ଏବଂ ମାଧୁରୀ...

ପରଲୋକରେ ହରର ଫିଲ୍ମ ନିର୍ଦ୍ଦେଶକ

ମୁମ୍ବାଇ,୧୮।୯: ବଲିଉଡ୍‌ରେ ୭୦ ଓ ୮୦ ଦଶକରେ ଆସିଥିବା ହରର ଫିଲ୍ମର ନିର୍ଦ୍ଦେଶକ ଶ୍ୟାମ ରାମସେଙ୍କ ବୁଧବାର ପରଲୋକ ହୋଇଛି। ୬୭ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ...

Seven Jackpot
Advertisement


Archives

Model This Week

Why Dharitri