ପ୍ରଶ୍ନପତ୍ର,ବହି ଯୋଗାଇ ପାରୁନି ଶିକ୍ଷା ବିଭାଗ

ସିମୁଳିଆ,୩୧।୧୦(ଡି.ଏନ.ଏ.)- ଶିକ୍ଷାର ମାନବୃଦ୍ଧି ଲାଗି ବିଭିନ୍ନ ଉଦ୍ୟମ କରାଯାଉଥିବା କୁହାଯାଉଥିବା ବେଳେ ଏହାର ବାସ୍ତବ ଚିତ୍ର କିଭଳି ଭିନ୍ନ ତାହାର ନଜିର ଦେଖିବାକୁ ମିଳିଛି। ପ୍ରଶ୍ନପତ୍ର ଯୋଗାଇ ନ ପାରିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଷାଣ୍ମାସିକ ପରୀକ୍ଷା ବନ୍ଦ ଥିବା ବେଳେ ନବମ ଓ ଦଶମ ଶ୍ରେଣୀର ଏସ୍‌ସି ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଏଯାଏ ପାଠ୍ୟପୁସ୍ତକ ଦିଆଯାଇ ପାରି ନାହିଁ ା ଏ ନେଇ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।
ଉଲ୍ଲେଖନୀୟ ଯେ, ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ୧୮୪ଟି ବିଦ୍ୟାଳୟରେ ୧୩ହଜାର ୯ଶହ ୩୮ ଶିକ୍ଷାର୍ଥୀ ପାଠ ପଢୁଛନ୍ତି। ସେମାନଙ୍କୁ ଶିକ୍ଷାଦାନ ପାଇଁ ୭୧୮ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏଥର ଗତ ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରଶ୍ନପତ୍ର ଯୋଗାଇ ଦିଆ ନ ଯିବାରୁ ପାରକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ମନା କରି ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ କେନ୍ଦ୍ରରେ ଅଭାବ ଥିବା ପ୍ରଶ୍ନପତ୍ର ଗୁଡ଼ିକୁ ଜେରକ୍ସ କରିବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ସୂଚନା ଦିଆଯାଇଥିବା କୁହାଯାଉଛି। ଏ ସମ୍ପର୍କରେ ପରୀକ୍ଷା ଦାୟିତ୍ୱରେ ଥିବା ଅନୁଶିକ୍ଷା ଅଧିକାରୀ (ଏବିଇଓ) ଲମ୍ବୋଦର ସିଂଙ୍କୁ ପଚାରିବାରୁ ଅଭାବ ଥିବା ପ୍ରଶ୍ନପତ୍ର ସମ୍ପର୍କରେ ପ୍ରଧାନ ଶିକ୍ଷକମାନଙ୍କୁ ତଥ୍ୟ ମଗାଯାଇଛି। ଏହା ଆସିବା ପରେ ପରୀକ୍ଷା ଅନୁଷ୍ଠିତ ହେବ । ଅପରପକ୍ଷେ ଷାଣ୍ମାସିକ ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ହେବା ପରେ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଡ. ମାୟାଧର ସାହୁଙ୍କୁ ପଚାରିବାରୁ ଦାୟିତ୍ୱ ନେଇଥିବା ସଂସ୍ଥା ଆବଶ୍ୟକ ପ୍ରଶ୍ନପତ୍ର ଯୋଗାଇ ନ ପାରିବାରୁ ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି।
ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀର ଏସ୍‌ସି ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ମାଗଣା ବହି ଦେବାର ବ୍ୟବସ୍ଥା କରିଥିବାବେଳେ ଏହା ଅଦ୍ୟାବଧି ଯୋଗା ଯାଇପାରି ନାହିଁ। ବହି ଦାୟିତ୍ୱରେ ଥିବା ନୋଡ଼ାଲ କିରାଣି ଦେବଦତ୍ତ ସେଠୀଙ୍କୁ ପଚାରିବାରୁ କହିଛନ୍ତି, ସିମୁଳିଆ ବ୍ଲକରେ ୨୩ଟି ହାଇସ୍କୁଲରେ ନବମ ଶ୍ରେଣୀରେ ୪୧୬ ଓ ଦଶମ ଶ୍ରେଣୀରେ ୫୩୧ଏସ୍‌ସି ଏସ୍‌ଟି ଛାତ୍ରୀଛାତ୍ର ଅଛନ୍ତି। ଏହି ଦୁଇ ଶ୍ରେଣୀରେ ପ୍ରତ୍ୟେକ ବିଷୟରେ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ୧୪ଟି ସେଟ୍‌ ବହି ପ୍ରଦାନ କରାଯିବ। ଗତ ୫ଦିନ ହେଲା ଏହି ବହି ଆସିଥିଲେ ମଧ୍ୟ ନବମ ଶ୍ରେଣୀର ପିଲାମାନଙ୍କ ପାଇଁ ମାତ୍ର ୨ହଜାର ବହି ଆସିିଛି ା ଏହାମଧ୍ୟରେ ଦଶମ ଶ୍ରେଣୀର ପ୍ରିଟେଷ୍ଟ ପରୀକ୍ଷା ସରିଛି। ବୋର୍ଡ଼ ପରୀକ୍ଷା ପାଇଁ ଆଉ ୧୫ଦିନ ମଧ୍ୟରେ ଛାତ୍ରୀଛାତ୍ର ଫର୍ମ ପୂରଣ କରିବାର ଥିବାବେଳେ ଅଦ୍ୟାବଧି ସମ୍ପୂର୍ଣ୍ଣ ବହି ମିଳି ନ ଥିବାରୁ ଛାତ୍ରୀଛାତ୍ରମାନେ କିଭଳି ପରୀକ୍ଷା ଦେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri