ପ୍ରଶାସନ ଚୁପ୍‌, ଆଗେଇଆସିଲେ ସ୍ବେଚ୍ଛାସେବୀ:ସଚେତନତା ପାଇଁ ଟାଙ୍ଗିଲେ ଫଳକ

ଜୟପୁର,୧୫ା୩(ଡି.ଏନ୍‌.ଏ.) ରାସ୍ତାଘାଟ ପରି ସାର୍ବଜନୀନ ସ୍ଥାନରେ ଲୋକଙ୍କ ସୁରକ୍ଷା ଓ ସଚେତନତା ପାଇଁ ପ୍ରଶାସନ କିଛି ନାମଫଳକ ଲଗାଇବା କଥା। କିନ୍ତୁ ପ୍ରଶାସନ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲିଯିବା ପରେ କେତେଜଣ ସଚେତନ ସ୍ବେଚ୍ଛାସେବୀ ନିଜ ଖର୍ଚ୍ଚରେ ଲୁହା ପ୍ଲେଟ ଓ ଖୁଣ୍ଟ ଲଗାଇଛନ୍ତି। ସ୍ଥାନୀୟ ପାରାବେଢ଼ାସ୍ଥିତ ସରକାରୀ ଶିଶୁ ଭବନ ୧୯୭୭ରେ ସ୍ଥାପିତ ହୋଇଥିଲା। କିନ୍ତୁ ଏଯାବତ୍‌ ସେଠାରେ ନାମଫଳକ ଟାଙ୍ଗି ନ ଥିଲା ପ୍ରଶାସନ। ଜୟପୁରର ସ୍ବେଚ୍ଛସେବୀ ଲାଲୁଦେବ ଶର୍ମା, ସୁବାସ ସାହୁ, ରଶ୍ମିରଞ୍ଜନ ସାଗର, ଜୟନ୍ତ ପଟ୍ଟନାୟକ, ସାଗର ପରିଡ଼ା ଏହି କାର୍ଯ୍ୟ ଏବେ ନିଜ ହାତକୁ ନେଇ ପୁରାତନ ଶିଶୁ ଭବନରେ ନାମଫଳକ ଲଗାଇଛନ୍ତି। ଜୟପୁର ସଦରଥାନା ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥର ପାତ୍ରପୁଟ କୋଲାବ ନଦୀ ପୋଲ ନିକଟରେ ମାଙ୍କଡ଼ମାନେ ଜମା ହୁଅନ୍ତି। ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କୁ କଦଳୀ, ଚଣା, ବିସ୍କୁଟ ଦିଅନ୍ତି। ରାସ୍ତା ଉପରେ ଏପରି ଖାଦ୍ୟ ଦେବା ସମୟରେ ବିଭିନ୍ନ ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି। ଅଧିକାଂଶ ସମୟରେ ଗାଡ଼ି ଚକା ତଳେ ପଡ଼ି ମାଙ୍କଡ଼ମାନଙ୍କ ଜୀବନ ଯାଉଛି। ବନବିଭାଗ ସେମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ନ ଥିବାବେଳେ ସ୍ବେଚ୍ଛାସେବୀମାନେ ସଚେତନତା ବୋର୍ଡ଼ ଲଗାଇଛନ୍ତି। ସେହିପରି ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ରାସ୍ତାର ରାମଗିରି ଛକରେ ବୋର୍ଡ ଲଗାଯାଇ ଗୁପ୍ତେଶ୍ୱରକୁ ସ୍ବଚ୍ଛ ରଖିବା, ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଆମିଷ ଭୋଜି ପାଇଁ ବାରଣ ସହ ପଲିଥିନ ବର୍ଜନ କରିବାକୁ କୁହାଯାଇଛି। ଏଭଳି କାର୍ଯ୍ୟରେ ସ୍ବେଚ୍ଛାସେବୀ ଯୁବକଙ୍କୁ ସ୍ଥାନୀୟ ସୀମା ସୁରକ୍ଷା ବାହିନୀ କ୍ୟାମ୍ପର ଯବାନ ସହାୟତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri