ପ୍ରଶାସନର ନଜର ପଡ଼ିଲାନି; ଆବର୍ଜନା ସଫେଇ କଲେ କିନ୍ନର

ପୁରୀ ଅଫିସ, ୧୯। ୭:ବାତ୍ୟା ଫନୀକୁ ଇତିମଧ୍ୟରେ ଅଢେଇ ମାସ ବିତିଲାଣି। ହେଲେ ପୁରୀ ସହର ଉପକଣ୍ଠ କେତେକ ଗଁାରେ ଏବେ ବି ବାତ୍ୟାର ଚିହ୍ନ ସ୍ପଷ୍ଟ ବାରି ହୋଇପଡୁଛି। ବହୁ ଗଛରୁ ଡାଳ ଭାଙ୍ଗିଥିଲେ ମଧ୍ୟ ତାହାକୁ କଟାଯାଇନାହିଁ। ଅଧାଭଙ୍ଗା ଡାଳ ଏବେ ବି ଗଛରେ ଝୁଲି ରହିଛି। ସେହିପରି ଗଁା ଗହଳିରେ ଅଳିଆ ଆବର୍ଜନା ସମ୍ପୂର୍ଣ୍ଣ ଭାବେ ସଫା ହୋଇପାରିନାହିଁ। ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏଭଳି ଗଁା ଉପରେ ଏବେ ପୁରୀ ଜିଲା କିନ୍ନର ସଂଘର ନଜର ପଡ଼ିଛି। ଶୁକ୍ରବାର ସଂଘର ପ୍ରାୟ ୨୨ଜଣ କିନ୍ନର ମଙ୍ଗଳାଘାଟ ପାଇକ ସାହିରେ ପହଞ୍ଚତ୍ ସଫେଇ କରିଛନ୍ତି। ବାତ୍ୟାରେ ଭାଙ୍ଗିପଡ଼ିିଥିବା ଗଛପତ୍ର ସମେତ ଗଁା ମଝି ଫାଙ୍କା ଜାଗାରେ ମାଡ଼ିଯାଇଥିବା ଅନାବନା ଘାସପତ୍ର ମଧ୍ୟ କାଟି ସଫା କରିଛନ୍ତି। ସଂଘର ମା’ ଦେବକୀ କିନ୍ନର କହିଛନ୍ତି, ସହରରେ ମ୍ୟୁନିସିପାଲିଟି ସଫା କରୁଛି। ହେଲେ ଗଁାକୁ କେହି ଆସୁନାହାନ୍ତି। ତେଣୁ ସହର ଉପକଣ୍ଠ ବିଭିନ୍ନ ଗଁାକୁ ଯାଇ ସଫେଇ କରିବା ଲାଗି ନିଷ୍ପତ୍ତି ନେଇଛୁ। ଏହାଦ୍ୱାରା ଗ୍ରାମବାସୀ ଏବଂ ଆମ ଭିତରେ ଏକ ସମ୍ପର୍କ ସୃଷ୍ଟି ହୋଇପାରିବ। କିନ୍ନରମାନଙ୍କୁ ଲୋକେ ଯେଉଁ ଦୃଷ୍ଟିରେ ଦେଖୁଛନ୍ତି ତାହା ମଧ୍ୟ ପରିବର୍ତ୍ତନ ହୋଇପାରିବ। ବାତ୍ୟା ପରେ ଅନେକ ଗଁା ଏବେ ବି ଅବହେଳିତ ହୋଇରହିଛି। ବାତ୍ୟାରେ ପାଇକ ସାହିରେ ଅନେକଙ୍କ ଘର ଭାଙ୍ଗିଯାଇଥିବା ବେଳେ ବହୁ ଗଛ ଭାଙ୍ଗିଛି। ଗଁା ବ୍ୟତୀତ ସହରରେ ମ୍ୟୁନିସିପାଲିଟି ଆଢୁଆଳରେ ରହିଯାଇଥିବା ବିଭିନ୍ନ ସ୍ଥାନକୁ ସଫା କରିବୁ ବୋଲି ସେ କହିଛନ୍ତି। ସେହିପରି ସଂଘର ସଭାପତି ପ୍ରିୟାଂଶୀ ଦାସ କହିଛନ୍ତି, ବିଭିନ୍ନ ଗଁା ବୁଲି ସଫେଇ କରିବାକୁ ନିଷ୍ପତ୍ତି ନେଇଛୁ। ପାଇକ ସାହିରେ ସଫେଇ କାମରେ ଗଁା ଲୋକେ ଆମକୁ ସହଯୋଗ କରିଥିଲେ। ଏହାଦ୍ୱାରା ଆମେ ଅଧିକ ଉତ୍ସାହିତ ହୋଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ନୁହେଁ, ଉପନିର୍ବାଚନ ବଡ଼

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ଥୂଲ ହେଉଛି। ବିରୋଧୀ, ଶାସକ ଏକସ୍ବରରେ ଚାଷୀ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି। ମାତ୍ର ଚାଷୀ ପ୍ରସଙ୍ଗରେ...

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର,୧ା୪(ବ୍ୟୁରୋ): ଉତ୍କଳ ଦିବସରେ ଖରିଫ ୨୦୨୩ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି। ୪୩ ଲକ୍ଷରୁ ଅଧିକ ଚାଷୀଙ୍କ...

କରୋନାରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକଙ୍କ ପରଲୋକ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଆଲବମ୍‌ ଓ ଓଡ଼ିଆ ଜଗତର ବେଶ୍‌ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। କଟକ...

ମିଠା ପ୍ୟାକଟରେ ଗୋ ମାଂସ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ମିଠା ପ୍ୟାକଟରେ ଗୋ ମାଂସ ଭରି ହେଉଥିଲା ଚଲାଣ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କାଇମାଟିଆ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ...

ଏକାଧିକ ଭୋଟର ତାଲିକାରେ ନାଁ ଥିଲେ କାଟ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ବୁଧବାର ରାଜ୍ୟର ୩୦ ଜିଲାର ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସରେ ନିର୍ଭୁଲ୍‌ ଭୋଟର ତାଲିକା...

ରାଜ୍ୟରୁ ଆଜି ଆଉ ୧୪ ଜୀବନ ନେଲା କରୋନା, ୭୯୭ରେ ପହଞ୍ଚଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଅଧ୍ୟାପକଙ୍କ ପେନ୍‌ସନ୍‌ ସମସ୍ୟା: ଉଚ୍ଚ ଶିକ୍ଷା ବିଭାଗକୁ ଏନ୍‌ଏଚ୍‌ଆର୍‌ସିର ରିପୋର୍ଟ ତଲବ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ଓଡ଼ିଶାରେ ସରକାରୀ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ପେନ୍‌ସନ୍‌ ପାଉ ନ ଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)...

କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କେନ୍ଦ୍ରକୁ ୨ଟି ଚିଠି ଲେଖିଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁଙ୍କୁ ପାତ୍ର ଚିଠି...

Advertisement
Archives

Model This Week