ପ୍ରବାସୀ ଶ୍ରମିକଙ୍କ ଦୁଃଖ: ଗଛ ତଳେ ଆଶ୍ରୟ ନେଲେ

ବରଗଡ଼ ଅଫିସ୍‌,୯।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ପ୍ରାୟ ଦେଢ଼ମାସ ହେଲା ଲକ୍‌ଡାଉନ କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଏଥିରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି। ଶନିବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୧୩ ଜଣ ଶ୍ରମିକ ଚାଲି ଚାଲି ଝାଡ଼ଖଣ୍ଡ ଅଭିମୁଖେ ଫେରଥିବା ଦେଖିବାକୁ ମିଳିଥିଲା। ବାଟରେ ସେମାନେ ବରଗଡ଼ ସହର ଉପକଣ୍ଠ ସରସରା ଛକ ନିକଟ ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ଶ୍ରମିକମାନେ ବିଶାଖାପାଟଣାରେ ରହି ସେଠାରେ ପାଣି ଟ୍ୟାଙ୍କର କାରଖାନାରେ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ସେଠାରେ କାମ ବନ୍ଦ ହୋଇ ଯାଇଥିଲା। ଅନ୍ୟପକ୍ଷେ କାରଖାନା କର୍ତ୍ତୃପକ୍ଷ ମଧ୍ୟ ସେଠାରେ ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା କରି ନ ଥିଲେ । ଫଳରେ ସେମାନେ ୯ଦିନ ତଳୁ ସେଠାରୁ ଚାଲି ଚାଲି ଆସୁଛନ୍ତି ଏବଂ କ୍ଲାନ୍ତ ଅନୁଭବ କରିବାରୁ ସେହି ଗଛମୂଳେ ଆଶ୍ରୟ ନେଇଥିବା କହିଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀ ରାଜେଶ ପ୍ରଧାନଙ୍କ ନଜରରେ ସେମାନେ ଆସିବାରୁ ସେ ନିଜ ସାଙ୍ଗସାଥୀଙ୍କ ସହିତ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ।
ଏଭଳି ପଥଚାରୀ ପ୍ରବାସୀ ଶ୍ରମିକଙ୍କ ପ୍ରତି କେତେକ ପ୍ରଶାସନିକ ଅଧିକାରୀ ମଧ୍ୟ ଚେଇଁ ଶୋଇ ରହିଥିବା ପରିଲକ୍ଷିତ ହୋଇଛି। ସେମାନଙ୍କ ଉପରେ ସୂଚନା ଦେଲେ ସୁଦ୍ଧା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ରରେ ଆଶାନୁରୂପ ତତ୍ପରତା ପ୍ରକାଶ ପାଉନାହିଁ। ଅପରପକ୍ଷେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀମାନେ ପ୍ରବାସୀ ଶ୍ରମିକଙ୍କ ପ୍ରତି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ବିଜେପୁର ଅଞ୍ଚଳରେ ଜିଲାର ପାଇକମାଳ ଅଞ୍ଚଳକୁ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ସେଠାକାର ବିଡ଼ିଓ ଏକ ସରକାରୀ ବସ୍‌ରେ ପଠାଇଥିଲେ । ସେହିପରି ଗାଇସିଲେଟ ବ୍ଲକ ତାଲପାଲି ଅଞ୍ଚଳରୁ ମଧ୍ୟ ଗାଡ଼ି ଯୋଗେ ଅନ୍ୟ କିଛି ଶ୍ରମିକଙ୍କୁ ଛତିଶଗଡ଼ ପଠାଯାଇଥିଲା। ହେଲେ ଢ଼େଙ୍କାନାଳରୁ ଛତିଶଗଡ଼ ଚାଲି ଚାଲି ଯାଉଥିବା ୧୩ ଶ୍ରମିକ ବରଗଡ଼ ଜିଲା ହେଡ଼କ୍ବାର୍ଟର୍ସ ଦେଇ ଯାଇଥିଲେ ସୁଦ୍ଧା ସେମାନଙ୍କ ପାଇଁ କେହି ଗାଡ଼ି ବ୍ୟବସ୍ଥା କରି ନ ଥିଲେ। ଶେଷରେ ଭଟଲିରେ ସେଠାକାର ସ୍ବେଚ୍ଛାସେବୀମାନେ ସେମାନଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଣ୍ଡିଗାଁ ଗ୍ରାମପଞ୍ଚାୟତରେ ଚାଚାରୋପଣ

କଲମପୁର,୧୦।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମପଞ୍ଚାୟତ ପରିସରରେ ସୋମବାର ସବୁଜ ବନାନୀ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ବନାଜାବାସିନୀ...

୨୪ କେନ୍ଦ୍ରରେ ଆଜିଠୁ ପିଲାଙ୍କୁ ଟିକା

ଅନୁଗୋଳ ଅଫିସ,୩ା୧:  ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ କୋଭିଡ୍‌ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ରାତି ଅଧିଆ ଟଙ୍କା ବଣ୍ଟିବା ସନ୍ଦେହରେ ସରପଞ୍ଚ ପ୍ରାର୍ଥୀଙ୍କ ବାପାଙ୍କୁ ଅଟକ

ଦାରିଙ୍ଗବାଡି,୨୩।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକରେ ଶେଷ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ହେବ। ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ...

ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

ନିରାକାରପୁର,୧୫।୯ (ଡି.ଏନ୍‌.ଏ.):ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ା ଗ୍ରାମରେ ଜଳସେଚନ ବିଭାଗ ରାଜୁଆ ସବ୍‌ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା ଓ କନିଷ୍ଠ ଯନ୍ତ୍ରୀ...

ରାଇବଣିଆରେ ଗୋଠଖଣ୍ଡିଆ ୩ ହାତୀ

ଜଳେଶ୍ୱର, ୧୬।୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ରାଇବଣିଆ ଅଞ୍ଚଳରେ ଗତ କିଛିଦିନ ହେଲା ଝାଡଖଣ୍ଡୀ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଶନିବାର ଭୋର ସମୟରେ ଗୋଟିଏ ଦନ୍ତା ହାଣ୍ଡିଆ...

ନକଲି ବାବା ବେଶରେ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଯୁବକ, ଆଉ ତା’ ପରେ…

ଯାଜପୁର ଅଫିସ,୩୦।୧: ଯାଜପୁରରୋଡ୍‌ ରମ୍ପାସ ଅଞ୍ଚଳକୁ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ଘରକୁ ବାବା ବେଶରେ ଆସି ଧରାପଡ଼ି ନିର୍ଧୂମ ଛେଚା ଖାଇବା ଘଟଣା ଅଞ୍ଚଳରେ...

ହରପାର୍ବତୀଙ୍କ ବିବାହ ଲାଗି ଲଗ୍ନଧରା

ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଗ୍ରାମରେ ଥିବା ବିଶାଳପୋଖରୀର ମା’ଶକ୍ତି ପୀଠ ପରିସରରେ ହରପାର୍ବତୀଙ୍କ ବିବାହ ନିମନ୍ତେ ଲଗ୍ନଧରା କାର୍ଯ୍ୟ ଅନୁଷ୍ଠିତ...

ଏରସମା ଫାଶୀ ଦଣ୍ଡାଦେଶ ମାମଲା: ନଥିପତ୍ର ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୮।୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର...

Advertisement
Archives

Model This Week